ନୂଆଦିଲ୍ଲୀ: ଦିନକୁ ଦିନ ଉଗ୍ର ରୂପ ନେଉଛି ୟୁକ୍ରେନ-ଋଷ ଯୁଦ୍ଧ । ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ନବମ ଦିନରେ ପହଞ୍ଚିଲାଣି । ଋଷର ଏହି ଅମାନୁଷିକ ମନୋଭାବକୁ ଦେଖି ଅନେକ ଦେଶ ଏହାକୁ ବିରୋଧ କରିଆସୁଛନ୍ତି । ଏପରି ସମୟରେ ଋଷକୁ ଏକ ବଡ ଝଟକା ଦେଇଛି SBI । ପଶ୍ଚିମ ରାଷ୍ଟ୍ର ଗୁଡିକ ବ୍ୟାନ କରିଥିବା ଋଷୀୟ କମ୍ପାନୀ ସହ ଆର୍ଥିକ ନେଣଦେଣ ବନ୍ଦ କରିଛି।
ଏ ନେଇସ SBI ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି । ଏସବିଆଇର ଆଶଙ୍କା ରହିଛି, ଯଦି ଏହି କମ୍ପାନୀ ଗୁଡିକ ସହ ଆର୍ଥିକ କାରବାର କରେ ତାହାଲେ ନିଜ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ ହୋଇପାରେ। ଆହୁରି ମଧ୍ୟ କୁହାଯାଇଛି ଯେ, ଆମେରିକା, ୟୁରୋପୀୟନ ୟୁନିୟନ ଏବଂ ମିଳିତ ଜାତିସଂଘ ଋଷର ଯେଉଁ ସବୁ କମ୍ପାନୀ, ବ୍ୟାଙ୍କ ଏବଂ ବନ୍ଦର ଗୁଡିକୁ ବ୍ୟାନ କରିଛନ୍ତି, ସେମାନଙ୍କ ସହ ସିଧାସଳଖ କୌଣସି ଆର୍ଥିକ କାରବାର କରାଯିବ ନାହିଁ।
ଏହି ସଂସ୍ଥା ଗୁଡିକର ବକେୟାକୁ ବ୍ୟାଙ୍କିଙ୍ଗ ଚ୍ୟାନେଲ ପରିବର୍ତ୍ତେ ଅନ୍ୟ କୌଣସି ମାଧ୍ୟମରେ ପୈଠ କରାଯିବା ନେଇ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।
ମସ୍କୋରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ଜଏଣ୍ଟ ଭ୍ୟାନଞ୍ଚର କମର୍ସିଆଲ ଇଣ୍ଡୋ ବ୍ୟାଙ୍କ ରହିଛି। ଏଥିରେ କାନାରା ବ୍ୟାଙ୍କର ୪୦ ପ୍ରତିଶତ ସହଭାଗିତା ରହିଛି । ତେବେ ଏ ନେଇ SBI ପକ୍ଷରୁ କୌଣସି ସୂଚନା ଦିଆଯଆଇନାହିଁ । ଚଳିତ ଆର୍ଥିକ ବର୍ଷରେ ଭାରତ ଏବଂ ଋଷ ମଧ୍ୟରେ ପ୍ରାୟ ୯.୪ ବିଲିୟନ ଡଲାରର ବ୍ୟବସାୟ ହୋଇଛି। ଯାହାକି ୨୦୨୦-୨୧ରେ ଏହି ବ୍ୟବାସାୟ ୮.୧ ବିଲିୟନ ଡଲାର ରହିଥିଲା।
ଭାରତ ଋଷଠାରୁ ଇନ୍ଧନ, ମିନେରାଲ ଅଏଲ, ମୋତି, ମୂଲ୍ୟବାନ ରତ୍ନ, ଆଣବିକ ରିଏକ୍ଟର, ଫର୍ଟିଲାଇଜର, ବୈଦୁତିକ ଯନ୍ତ୍ରପାାତି ପରି ସାମଗ୍ରୀ ଆମଦାନୀ କରିଥାଏ। ଗତ ସପ୍ତାହରେ ଆମେରିକା ସହ ବିଶ୍ୱର ୭ଟି ବଡ ଅର୍ଥବ୍ୟବସ୍ଥା ଋଷ ଉପରେ ପ୍ରତିବନ୍ଧକ ଲାଗୁ କରିଥିଲେ। ଏବଂ ଋଷିଆ ବ୍ୟାଙ୍କ ଗୁଡିକୁ ସ୍ବିଫ୍ଟ ଆନ୍ତ - ବ୍ୟାଙ୍କିଙ୍ଗ ସିଷ୍ଟମରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ଋଷ ପକ୍ଷରୁ ୟୁକ୍ରେନର ରାଜଧାନୀ ସମେତ ଦ୍ବିତୀୟ ବୃହତ ସହର ଖାର୍କିଭରେ ବୋମା ସହ ମିସାଇଲ ଆକ୍ରମଣକୁ ଜୋରଦାର କରିଛି । ଏପଟେ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଲାଗି ସମସ୍ତ ପ୍ରକାର ମେକାନିଜିମ୍ ଲଗେଇ ଦେଇଛନ୍ତି କେନ୍ଦ୍ର ସରକାର ।