ETV Bharat / bharat

ସରସ୍ ଖାଦ୍ୟ ମହୋତ୍ସବ, ଓଡିଶା ଖାଦ୍ୟ ମୁଖ୍ୟ ଆକର୍ଷଣ - ଦିଲ୍ଲୀର ସରସ୍ ଖାଦ୍ୟ ମହୋତ୍ସବ

ଦିଲ୍ଲୀରେ ଚାଲିଥିବା ସରସ୍ ଖାଦ୍ୟ ମହୋତ୍ସବରେ(Saras food festival delhi) ଦିଲ୍ଲୀ ଏନସିଆରର ବହୁ ସଂଖ୍ୟକ ଲୋକଙ୍କ ସମାଗମ ହୋଉଛି । ଲୋକମାନେ ଓଡ଼ିଶାର ଷ୍ଟଲରେ କାକରା, ମଣ୍ଡା ଏବଂ ରୁମାଲି ଭେଜ ରୋଲର ସ୍ୱାଦ ଚାଖିବା ସହିତ ରୁମାଲି ରୋଟି ତିଆରି କରିବାର ପ୍ରଣାଳି ମଧ୍ୟ ଶିଖୁଛନ୍ତି । ଅଧିକ ପଢନ୍ତୁ

ଆରମ୍ଭ ହୋଇଛି ସରସ୍ ଖାଦ୍ୟ ମହୋତ୍ସବ
ଆରମ୍ଭ ହୋଇଛି ସରସ୍ ଖାଦ୍ୟ ମହୋତ୍ସବ
author img

By

Published : Oct 29, 2022, 9:47 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଆରମ୍ଭ ହେଲା ସରସ ଖାଦ୍ୟ ମହୋତ୍ସବ(Saras food festival delhi) । ଏହା ଗତକାଲି ୨୮ ଅକ୍ଟୋବର ଠାରୁ ଆରମ୍ଭ ହୋଇଥିବା ବେଳେ ଏହା ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଆପଣ ଯଦି ପରିବାର ସହ କେଉଁଆଡେ ଭ୍ରମଣ କରିବାକୁ ଚାହୁଁଛନ୍ତି ତେବେ କନ୍ନାଟ୍ ପ୍ଲେସରେ ଥିବା ସରସ୍ ଫୁଡ୍ ମହୋତ୍ସବକୁ ଯାଇ ସପିଂ କରିବା ସହ ଖାଦ୍ୟକୁ ଉପଭୋଗ କରନ୍ତୁ । ଏହି ମହତ୍ସୋବରେ ୧୭ ରାଜ୍ୟରୁ ଖାଦ୍ୟ ଷ୍ଟଲ ଆସିଛି ।

ଆରମ୍ଭ ହୋଇଛି ସରସ୍ ଖାଦ୍ୟ ମହୋତ୍ସବ

ଏହା ମଧ୍ୟ ପଢନ୍ତୁ: 458 କୋଟି ଭିତ୍ତିପ୍ରସ୍ତର ସ୍ଥାପନ ସହ 30 କୋଟିର ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ଏହି ମହୋତ୍ସବ ଆୟୋଜିତ କରାଯାଇଛି । ଏହି ମହତ୍ସୋବ ୧୪ ଦିନ ଧରି ଚାଲିବ । ଏହି ମହୋତ୍ସବକୁ ଆସିବା ପାଇଁ କୌଣସି ଶୁଳ୍କ ନଥିବା ବେଳେ ଅନେକ ସଂଖ୍ୟାରେ ଲୋକଙ୍କ ସମାଗମ ହେବବୋଲି ଆଶା କରାଯାଉଛି । ଏହି ମେଳା ସକାଳ ୧୧ ଟାରୁ ଆରମ୍ଭ ହୋଇ ରାତି ୧୦ ପର୍ଯ୍ୟନ୍ତ ଚାଲିବ । ଏହି ମହୋତ୍ସବରେ ଦିଲ୍ଲୀ ଏନସିଆରରୁ ଅଧିକ ସଂଖ୍ୟାରେ ଲୋକଙ୍କ ସମାଗମ ହେବବୋଲି ଆଶା କରାଯାଉଛି ।

ତେବେ ଏହି ଖାଦ୍ୟ ମହୋତ୍ସବ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଏଠାରେ ବିଭିନ୍ନ ଜିନିଷ କିଣିବା ସହିତ ଜଣେ କିମ୍ବା ଦୁଇଟି ନୁହେଁ ବରଂ 17 ଟି ରାଜ୍ୟର ସୁସ୍ବାଦୁ ଖାଦ୍ୟ ଖାଇବାର ସୁଯୋଗ ମିଳିଥାଏ । ଯାହାକି ଲୋକମାନଙ୍କୁ ଏହି ମହୋତ୍ସବକୁ ଆସିବା ପାଇଁ ଆକର୍ଷିତ କରିଥାଏ ।ଚାକିରି ବା ପାଠ ପଢିବା କାରଣରୁ ଅନେକ ନିଜ ଅଞ୍ଚଳର ଖାଇବା ଖାଇପାରୁନଥିବା ବେଳେ ଏହି ମହୋତ୍ସବରେ ସେମାନେ ଆସି ମଜା ନେଇଥାନ୍ତି । ଖାଦ୍ୟର ମଜ୍ଜା ନେବାସହ ପୁରୁଣା ସ୍ମୃତିକୁ ମଧ୍ୟ ମନେପକାଇଥାନ୍ତି ।

ଏହା ମଧ୍ୟ ପଢନ୍ତୁ: ଉପନିର୍ବାଚନ ଆସୁଥିବାରୁ ସର୍ବସ୍ୱ ଘୋଷଣା କରୁଛନ୍ତି ମୁଖ୍ୟମନ୍ତ୍ରୀ: ବିଜେପି

ସରସ ଖାଦ୍ୟ ମହୋତ୍ସବରେ ଓଡିଶା ରାଜ୍ୟର ଷ୍ଟଲ ମଧ୍ୟ ବହୁ ଚର୍ଚ୍ଚିତ । ରୁମାଲି ରୋଟି ତିଆରି କରିବାର ପ୍ରଣାଳି ଦେଖିବା ପରେ ଲୋକମାନେ ଏହି ଷ୍ଟଲ ଆଡକୁ ଆକର୍ଷିତ ହେଉଛନ୍ତି । ଏହା ସହିତ ଓଡିଶାର କାକରା, ମଣ୍ଡା, ରୁମାଲି ଭେଜ୍ ରୋଲ୍, ରୁମାଲି ଚିକେନ୍ ରୋଲ୍ ଭଳି ସୁସ୍ୱାଦୁ ଖାଦ୍ୟ ଖାଇ ଲୋକମାନେ ମଜା ନେଇଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.