ETV Bharat / bharat

ଶିବସେନାକୁ BJP ‘ଦାସ’ ଭଳି ବ୍ୟବହାର କରୁଥିଲା: ସଞ୍ଜୟ ରାୱତ

author img

By

Published : Jun 14, 2021, 10:50 AM IST

କଳ ବଳ କୌଶଳ ଲଗାଇ ବିଜେପି ପ୍ରତି ଗ୍ରାମରେ ଶିବସେନାର ଉପସ୍ଥିତି ହଟାଇବାକୁ ଚେଷ୍ଟା କରିବା ସହ ‘ଦାସ’ ଭଳି ବ୍ୟବହାର କରୁଥିବା କହିଛନ୍ତି ସାଂସଦ ସଞ୍ଜୟ ରାୱତ। ଅଧିକ ପଢନ୍ତୁ...

sanjay raut targets bjp says shiv sena was treated as slaves in previous maha govt
ବିଜେପି ଶିବସେନାକୁ ‘ଦାସ’ ଭଳି ବ୍ୟବହାର କରୁଥିଲା: ସଞ୍ଜୟ ରାୱତ

ମହାରାଷ୍ଟ୍ର: ବିଜେପି ଶିବସେନାକୁ ନିଜର ‘ଦାସ’ ଭଳି ବ୍ୟବହାର କରୁଥିଲା ବୋଲି କହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାୱତ। 2014 ରୁ 2019 ପର୍ଯ୍ୟନ୍ତ କ୍ଷମତାରେ ଥିବାବେଳେ ଦଳକୁ ରାଜନୈତିକ ସ୍ତରରେ ଶେଷ କରିବାକୁ ଚେଷ୍ଟା କରୁଥିଲା ବିଜେପି।

2019 ପରେ ଶିବସେନା କ୍ଷମତାରେ ଥିବା ସତ୍ତ୍ବେ ପ୍ରତ୍ୟେକ ଗ୍ରାମରୁ ଦଳର ଦବଦବା ହଟାଇବାକୁ ଚେଷ୍ଟା କରାଯାଉଥିବା ଜାଲଗାଓଁରେ ପାର୍ଟି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ କହିଛନ୍ତି ସଞ୍ଜୟ। ଆମକୁ ଦାସ ଭଳି ବ୍ୟବହାର କରାଯାଉଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କିଛି ଦିନ ପରେ ସଞ୍ଜୟଙ୍କ ଏଭଳି ମନ୍ତବ୍ୟକୁ ରାଜନୈତିକ ସ୍ତରରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ତେବେ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ ଠାକରେ କହିଛନ୍ତି ବିଜେପି ଓ ଶିବସେନା ରାଜନୈତିକ ସ୍ତରରେ ଏକାଠି ହୋଇ ପାରିବେ ନାହିଁ, ହେଲେ ଏହାର ଅର୍ଥ ନୁହେଁ ସମ୍ପର୍କ ଭାଙ୍ଗି ଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘Main koi Nawaz Sharif se nahi milne gaya tha' ମୁଁ ନୱାଜ ସରିଫକୁ ଭେଟିବାକୁ ଯାଇ ନଥିଲି ବରଂ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲି, ଏଥିରେ ମୋର କୌଣସି ଭୁଲ୍‌ ନାହିଁ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.