ETV Bharat / bharat

ତାମିଲନାଡୁରେ DMKକୁ ବହୁମତ ! ଷ୍ଟାଲିନଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ

author img

By

Published : May 2, 2021, 5:38 PM IST

ଏମକେ ସଭାପତି ଏମକେ ଷ୍ଟାଲିନଙ୍କ ନିକଟକୁ ଛୁଟିଲା ଶୁଭେଚ୍ଛାର ସୁଅ । ବିଧାନସଭା ନିର୍ବାଚନ ଭୋଟ ଗଣତିରେ 146ଟି ଆସନରେ ଆଗୁଆ ରହିଛି ଡିଏମକେ ଦଳ । ଅଧିକ ପଢ଼ନ୍ତୁ...

ଏମକେ ଷ୍ଟାଲିନଙ୍କୁ ଶରଦ ଓ ରାଜନାଥଙ୍କ ଶୁଭେଚ୍ଛା

ମୁମ୍ବାଇ: ଡିଏମକେ ସଭାପତି ଏମକେ ଷ୍ଟାଲିନଙ୍କ ନିକଟକୁ ଛୁଟିଲା ଶୁଭେଚ୍ଛାର ସୁଅ । ବିଧାନସଭା ନିର୍ବାଚନ ଭୋଟ ଗଣତିରେ 146ଟି ଆସନରେ ଆଗୁଆ ରହିଛି ଡିଏମକେ ଦଳ । ଏହି ସବୁ ଆସନରୁ ବିଜୟୀ ହୋଇ ରାଜ୍ୟରେ ଡିଏମକେ ସରକାର ଗଢ଼ିବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି । ଏହାକୁ ନେଇ ଦଳ ସଭାପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶରଦ ପାୱାର ।

ଏନସିପି ଅଧ୍ୟକ୍ଷ ଶରଦ ପାୱାର ଏମକେ ଷ୍ଟାଲିନଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, "ବିଜୟ ପାଇଁ ତୁମକୁ ଶୁଭେଚ୍ଛା ଏମକେ ଷ୍ଟାଲିନ । ତୁମେ ଏହି ବିଜୟ ହାସଲ କରିବାକୁ ଯୋଗ୍ୟ । ଜନତା ତୁମମାନଙ୍କ ଉପରେ ବିଶ୍ବାସ ରଖିଛନ୍ତି। ଲୋକମାନଙ୍କ ପାଇଁ ଭଲ କାମ କର।"

ସେହିଭଳି ରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଡିଏମକେ ସଭାପତି ଏମକେ ଷ୍ଟାଲିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି ଯେ, "ବିଧାନସଭା ନିର୍ବାଚନରେ ଡିଏମକେ ବିଜୟରେ ଆପଣଙ୍କୁ ଶୁଭେଚ୍ଛା ଏମକେ ଷ୍ଟାଲିନ । ମୁଁ ତାଙ୍କୁ ଅନ୍ତରରୁ ଶୁଭେଚ୍ଛା ଜଣାଇଛନ୍ତି।"

ତାମିଲନାଡୁ଼ରେ ବିଜୟ ଏକ ପ୍ରକାର ସୁନିଶ୍ଚିତ ହେବାପରେ କୋଭିଡ ନିୟମ ଉଲ୍ଲଂଘନ କରି ଉତ୍ସବ ନପାଳିବାକୁ ନିବେଦନ କରିଛନ୍ତି ଡିଏମକେ ନେତା ଟିକେଏସ ଏଲାନଗୋଭନ । ସେହି କହିଛନ୍ତି ଯେ, "ବର୍ତ୍ତମାନ ସମସ୍ତ ଦଳୀୟ କର୍ମକର୍ତ୍ତା ଖୁସି ଅଛନ୍ତି । ସମସ୍ତ ନେତା ଓ କର୍ମୀଙ୍କୁ ମୁଁ ନିବେଦନ କରୁଛି ଯେ, କେହି ବି କୋଭିଡ ନିୟମ ଉଲ୍ଲଂଘନ କରି ବିଜୟ ଉତ୍ସବ ପାଳନ କରନ୍ତୁ ନାହିଁ । ଆମେ ଏକ ଦାୟିତ୍ବବାନ ଦଳ। ଆମେ ସେହିଭଳି ଭାବରେ ବ୍ୟବହାର କରିବା ।"

ସେହିଭଳି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏମକେ ଷ୍ଟାଲିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, "ତାମିଲନାଡ଼ୁ ବିଧାନସଭାରେ ଏକ ବୃହତ ବିଜୟ ପାଇଁ ଏମକେ ଷ୍ଟାଲିନଙ୍କୁ ଶୁଭେଚ୍ଛା । ଏକ ସଫଳ ଶାସନକାଳ ପାଇଁ ତାଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ଲୋକଙ୍କ ମାନଙ୍କ ଆଶା ପୂରଣ କରନ୍ତୁ ।"

ଅନ୍ୟପକ୍ଷରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂହ ଯାଦବ ମଧ୍ୟ ଏମକେ ଷ୍ଟାଲିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, "ତାମିଲନାଡୁ଼ରେ ଷ୍ଟାଲିନଙ୍କ ବୃହତ ବିଜୟ ପାଇଁ ଶୁଭେଚ୍ଛା ।"

ସକାଳ 8ଟା ଭୋଟ ଗଣତି ଆରମ୍ଭ ହେବାପରେ ଲଗାତାରା ଗଣତିରେ ଆଗୁଆ ରହିଥିଲା ଡିଏମକେ । ବର୍ତ୍ତମାନ 146 ବିଧାନସଭା ଆସନରେ ଡିଏମକେ ଆଗୁଆ ରହିଥିବା ବେଳେ 75 ଆସନରେ ଆଗୁଆ ରହଛି ଏଆଇଏଡିଏମକେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.