ETV Bharat / bharat

ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ ସମୀର ୱାଙ୍ଖଡେଙ୍କ ପତ୍ନୀ - Sameer Wankhede's wife

ସ୍ବାମୀଙ୍କ ସୁରକ୍ଷା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ ମୁମ୍ବାଇ NCB ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ପତ୍ନୀ କ୍ରାନ୍ତି ୱାଙ୍ଖଡେ । ଅଧିକ ପଢନ୍ତୁ...

ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ ସମୀର ୱାଙ୍ଖଡେଙ୍କ ପତ୍ନୀ, 'ବାଲାଜୀ ଥିଲେ ଏପରି ହୋଇନଥାନ୍ତା'

author img

By

Published : Oct 28, 2021, 1:52 PM IST

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ ମୁମ୍ବାଇ NCB ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ପତ୍ନୀ କ୍ରାନ୍ତି ୱାଙ୍ଖଡେ । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସ୍ବାମୀଙ୍କ ପ୍ରତି ନ୍ୟାୟ କରିବାକୁ ଅନୁରୋଧ କରିଛନ୍ତି କ୍ରାନ୍ତି । ଏଥିସହ ବାଲା ସାହେବଙ୍କ ସମୟର ଶାସନ ଏବଂ ବର୍ତ୍ତମାନର ଶାସନକୁ ତୁଳନା କରିଛନ୍ତି କ୍ରାନ୍ତି ।

ସମୀରଙ୍କ ପତ୍ନୀ କ୍ରାନ୍ତି ଚିଠିରେ ଲେଖିଛନ୍ତି ଯେ, ପ୍ରତିଦିନ ଆମ ପରିବାରକୁ ଅପମାନିତ କରାଯାଉଛି । ଛତ୍ରପତି ଶିବାଜୀ ମହାରାଜ ରାଜ୍ୟରେ ଜଣେ ମହିଳାଙ୍କ ସମ୍ମାନ ସହ ଖେଳାଯାଉଛି । ଯଦି ବାଲାସାହେବ ଠାକରେ ଆଜି ଥାଆନ୍ତେ, ତେବେ ଏପରି ହୋଇନଥାନ୍ତା । ସେ ଆହୁରି ମଧ୍ୟ ଟ୍ୱିଟରରେ ସେୟାର କରିଥିବା ଚିଠିରେ ଲେଖିଛନ୍ତି ଯେ, ‘ବାଲାସାହେବ ଆଜି ଏଠାରେ ନାହାଁନ୍ତି କିନ୍ତୁ ଆପଣ ଅଛନ୍ତି । ଆମେ ତାଙ୍କୁ ଆପଣଙ୍କ ଠାରେ ଦେଖୁ, ଆମ ଭରସା ଆପଣଙ୍କ ଉପରେ ଅଛି । ମୁଁ ନିଶ୍ଚିତ ଯେ ଆପଣ ମୋ ପରିବାର ସହ ଅନ୍ୟାୟ ହେବାକୁ ଦେବ ନାହିଁ । ଜଣେ ମରାଠୀ ଭାବରେ, ମୁଁ ଆପଣଙ୍କ ନିକଟରେ ନ୍ୟାୟ ଭିକ୍ଷା କରୁଛି ।

ତେବେ କିଛିଦିନ ହେବ ସମୀର ୱାଙ୍ଖଡେଙ୍କ ପ୍ରତି ନବାବ ମଲିକଙ୍କ ଅଭିଯୋଗ ପରେ ୱାଙ୍ଖଡେଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀଙ୍କୁ ଏପରି ଚିଠି ଲେଖିଛନ୍ତି । ତେବେ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନଙ୍କ ଉପରେ ଥିବା ଫୋକସ ଏବେ ସମୀର ୱାଙ୍ଖଡେଙ୍କ ଉପରକୁ ଲେଉଟି ପଡିଥିବା ଅନୁମାନ କରାଯାଉଛି । କାରଣ ସମୀର ୱାଙ୍ଖଡେଙ୍କ ନାମରେ ପ୍ରତିଦିନ ବିବାଦ ନୂଆ ନୂଆ ମୋଡ ନେଉଛି । ଏହି ପରିପ୍ରେକ୍ଷୀରେ ନବାବ ମଲିକ ୱାଙ୍ଖଡେଙ୍କ ସମେତ ତାଙ୍କ ପରିବାରକୁ ମଧ୍ୟ ଟାର୍ଗେଟ କରିଛନ୍ତି । ପ୍ରଥମେ ୱାଙ୍ଖଡେଙ୍କ ବାପା, ଭଉଣୀଙ୍କ ପରେ ଏବେ ତାଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରସ୍ତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.