ETV Bharat / bharat

ନିର୍ବାଚନ ଜିତିଲେ ମାଗଣା ମେକଅପ୍ କିଟ୍ସ, ଗାଁରେ ଉଡିବ ହେଲିକପ୍ଟର - ନିର୍ବାଚନ ଜିତିଲେ ପେଟ୍ରୋଲ ଲିଟର ୨୦ ଟଙ୍କା

ସରପଞ୍ଚ ପ୍ରାର୍ଥୀଙ୍କ ଅଜବ ପ୍ରତିଶ୍ରୁତି । ନିର୍ବାଚନ ଜିତିଲେ ଗାଁରେ ସବୁ ମହିଳାଙ୍କୁ ମିଳିବ ମାଗଣା ମେକଅପ୍ କିଟ୍ସ । ପ୍ରତିଦିନ ମଦ୍ୟପଙ୍କୁ ମାଗଣାରେ ଦେବେ ମଦ ବୋତଲ । ଅଧିକ ପଢନ୍ତୁ

ସରପଞ୍ଚ ପ୍ରାର୍ଥୀଙ୍କ ପ୍ରତିଶ୍ରୁତି, ଜିତିଲେ ମାଗଣା ମେକଅପ୍ କିଟ୍ସ

author img

By

Published : Oct 12, 2022, 7:30 AM IST

Updated : Oct 12, 2022, 8:54 AM IST

ଚଣ୍ଡିଗଡ: ନିର୍ବାଚନ ଆସିଲେ ପ୍ରାର୍ଥୀ ଓ ନେତାଏ ପ୍ରତିଶ୍ରୁତି ବର୍ଷା କରିବା ସାଧାରଣ କଥା । କିଏ ଗାଁକୁ ପକ୍କା ରାସ୍ତା ପାଇଁ ତ ଆଉ କିଏ ଘରଟିଏ ଦେବାକୁ ଭୋଟରଙ୍କୁ ପ୍ରଲୋଭନ ଦେଖାଇଥାନ୍ତି । ହେଲେ ହରିୟାଣାର ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବର୍ତ୍ତମାନ ତାଙ୍କର ନିର୍ବାଚନ ପୋଷ୍ଟରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତାଙ୍କର ପୋଷ୍ଟରରେ ଲେଖାଯାଇଛି, ଯଦି ସେ ସରପଞ୍ଚ ନିର୍ବାଚିତ ହୁଅନ୍ତି, ତାହାହେଲେ ଗାଁରେ ତିନୋଟି ଏୟାରପୋର୍ଟ ତିଆରି କରିବେ । ଗ୍ରାମର ସବୁ ମହିଳାଙ୍କୁ ମାଗଣାରେ ମେକଅପ୍ କିଟ୍ସ(makeup kits for women) ଦେବେ । ଗାଁ ଆଡ୍ଡାରେ ପ୍ରତିଦିନ ସରପଞ୍ଚଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ କରିବେ । ଆପଣଙ୍କୁ ଏହା ଅଜବ ଲାଗୁଥିବ ନିଶ୍ଚୟ । ମାତ୍ର ଏତିକିରେ ଏହି ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ସରିନାହିଁ ।

ତାଙ୍କର ପୋଷ୍ଟର ଆହୁରିମଧ୍ୟ ଲେଖିଛନ୍ତି ଯେ, ଗାଁରେ ପେଟ୍ରୋଲ ଲିଟର ୨୦ ଟଙ୍କା କରିଦେବେ । ଜିଏସଟି( Goods and Service Tax)କୁ ହଟାଇ ଦେବେ । ପ୍ରତି ଗ୍ୟାସ ସିଲିଣ୍ଡର ପିଛା ଦାମ୍ ୧୦୦ ଟଙ୍କା ହୋଇଯିବ । ପ୍ରତ୍ୟେକ ପରିବାରକୁ ଗୋଟିଏ ମାଗଣାରେ ବାଇକ୍ ଯୋଗାଇ ଦେବେ । ଗାଁ ସିରସଢରୁ ଦିଲ୍ଲୀକୁ ମେଟ୍ରୋ ଚଳାଚଳ କରିବ । ମାଟିତଳୁ ବିଦ୍ୟୁତ ସଂଯୋଗ ଏବଂ ଉପରୁ ପାଇପ ଲାଇନ ସଂଯୋଗ ବ୍ୟବସ୍ଥା କରିବେ । ଗାଁରେ ଫ୍ରି ୱାଇଫାଇ ସୁବିଧା କରିବେ । ଗାଁର ସବୁ ଯୁବକମାନଙ୍କୁ ସରକାରୀ ଚାକିରି ଯୋଗାଇବେ । ମଦପାନ କରୁଥିବା ବ୍ୟକ୍ତିଙ୍କ ପାଇଁ ପ୍ରତିଦିନ ଗୋଟିଏ ମଦ ବୋତଲ ଦେବେ । ଗାଁରୁ ଗୋହାନାକୁ ପ୍ରତି ୫ ମିନିଟ୍‌ରେ ହେଲିକପ୍ଟର ଉଡିବ ବୋଲି ପୋଷ୍ଟରରେ ଲେଖିଛନ୍ତି ସରପଞ୍ଚ ପ୍ରାର୍ଥୀ ।

ଏହାମଧ୍ୟ ପଢନ୍ତୁ: VIRAL VIDEO: ତେଜପୁରୀ ଷ୍ଟ୍ରିଟରେ ଗୁପଚୁପ ଖାଇଲା ହାତୀ

ଏହି ପ୍ରାର୍ଥୀ ହେଉଛନ୍ତି ହରିୟାଣା ସିରସଢ ଗ୍ରାମର ଜୟକରଣ ଲଥୱାଲ(Jaikaran Lathwal) । ସେ ସରପଞ୍ଚ ପଦ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି । ତାଙ୍କର ଏହି ନିର୍ବାଚନୀ ପୋଷ୍ଟର ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏପରିକି ଆଇପିଏସ୍ ଅରୁଣ ବୋଥ୍ରା(Arun Bothra) ନିଜର ଟ୍ବିଟର ହ୍ୟାଣ୍ଡେଲରେ ଜୟକରଣଙ୍କ ପୋଷ୍ଟରକୁ ସେୟାର କରିଛନ୍ତି ଏବଂ ତାଙ୍କ ଦ୍ବାରା ବର୍ଣ୍ଣିତ ସୁବିଧା ପାଇଁ ସେ ସେହି ଗାଁକୁ ପଳାଇଯିବେ ବୋଲି ମଜାଳିଆ ଢଙ୍ଗରେ କହିଛନ୍ତି ।

Last Updated : Oct 12, 2022, 8:54 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.