ETV Bharat / bharat

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା; ତଦନ୍ତ କରିବ SIT, ପ୍ରତିକ୍ରିୟା ରଖିଲେ ୱାଙ୍ଖଡେ

author img

By

Published : Nov 6, 2021, 8:37 AM IST

ଏଣିକି କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ତଦନ୍ତ କରିବ SIT । ଯାହାର ନେତୃତ୍ବ ନେବେ ୧୯୯୬ ବ୍ୟାଚ୍ ଓଡିଶା IPS କ୍ୟାଡର ଅଫିସର । ସେପଟେ ତଦନ୍ତ ଦାୟିତ୍ବରୁ ହଟିବା ପରେ ପ୍ରତିକ୍ରିୟା ରଖିଲେ ସମୀର ୱାଙ୍ଖଡେ । ଅଧିକ ପଢନ୍ତୁ...

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା; ତଦନ୍ତ କରିବ SIT, ପ୍ରତିକ୍ରିୟା ରଖିଲେ ୱାଙ୍ଖେଡ

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ତଦନ୍ତ ଦାୟିତ୍ବରୁ ହଟିଛନ୍ତି ସମୀର ୱାଙ୍ଖଡେ । ତାଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆସିବା ପରେ ଏପରି କରିଛି ଏନସିବି । ବର୍ତ୍ତମାନ NCB ଆର୍ଯ୍ୟନ ଖାନ କେସ ସହ ୬ଟି କେସର ତଦନ୍ତ ଭାର SITକୁ ହସ୍ତାନ୍ତର କରିଛି । ଯାହାର ନେତୃତ୍ବ ନେବେ IPS ସଞ୍ଜୟ କୁମାର ସିଂ । ବର୍ତ୍ତମାନ SIT ମାମଲାର ଯାଞ୍ଚ କରିବାକୁ ଥିବାବେଳେ ସେପଟେ ତଦନ୍ତରୁ ବାହାରିବା ପରେ ସମୀର ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି, ମୁଁ NCB ମୁମ୍ବାଇ ୟୁନିଟର ଜୋନାଲ ଡାଇରେକ୍ଟର ଏବଂ ରହିବି ମଧ୍ୟ । ମୋତ ମୋ ପୋଷ୍ଟରୁ ବାହାର କରାଯାଇନାହିଁ । ମୁଁ ଅନୁରୋଧ କରୁଛି କି କେନ୍ଦ୍ରୀୟ ଏଜେନ୍ସି ଦ୍ବାରା ଆର୍ଯ୍ୟନ ଖାନ ଡ୍ରଗ୍ସ କେସର ଯାଞ୍ଚ ହେଉ । ଡ୍ରଗ୍ସ କେସ ସଙ୍ଗେ ସଙ୍ଗେ ମନ୍ତ୍ରୀ ନୱାବ ମଲ୍ଲିକ ଆଣିଥିବା ତମାମ୍ ଅଭିଯୋଗ ମଧ୍ୟ କେନ୍ଦ୍ରୀୟ ଏଜେନ୍ସି ତଦନ୍ତ କରୁ ।

ସେହିପରି ବର୍ତ୍ତମାନ ଦିଲ୍ଲୀ SIT ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାର ତଦନ୍ତ କରିବାକୁ ନେଇ ସମୀର କହିଛନ୍ତି, ଏହା ଭଲ ଯେ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ(SIT ) ଏବେ ଏହି ମାମଲାରେ ଯାଞ୍ଚ କରିବ । ଏଥିସହ କେନ୍ଦ୍ରୀୟ ଏଜେନ୍ସି ଦ୍ବାରା ମାମଲାର ଯାଞ୍ଚ ନେଇ ସେ କୋର୍ଟରେ ରିଟ୍ ପିଟିସନ ଦାୟର କରିଥିବା କଥା ମଧ୍ୟ କହିଛନ୍ତି ଏବଂ ଆଗକୁ ମଧ୍ୟ ତାଙ୍କର 'ଡ୍ରଗ୍ସ ବିରୋଧି ଅପରେସନ' ଉପରେ କାର୍ଯ୍ୟ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି ସମୀର ।

ଉଲ୍ଲେଖଯୋଗ୍ୟ, ଡ୍ରଗ୍ସ ପାର୍ଟି ମାମଲାର ଯାଞ୍ଚ କରିବାକୁ ଥିବା ସଞ୍ଜୟ କୁମାର ସିଂ ୧୯୯୬ ବ୍ୟାଚ୍ ଓଡିଶା IPS କ୍ୟାଡର ଅଧିକାରୀ ଅଟନ୍ତି । ସେ ଓଡିଶା ପୋଲିସ ଏବଂ CBI ସହ ବିଭିନ୍ନ କାର୍ଯ୍ୟ ତୁଲାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.