ETV Bharat / bharat

ରାହୁଲଙ୍କ ପିଛା ଛାଡୁନି ଅଡୁଆ, ମାନହାନୀ ମାମଲା ଦାୟର କଲେ ସାବରକରଙ୍କ ନାତି - ରାହୁଲ ଗାନ୍ଧୀଙ୍କ ନାମରେ ମାନହାନୀ ମାମଲା

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମୁସ୍କିଲ କମ ଦେବାର ନାମ ନେଉନାହିଁ । ଏବେ ତାଙ୍କ ବିରୋଧରେ ଆଉ ଏକ ମାନହାନୀ ମାମଲା ଦାୟର ହୋଇଛି । ବିନାୟକ ଦାମୋଦର ସାବରକରଙ୍କ ନାତି ସାତ୍ୟକି ସାବରକର ରାହୁଲ ଗାନ୍ଧୀଙ୍କ ନାଁରେ ମାନହାନୀ ମାମଲା କରିଛନ୍ତି । ଅଧିକ ପଢନ୍ତୁ

Grandson of Savarkar Complaint against rahul
ରାହୁଲଙ୍କ ମାନହାନୀ ମାମଲା ଦାୟର କଲେ ସାବରକରଙ୍କ ନାତି
author img

By

Published : Apr 13, 2023, 11:59 AM IST

ମୁମ୍ବାଇ: ଚଳିତ ବର୍ଷଟି ରାହୁଲଙ୍କ ପାଇଁ ଶୁଭଙ୍କର ନଥିବା ମନେ ହେଉଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପିଛା ଛାଡୁନାହିଁ ଅଡୁଆ । ପୁଣି ରାହୁଲଙ୍କ ନାମରେ ଆଉ ଏକ ମାନହାନୀ ମାମଲା ଦାୟର ହୋଇଛି । ହିନ୍ଦୁତ୍ବ ବିଚାରକ ବିନାୟକ ଦାମୋଦର ସାବରକରଙ୍କ ନାତି ସାତ୍ୟକି ସାବରକର ରାହୁଲ ଗାନ୍ଧୀଙ୍କ ନାଁରେ ମାନହାନୀ ମାମଲା କରିଛନ୍ତି । ଲଣ୍ଡନରେ ରାହୁଲ ବୀର ସାବରକରଙ୍କ ବିରୋଧରେ ଦେଇଥିବା ଅପମାନଜନକ ଟିପ୍ପଣୀ ବିରୋଧରେ ମହାରାଷ୍ଟ୍ରର ଏକ କୋର୍ଟରେ ଅପରାଧିକ ମାନହାନୀ ମାମଲା ଦାୟର କରିଛନ୍ତି ସାବରକରଙ୍କ ନାତି ।

ସାବରକରଙ୍କ ନାତି ସାତ୍ୟକି ସାବରକର କହିଛନ୍ତି, '' ତାଙ୍କ ଓକିଲ ଭାରତୀୟ ଦଣ୍ଡ ବିଧାନ ଆଇପିସି ଧାରା 499 ଓ 500ରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । କୋର୍ଟ ଅଧିକାରୀ ଅନୁପସ୍ଥିତ ଥିବାରୁ ମାମଲା ନମ୍ବର ପାଇଁ ଶନିବାର ପୁଣି ଥରେ କୋର୍ଟ ଆସିବାକୁ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା କେସ ନମ୍ବର ପାଇନାହୁଁ । ଶନିବାର ପୁଣି କୋର୍ଟ ଆସିବୁ ।'' ଲଣ୍ଡନରେ ରାହୁଲ ଗାନ୍ଧୀ ପ୍ରବାସୀ ଭାରରତୀୟ ସମୁଦାୟଙ୍କ କଥାବାର୍ତ୍ତ ସମୟରେ ସାବରକରଙ୍କ ବିଷୟ ଉଠାଇଥିଲେ । ବିନାୟକ ଦାମୋଦର ସାବରକର ଏକ ପୁସ୍ତକ ଲେଖିଥିଲେ ଯେଉଁଥିରେ ସେ କହିଥିଲେ ସେ ଏବଂ ତାଙ୍କର କିଛି ବନ୍ଧୁ ଜଣେ ମୁସଲିମ ବ୍ୟକ୍ତିଙ୍କୁ ପିଟିଥିଲେ ଏବଂ ତାଙ୍କୁ ଖୁସି ମିଳିଥିଲା ବୋଲି ଲଣ୍ଡନରେ ଉପସ୍ଥିତ ଭାରତୀୟ ପ୍ରବାସୀଙ୍କୁ କହିଥିଲେ ରାହୁଲ ।

ଏହି ଘଟଣା ନେଇ ସାବରକରଙ୍କ ନାତି ସାତ୍ୟକି ସାବରକର କହିଛନ୍ତି, ''ଏମିତି କିଛି ବି ହୋଇନାହିଁ । ରାହୁଲ ମନଗଢା କାହାଣୀ କହିଛନ୍ତି । ଏହା ରାହୁଲ ଗାନ୍ଧୀଙ୍କ ଦ୍ବାରା ତିଆରି ହୋଇଥିହା କାଳ୍ପନିକ ଘଟଣା । ସାବରକର ତାଙ୍କର କୌଣସି ପୁସ୍ତକରେ ଏହା ଲେଖି ନାହାନ୍ତି । ସେ ସର୍ବଦା ବିଜ୍ଞାନ ଓ ଗଣତନ୍ତ୍ରକୁ ବିଶ୍ବାସ କରୁଥିବା ସାବରକରଙ୍କ ଜୀବନରେ ଏପରି କୌଣସି ଘଟଣା ଘଟିନାହିଁ । ତାଙ୍କୁ ଅପମାନିତ କରିବା ପାଇଁ ଏପରି କୁହାଯାଇଛି । ଆମେ କେବେ ଚୁପ ବସିବୁ ନାହିଁ । ''

ଏହା ବି ପଢନ୍ତୁ...India Corona: 10 ହଜାର ଡେଇଁଲା ଦୈନିକ ସଂକ୍ରମଣ, 3 ମାସରେ ସର୍ବାଧିକ

ଏହା ବି ପଢନ୍ତୁ...Karnataka Assembly Polls: ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି, କଟିଲା 7 ବିଧାୟକଙ୍କ ଟିକେଟ୍‌

ପ୍ରକାଶଥାଉ କି, ଗତ ମାସରେ 'ମୋଦି' ଉପନାମକୁ ରାହୁଲ ଗାନ୍ଧୀ ଦେଇଥିବା ବୟାନ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିଲେ । 2019 ମସିହାରେ ରାହୁଲ କର୍ଣ୍ଣାଟକରେ ମୋଦି ସରନେମକୁ ନେଇ ବିବାଦୀୟ ବୟାନ ଦେବା ପରେ ତାଙ୍କ ନାମରେ ମାମଲା ଦାୟର ହୋଇଥିଲା । 4 ବର୍ଷ ପୁରୁଣା ମାମଲାର ଶୁଣାଣି କରି ସୁରଟ ଜିଲ୍ଲା ନ୍ୟାୟାଳୟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 2 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହାପରେ ରାହୁଲଙ୍କ ସାଂସଦ ସଦସ୍ୟତା ରଦ୍ଦ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.