ETV Bharat / bharat

ସର୍ବାନନ୍ଦ ସୋନୋଓ୍ବାଲଙ୍କୁ ମିଳିପାରେ ନୂଆ ଦାୟିତ୍ବ

author img

By

Published : Jun 19, 2021, 8:14 PM IST

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇପାରନ୍ତି । ଅଧିକ ପଢନ୍ତୁ...

ବିଜେପିରେ ସର୍ବାନନ୍ଦ ସୋନଓ୍ବାଲଙ୍କୁ ମିଳିପାରେ ନୂଆ ଦାୟିତ୍ବ

ନୂଆଦିଲ୍ଲୀ: ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇପାରନ୍ତି । ଗତକାଲି ଏନେଇ ବିଜେପି ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଦିଲ୍ଲୀରେ ପହଞ୍ଚିଥିଲେ ସର୍ବାନନ୍ଦ ସୋନଓ୍ବାଲ । ତେବେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି କହିଛନ୍ତି ସୋନୋଓ୍ବାଲ ।

କେନ୍ଦ୍ର ମନ୍ତ୍ରୀ ପରିଷଦରେ ସମ୍ପ୍ରସାରଣ ଏବଂ ପୁନଃନିର୍ମାଣକୁ ନେଇ କଳ୍ପନାଜଳ୍ପନା ଚାଲିଛି। ଦିଲ୍ଲୀରେ ପହଞ୍ଚିବା ପରେ ସୋନୋଓ୍ବାଲଙ୍କୁ କ୍ୟାବିନେଟରେ ସ୍ଥାନ ମିଳିବା ନେଇ କଳ୍ପନାଜଳ୍ପନା ଚାଲିଛି।ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେ ବିଜେପିର ବରିଷ୍ଠ ନେତାମାନଙ୍କୁ ଭେଟି ପାରନ୍ତି ।

ସୋନଓ୍ବାଲ 2016ରୁ ମେ 2021 ପର୍ଯ୍ୟନ୍ତ ଆସାମର ମୁଖ୍ୟମନ୍ତ୍ରୀ ଥିଲେ । ଗୁରୁବାର ଦିନ ସୋନୋଓ୍ବାଲ ଗୌହାଟୀର ରାଜଭବନରେ ଆସାମ ରାଜ୍ୟପାଳ ଜଗଦୀଶ ମୁଖୀଙ୍କ ଦ୍ବାରା ଆୟୋଜିତ ଏକ ରାତ୍ରିଭୋଜନରେ ଯୋଗ ଦେଇ ସେଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଥିଲେ। ଏଥିରେ ଆସାମ ମୁଖ୍ୟମନ୍ତ୍ରୀ ସରମା ମଧ୍ୟ ଯୋଗ ଦେଇଥିଲେ। ତେବେ ବିଜେପିରେ ସୋନୋଓ୍ବାଲକୁ ନୂଆ ଦାୟିତ୍ବ ଦିଆଯାଇ ପାରେ ବୋଲି ଆଲୋଚନା ହେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.