ETV Bharat / bharat

ଅଗଷ୍ଟ ୮ ଯାଏଁ ବଢିଲା ସଞ୍ଜୟ ରାଉତଙ୍କ ED ହେପାଜତ ଅବଧି

author img

By

Published : Aug 4, 2022, 5:20 PM IST

ଅଗଷ୍ଟ ୮ ଯାଏ ବଢିଲା ଶିବସେନା ନେତା ସଞ୍ଜୟ ରାଉତଙ୍କ ରିମାଣ୍ଡ ଅବଧି । ପ୍ରଥମ ପର୍ଯ୍ୟାୟର ୪ ଦିନିଆ ରିମାଣ୍ଡ ଶେଷ ହେବା ପରେ ଆଜି କୋର୍ଟରେ ହାଜର କରିଥିଲା ED । ଆଉ ୪ ଦିନ ରିମାଣ୍ଡରେ ପଠାଇଲେ କୋର୍ଟ । ଅଧିକ ପଢନ୍ତୁ

8 ତାରିଖକୁ ବଢିଲା ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତ

ମୁମ୍ବାଇ: ଆର୍ଥିକ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଦ୍ବାରା ଗିରଫ ହୋଇଥିବା ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ରିମାଣ୍ଡ ଅବଧି ବଢାଇଲେ କୋର୍ଟ । ଚଳିତ ମାସ ୮ ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରିମାଣ୍ଡରେ ରହିବେ ସଞ୍ଜୟ । ଆଜି (ଗୁରୁବାର) ସ୍ପେସାଲ କୋର୍ଟରେ ଶୁଣାଣି ବେଳେ ତାଙ୍କୁ ତଦନ୍ତକାରୀ ସଂସ୍ଥା ଅବ୍ୟବସ୍ଥା ମଧ୍ୟରେ ରଖିଥିବା ସଞ୍ଜୟ ଅଭିଯୋଗ କରିଥିଲେ । ରିମାଣ୍ଡ ସମୟରେ ତାଙ୍କୁ ରଖାଯାଇଥିବା କୋଠରୀରେ ଝରକା ଓ ପର୍ଯ୍ୟାପ୍ତ ବାୟୁ ଚଳାଚଳ ବ୍ୟବସ୍ଥା ନଥିବା ସଞ୍ଜୟ କହିଥିଲେ । ତେବେ କୋର୍ଟ ତାଙ୍କ ରିମାଣ୍ଡ ଅବଧି ଚଳିତ ମାସ ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

  • Mumbai | Shiv Sena MP Sanjay Raut sent to ED custody till 8th August in connection with a money laundering case in the Patra Chawl land case. pic.twitter.com/qbcz11BenB

    — ANI (@ANI) August 4, 2022 " class="align-text-top noRightClick twitterSection" data=" ">

ଲ୍ୟାଣ୍ଡ ସ୍କାମ ମାମଲାରେ ପ୍ରଥମେ ସଞ୍ଜୟଙ୍କ ଘରେ ଚଢାଉ, ପ୍ରାୟ ୮ ଘଣ୍ଟା ମାରାଥନ ଜେରା ପରେ ସଞ୍ଜୟଙ୍କୁ ଗିରଫ କରିଥିଲା ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସଂଧ୍ୟାରେ ଅଟକ ରଖାଯିବା ପରେ ରବିବାର ମଧ୍ୟରାତ୍ରୀରେ ସଞ୍ଜୟଙ୍କୁ ଗିରଫ କରାଯାଇଥିଲା । ପରଦିନ ଅର୍ଥାତ ସୋମବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ତାଙ୍କୁ ଆଜି (ଅଗଷ୍ଟ ୪ ତାରିଖ) ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରିମାଣ୍ଡକୁ ପଠାଇଥିଲେ କୋର୍ଟ ।

ଆଜି ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ ସଞ୍ଜୟଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯାଇଥିଲା । ଆଜି ମଧ୍ୟ ତାଙ୍କ ଜାମିନ ଆବେଦନ ଖାରଜ ହେବା ସହ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ପୁଣି ଇଡି ରିମାଣ୍ଡକୁ ପଠାଇଛନ୍ତି କୋର୍ଟ । ଏହି ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ମଧ୍ୟରେ ମାରାଥନ ଜେରା କରି ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବ ତଦନ୍ତକାରୀ ସଂଧ୍ୟା । ଅନ୍ୟ ଏକ ସୂଚନା ଅନୁସାରେ, ଆଜି ସଞ୍ଜୟଙ୍କ ପତ୍ନୀଙ୍କୁ ମଧ୍ୟ ସମନ ଜାରି କରିଛି ତଦନ୍ତତାରୀ ସଂସ୍ଥା । ମାମଲାରେ ତାଙ୍କୁ ମଧ୍ୟ ଖୁବଶୀଘ୍ର ଜେରା କରାଯାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.