ETV Bharat / bharat

ଏଥର ହଜ ଯାତ୍ରା ପାଇଁ କୋଭିଡ ଟିକା ବାଧ୍ୟତାମୂଳକ, ଦେଖାଇବାକୁ ହେବ ଟିକା ନେବାର ପ୍ରମାଣପତ୍ର - ସାଉଦି ଆରବ ସରକାର

ଇସଲାମ ଧର୍ମର ପବିତ୍ର ଧାର୍ମିକସ୍ଥଳୀ ସାଉଦି ଆରବର ମକ୍କାରେ ହଜ୍ ତୀର୍ଥ ଯାତ୍ରୀମାନଙ୍କ ପାଇଁ କୋଭିଡ୍ -19 ଟିକାକୁ ବାଧ୍ୟତାମୂଳକ କରାଯାଇଛି। ଅଧିକ ପଢନ୍ତୁ....

ଏଥର ହଜ ଯାତ୍ରା ପାଇଁ କୋଭିଡ ଟିକା ବାଧ୍ୟତାମୂଳକ, ଦେଖାଇବାକୁ ହେବ ଟିକା ନେବାର ପ୍ରମାଣପତ୍ର
ଏଥର ହଜ ଯାତ୍ରା ପାଇଁ କୋଭିଡ ଟିକା ବାଧ୍ୟତାମୂଳକ, ଦେଖାଇବାକୁ ହେବ ଟିକା ନେବାର ପ୍ରମାଣପତ୍ରଏଥର ହଜ ଯାତ୍ରା ପାଇଁ କୋଭିଡ ଟିକା ବାଧ୍ୟତାମୂଳକ, ଦେଖାଇବାକୁ ହେବ ଟିକା ନେବାର ପ୍ରମାଣପତ୍ର
author img

By

Published : Mar 4, 2021, 9:27 PM IST

ଜୟପୁର: ଇସଲାମ ଧର୍ମର ପବିତ୍ର ଧାର୍ମିକସ୍ଥଳୀ ସାଉଦି ଆରବର ମକ୍କାରେ ହଜ୍ ତୀର୍ଥ ଯାତ୍ରୀମାନଙ୍କ ପାଇଁ କୋଭିଡ୍ -19 ଟିକାକୁ ବାଧ୍ୟତାମୂଳକ କରିଛନ୍ତି ସାଉଦି ସରକାର । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ତଥା 2020 ରେ ବାର୍ଷିକ ହଜ ତୀର୍ଥଯାତ୍ରା ବାତିଲ କରାଯାଇଥିଲା । କିନ୍ତୁ ଚଳିତବର୍ଷ ହଜ ଯାତ୍ରାକୁ ଅନୁମତି ମିଳିଥିବାବେଳେ ଏଥିପାଇଁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରିଛି ସାଉଦି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ହଜ୍ ତୀର୍ଥ ଯାତ୍ରୀମାନଙ୍କୁ ଆଣ୍ଟି-କରୋନା ଭାଇରସ୍ ଟିକା ନେବା ବାଧ୍ୟତାମୂଳକ କରିବାକୁ ସାଉଦି ଆରବ ସରକାର ନିଷ୍ପତ୍ତି ନେଇଛନ୍ତି ।

ସାଉଦି ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀଙ୍କ ଅନୁଯାୟୀ, ଚଳିତ ବର୍ଷ ହଜ୍ ଯାତ୍ରା କରିବା ପାଇଁ ଆରବରେ ପହଞ୍ଚୁଥିବା ବ୍ୟକ୍ତିଙ୍କ ପାଇଁ କୋଭିଡ-19 ଟିକା ଗ୍ରହଣ କରିଥିବା ବାଧ୍ୟତାମୂଳକ କରାଯାଇଛି । ଯେଉଁ ଲୋକମାନେ ଏହି ନିୟମ ପାଳନ କରୁନାହାଁନ୍ତି ସେମାନଙ୍କୁ ହଜ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସାଉଦି ସରକାର । ଏପରିକି ଯାତ୍ରା କରୁଥିବା ବ୍ୟକ୍ତି ନିଜ ସହିତ ଏହି କୋଭିଡ ଟିକା ନେଇଥିବା ପ୍ରମାଣପତ୍ର ମଧ୍ୟ ନେବା ପାଇଁ ନିର୍ଦ୍ଦେଶାବଳୀରେ କୁହାଯାଇଛି ।

ସାଉଦିର ଖବରକାଗଜ ରିପୋର୍ଟରେ କୁହାଯାଇଛି ଯେ ହଜ୍‌କୁ ଆସିବାକୁ ଇଚ୍ଛୁକ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ କୋଭିଡ -19 ଟିକା ବାଧ୍ୟତାମୂଳକ ଏବଂ ଏହା ଟିକା ନେବାପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଟିକା ଗ୍ରହଣ କରିଥିବା ପ୍ରମାଣପତ୍ର ମଧ୍ୟ ଦେଖାଇବାକୁ ପଡିବ ସାଉଦି ସ୍ବାସ୍ଥ୍ୟମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.