ETV Bharat / bharat

Sanatan Dharma Remark Row Deepens: ଉଦୟାନିଧିଙ୍କ ସମର୍ଥନରେ ବାହାରିଲେ ପ୍ରିୟଙ୍କ ଖଡଗେ

ଉଦୟାନିଧିଙ୍କ ସମର୍ଥନରେ ବାହାରିଲେ ପ୍ରିୟଙ୍କ ଖଡଗେ । କହିଲେ କୌଣସି ଧର୍ମ ସମାନତା ଓ ମାନବିକ ମର୍ଯ୍ୟାଦା ଦେଇନପାରିଲେ ବ୍ୟାଧି ସହିତ ସମାନ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 5, 2023, 6:32 AM IST

ଉଦୟାନିଧିଙ୍କ ସମର୍ଥନରେ ବାହାରିଲେ ପ୍ରିୟଙ୍କ ଖଡଗେ

ବେଙ୍ଗାଲୁରୁ: ସନାତନ ଧର୍ମକୁ ନେଇ ତାମିଲନାଡୁ଼ ମନ୍ତ୍ରୀ ଉଦୟାନିଧିଙ୍କ ବିବାଦୀୟ ମନ୍ତବ୍ୟ ପରେ ସୃଷ୍ଟି ହୋଇଥିବା ବିବାଦ ପ୍ରଶମିତ ହେବା ବଦଳରେ ଅଧିକ ଜଟିଳ ହେବାରେ ଲାଗିଛି । ଭାରତୀୟ ଜନତା ପାର୍ଟି, ଦକ୍ଷିଣପନ୍ଥୀ ସଂଗଠନ ଓ ସନ୍ଥ ସମାଜ ଉଦୟାନିଧିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରୁଥିବା ବେଳେ, ସେ କେବଳ ଜାତିବାଦ କଥା କହିଛନ୍ତି, ସେପରି କିଛି ସନାତନ ବିରୋଧୀ ମନ୍ତବ୍ୟ ଦେଇନଥିବା ଯୁକ୍ତି ବାଢିଛନ୍ତି ଉଦୟାନିଧି । ଏହାରି ମଧ୍ୟରେ ଉଦୟାନିଧିଙ୍କ ସପକ୍ଷରେ ବାହାରିଛନ୍ତି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ତଥା କର୍ଣ୍ଣାଟକରେ ସିଦ୍ଧରମୈୟା ସରକାରରେ ମନ୍ତ୍ରୀ ଥିବା ପ୍ରିୟଙ୍କ ଖଡଗେ । ସିଧାସଳଖ ଉଦୟାନିଧିଙ୍କ ମନ୍ତବ୍ୟକୁ ସମର୍ଥନ କରିବା ସହ ପ୍ରିୟଙ୍କ କହିଛନ୍ତି, ଧର୍ମ ଯଦି ମର୍ଯାଦା ଦେଇନପାରେ, ତେବେ ଏହା ବ୍ୟାଧି ସଦୃଶ୍ୟ ।

ଦେଶର ପ୍ରମୁଖ ବିରୋଧ ଦଳ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅଙ୍କ ଏପରି ବୟାନ ଏହି ବିବାଦକୁ ଆହୁରି ଜଟିଳ କରିବାକୁ ଯାଉଥିବା ପରି ଦେଖାଯାଇଛି । ଆଜି ଏହି ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ପ୍ରତିକ୍ରିୟା ରଖି ପ୍ରିୟଙ୍କ କହିଥିଲେ,"ଯେକୌଣସି ଧର୍ମ ଯଦି ସମାନତାକୁ ପ୍ରୋତ୍ସାହିତ କରେ ନାହିଁ କିମ୍ବା ମାନବତାର ମର୍ଯ୍ୟାଦାକୁ ନିଶ୍ଚିତ କରେ ନାହିଁ, ତେବେ ସେହି ଧର୍ମ ମଧ୍ୟ ଏକ ରୋଗ ପରି ।’’ ଯଦିଓ ପ୍ରିୟଙ୍କ କୌଣସି ନିର୍ଦ୍ଦିଷ୍ଟ ଧର୍ମର ନାମ ତାଙ୍କ ମନ୍ତବ୍ୟରେ ଉଲ୍ଲେଖ କରିନଥିଲେ, କେବଳ କହିଥିଲେ, କୌଣସି ଧର୍ମରେ ଯଦି ସମାନତା ଓ ମାନବତା ପ୍ରତି ମର୍ଯ୍ୟାଦା ନଥାଏ, ତାହା ଏକ ରୋଗ ସଦୃଶ୍ୟ ।

ଏହା ମଧ୍ୟ ପଢନ୍ତୁ:- Sanatana Remark: ନଉନାହାଁନ୍ତି ଉଦୟାନିଧି, କହିଲେ ଦେଇଥିବା ମନ୍ତବ୍ୟ ବାରମ୍ବାର ଦୋହରାଇବି

ଦେଶବ୍ୟାପୀ ବିଜେପି ଓ ଦକ୍ଷିଣପନ୍ଥୀ ସଂଗଠନମାନଙ୍କର ପ୍ରବଳ ବିରୋଧ ଓ ରାଜନୈତିକ ବୟାନବାଜୀ ମଧ୍ୟରେ ଉଦୟାନିଧି ଆଜି ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ସେ କେବଳ ବିଭିନ୍ନ ଧର୍ମରେ ଥିବା ଜାତିପ୍ରଥାକୁ ବିରୋଧ କରି ଏପରି ମନ୍ତବ୍ୟ ଦେଇଥିଲେ । ତାଙ୍କର ଭିନ୍ନ କୌଣସି ଉଦ୍ଦେଶ୍ୟ ନଥିଲା । ସେ ସନାତନ ଧର୍ମକୁ ଲୋପ କରିଦେବା ଉଚିତ ବୋଲି କହିନାହାନ୍ତି । ଯାହା ଉକ୍ତ କାର୍ଯ୍ୟକ୍ରମରେ କହିଥିଲେ, ତାହା ସେ ବାରମ୍ବାର ମଧ୍ୟ ଦୋହରାଇବେ । ଅନ୍ୟପଟେ ଭାରତୀୟ ଜନତା ପାର୍ଟି ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ମିଳିତ ମେଣ୍ଟ ‘ଇଣ୍ଡିଆ’ ଗଠନରେ ଭୟଭୀତ ହୋଇ ଏପରି ପ୍ରସଙ୍ଗ ସୃଷ୍ଟି କରୁଛି ବୋଲି ମଧ୍ୟ ସେ କହିଛନ୍ତି ଉଦୟାନିଧି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.