ETV Bharat / bharat

ISROକୁ ବଡ ଝଟ୍‌କା, ଉତକ୍ଷେପଣ ପରେ ପ୍ରୟୋଗଯୋଗ୍ୟ ନୁହେଁ ସାଟେଲାଇଟ୍‌

author img

By

Published : Aug 7, 2022, 5:14 PM IST

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ତଥା ISRO ଲାଗିଲା ଶକ୍ତ ଝଟ୍‌କା । ଆଜି ସକାଳେ ଉତକ୍ଷେପଣ ହୋଇଥିବା SSLV-D1 କ୍ଷୁଦ୍ର ସାଟେଲାଇଟ ହେଲା ଡାଟା ଲସ୍‌ର ଶିକାର । ଅଧିକ ପଢନ୍ତୁ

ISROର ଇତିହାସ ରଚିବା ଉଦ୍ୟମକୁ ଝଟ୍‌କା, ପ୍ରୟୋଗ ପାଇଁ ଯୋଗ୍ୟହୀନ ହେଲା SSLV-D1

ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂସ୍ଥାକୁ (ISRO) ଲାଗିଲା ଶକ୍ତ ଝଟକା । ଏବେ ପ୍ରୟୋଗ ପାଇଁ ଯୋଗ୍ୟହୀନ ହେଲା ୭୫୦ ଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ SSLV-D1/EOS-02 କ୍ଷୁଦ୍ର ଉପଗ୍ରହ । ଏହି ସାଟେଲାଇଟଟି ପୂର୍ବ ୩ଟି ଟର୍ମିନାଲରେ ଏହା ଭଲ ପ୍ରଦର୍ଶନ କରିଥିବା ବେଳେ ଟର୍ମିନାଲର ଶେଷ ଭାଗରେ ଡାଟା ଲସ୍‌ (Data Loss)ର ଶିକାର ହୋଇଛି । ଫଳରେ ଏହା କୌଣସି ସୂଚନା ଦେବାକୁ ଅସମର୍ଥ ଥିବାବେଳେ ଏହାର କାରଣର ଖୋଜୁଛନ୍ତି ଇସ୍ରୋର ବୈଜ୍ଞାନିକ ।

  • (1/2) SSLV-D1/EOS-02 Mission update: SSLV-D1 placed the satellites into 356 km x 76 km elliptical orbit instead of 356 km circular orbit. Satellites are no longer usable. Issue is reasonably identified. Failure of a logic to identify a sensor failure and go for a salvage action

    — ISRO (@isro) August 7, 2022 " class="align-text-top noRightClick twitterSection" data=" ">

ଏ ନେଇ ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, "SSLV-D1 ସାଟେଲାଇଟଗୁଡ଼ିକୁ ୩୫୬ କିମି ବୃତ୍ତାକାର କକ୍ଷ ବଦଳରେ ଅଣ୍ଡାକାର କକ୍ଷରେ ସ୍ଥାପିତ କରିଛି । ଯାହାଦ୍ବାରା ଏହି ଉପଗ୍ରହ ଗୁଡ଼ିକ ଏବେ କାମରେ ଆସିବ ନାହିଁ । ସେନ୍ସର ବିଫଳତା ଯୋଗୁଁ ଏପରି ଘଟିଛି । ଏବେ ଏହି ମିଶନର ସଫଳତା ଉପରେ ଅଧିକାରୀମାନେ କୌଣସି ସୂଚନା ଦେଇନାହାନ୍ତି । ବୈଜ୍ଞାନିକମାନେ ଏବେ ରକେଟ ଉପରେ ଗବେଷଣା ଜାରି ରଖିଛନ୍ତି । ମହାକାଶରେ ଉପଗ୍ରହ ଓ ଆଜାଦୀ ସେଟର ଯୋଜନା ଅନୁସାରେ ଏହା ଅଲଗା ହୋଇଥିବା ଦେଖିବାକୁ ମିଳିଛି ।"

ଏହା ବି ପଢନ୍ତୁ- ଇତିହାସ ରଚିଲା ISRO: 750 ଛାତ୍ରୀ ପ୍ରସ୍ତୁତ କରିଥିବା SSLV-D1 କ୍ଷୁଦ୍ର ସାଟେଲାଇଟର ସଫଳ ପରୀକ୍ଷଣ

ମହାକାଶରେ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଓ ଛାତ୍ରଙ୍କ ଦ୍ବାରା ବିକଶିତ ହୋଇଥିବା ଏକ ଉପଗ୍ରହ (SSLV-D1/EOS-02)କୁ ସ୍ଥାପିତ କରିବା ଲାଗି ଏହି ମିଶନ ଆରମ୍ଭ ହୋଇଥିଲା । ଆଜି (ରବିବାର) ସକାଳେ ବାଦଲ ଭରା ଆକାଶରେ ଏହାକୁ ୯ଟା ୧୮ରେ ଉତକ୍ଷେପଣ କରାଯାଇଥିଲା । ଅଭିଯାନ ନିୟନ୍ତ୍ରଣ କେନ୍ଦ୍ରର ବୈଜ୍ଞାନକିମାନେ ଉଡାଣ ପରେ ତୁରନ୍ତ ଏହାର ଗତିପଥ ସମ୍ପର୍କରେ ସୂଚନା ଦେଇଥିଲେ । ଏହା ସଠିକ ଭାବରେ ଆଗକୁ ବଢୁଥିବାବେଳେ ପରବର୍ତ୍ତୀ ସମୟରେ ଏହା ଡାଟା ଲସ୍‌ର ଶିକାର ହୋଇଥିବା ଅଧ୍ୟକ୍ଷ ଏସ. ସୋମନାଥ ସୂଚନା ଦେଇଛନ୍ତି ।

ଏନେଇ ସୋମନାଥ କହିଛନ୍ତି ଯେ, "ଉପଗ୍ରହ ଗୁଡ଼ିକ ଏହାର ସଠିକ ସ୍ଥାନରେ ସ୍ଥାପିତ ହେବା ବା ନ ହେବା ସମ୍ପର୍କରେ ଗବେଷଣା କରୁଛୁ । ଏଣୁ ଦୟାକରି ଅପେକ୍ଷା କରନ୍ତୁ । ଆମେ ଆପଣଙ୍କୁ ମିଶନ ସମ୍ପର୍କରେ ଶୀଘ୍ର ସମ୍ପୂର୍ଣ୍ଣ ତଥ୍ୟ ଦେବୁ ।" ଏଯାବତ୍‌ ମିଶନର ସଫଳତା ଉପରେ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ । EOS-02 ସାଟେଲାଇଟ ରାତି ସମୟରେ ମଧ୍ୟ ଅନ୍ତରୀକ୍ଷରୁ ପୃଥିବୀପୃଷ୍ଠର ଫଟୋ ଉତ୍ତୋଳନ କରିପାରିବ ବୋଲି ISRO ସୂଚନା ଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.