ETV Bharat / bharat

Sant Kalicharan released: 94 ଦିନ ପରେ ଜେଲରୁ ବାହାରିଲେ କାଳୀଚରଣ, ଗାନ୍ଧୀଙ୍କ ନାଁରେ ବିବାଦୀୟ ବୟାନ ଦେଇ ହୋଇଥିଲେ ଗିରଫ - ବିବାଦୀୟ ମାମଲାରେ ବେଲ ପାଇଲେ କାଳୀଚରଣ

94 ଦିନ ପରେ ରାୟପୁର କେନ୍ଦ୍ରୀୟ ଜେଲରୁ ମୁକ୍ତ ହେଲେ ସନ୍ଥ କାଳୀଚରଣ । ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇ ହୋଇଥିଲେ ଗିରଫ । ଅଧିକ ପଢନ୍ତୁ

Sant Kalicharan released: ଜେଲରୁ ବାହାରିଲେ କାଳୀଚରଣ, ଗାନ୍ଧୀଜୀଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇ ହୋଇଥିଲେ ଗିରଫ

author img

By

Published : Apr 5, 2022, 1:14 PM IST

ରାୟପୁର: ମହାତ୍ମା ଗାନ୍ଧୀଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ହୋଇ ଜେଲରେ ଥିବା ସନ୍ଥ କାଳିଚରଣ ଆଜି ଜେଲରୁ ମୁକୁଳିଛନ୍ତି । 94 ଦିନ ଜେଲରେ କାଟିବା ପରେ ସେ ଆଜି ଜାମିନରେ ମୁକ୍ତ ହୋଇଛନ୍ତି । ବିବାଦୀୟ ମନ୍ତବ୍ୟ ଘଟଣା ସାମ୍ନାକୁ ଆସିବା ପରେ ବିଭିନ୍ନ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଛତିଶଗଡର ଟିକ୍ରାପରା ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଦେଶଦ୍ରୋହ ସମେତ ଅନେକ ସଙ୍ଗୀନ ମାମଲା ରୁଜୁ ହୋଇଥିଲା । ଘଟଣା ପରେ ଫେରାର ଥିବା କାଳୀଚରଣଙ୍କୁ ମଧ୍ୟପ୍ରଦେଶର ଖଜୁରାହୋସ୍ଥିତ ଏକ ଲଜରୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । କାଳିଚରଣ 2021 ମସିହା 31 ଡିସେମ୍ବର ପରଠାରୁ ରାୟପୁରର କେନ୍ଦ୍ରୀୟ ଜେଲରେ ଥିଲେ।

ଗତ ଶୁକ୍ରବାର ତାଙ୍କୁ ଜାମିନ ମିଳିଥିବା ବେଳେ ସେ ଆଜି ମୁକ୍ତ ହୋଇଛନ୍ତି । ବହୁ ସଂଖ୍ୟକ ସମର୍ଥକ ଜେଲ ବାହାରେ ତାଙ୍କୁ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି । ଗଣମାଧ୍ୟମ ତାଙ୍କ ଠାରୁ ପ୍ରତିକ୍ରିୟା ଚାହିଁଥିବା ବେଳେ ସେ କେବଳ ଓମ୍ କାଳୀ ବୋଲି ଉଚ୍ଚାରଣ କରି ସେଠାରୁ ଚାଲିଯାଇଥିବା ଦେଖିବାକୁ ମିଳିଥିଲା ।

କାଳିଚରଣ ଶୁକ୍ରବାର (1ଏପ୍ରିଲ) ହାଇକୋର୍ଟରୁ ଜାମିନ ପାଇଥିଲେ । ଏହା ପରେ ଜାମିନ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ଦଲିଲକୁ ଶନିବାର ରାୟପୁର କୋର୍ଟରେ ଦାଖଲ କରିବା ଥିବା ଯୋଗୁ ତାଙ୍କ ମୁକ୍ତି ପ୍ରକ୍ରିୟା ସାମାନ୍ୟ ବିଳମ୍ବ ହୋଇଥିଲା । ଆଇନଗତଃ ପ୍ରକ୍ରିୟା ଶେଷ ହେବା ପରେ ସେ ଆଜିି (ରବିବାର) ଜେଲରୁ ମୁକୁଳିଛନ୍ତି । ମୁକ୍ତ ହେବା ପରେ ସେ ଜେଲ୍ ପରିସରରେ ଥିବା ଚାମୁଣ୍ଡା ମନ୍ଦିରରେ ପ୍ରଣାମ କରିଥିଲେ । ଏହା ପରେ ତାଙ୍କ ସମର୍ଥକମାନଙ୍କ ସହ ରାୟପୁରରସ୍ଥିତ କାଳୀ ମନ୍ଦିରରେ ପହଞ୍ଚି ମା’ କାଳୀଙ୍କୁ ପୂଜାର୍ଚ୍ଚନା କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.