ETV Bharat / bharat

ପୁରୁଣା ବିଷ ଓଗାଳୁଛନ୍ତି କି ନବାବ, ଝିଅର CDR ଯାଞ୍ଚକୁ ନେଇ ୱାଙ୍ଖଡେଙ୍କ ଉପରେ ବର୍ଷିଲେ

author img

By

Published : Oct 26, 2021, 2:42 PM IST

ବଢୁଛି ମୁମ୍ବାଇ NCB ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଅଡୁଆ । ଅଭିନେତାଙ୍କ ପୁଅ ଗିରଫ ପରେ ସମୀରଙ୍କ ଉପରେ ପଡୁଛି ରାଜନେତାଙ୍କ ଅକ୍ରୋଶ । ଚର୍ଚ୍ଚାରେ ରହିବା ପାଇଁ ୱାଙ୍ଖଡେ ଏପରି କରୁଥିବା ଅଭିଯୋଗ କରିଛନ୍ତି ମହାରାଷ୍ଟ୍ରର ମନ୍ତ୍ରୀ ନୱାବ । ଅଧିକ ପଢନ୍ତୁ...

sameer-wankhade-tapped-the-phones-of-many-big-people-nawab-maliks-sensational-claim
ପୁରୁଣା ବିଶ ଓଗାଳୁଛନ୍ତି କି ନବାବ, ଝିଅର CDR ଯାଞ୍ଚକୁ ନେଇ ୱାଙ୍ଖଡେଙ୍କ ଉପରେ ବର୍ଷିଲେ

ମୁମ୍ବାଇ: ସଙ୍ଗୀନ ହେଉଛି କ୍ରୁଜ ପାର୍ଟି ଡ୍ରଗ୍ସ ମାମଲା । ଆର୍ଯ୍ୟନ ଖାନଙ୍କ ଜାମିନ୍ ଆବେଦନ ଖାରଜ ହେବା ସାଙ୍ଗକୁ ସମୀର ୱାଙ୍ଖଡେଙ୍କ ବଢୁଛି ଅଡୁଆ । ଏଥିସହ ମାମଲାରେ ମଧ୍ୟ ଧାର୍ମିକ ଆକ୍ଷେପ ଯୋଡି ହେଉଛି ।

ଗତକାଲି(ସୋମବାର) ମହାରାଷ୍ଟ୍ରର ସଂଖ୍ୟାଲଘୁ ବିକାଶ ମନ୍ତ୍ରୀ ନବାବ ମଲିକ ୱାଙ୍ଖେଡଙ୍କ ଜନ୍ମ ପ୍ରମାଣପତ୍ରକୁ ନେଇ ଅଭିଯୋଗ କରିବା ସହ ତାଙ୍କ ବାପାଙ୍କୁ ଦାଉଦି ବୋଲି ସମ୍ବୋଧିତ କରିଥିବାବେଳେ ଆଜି ସାମ୍ବାଦିକ ସମ୍ମିଳନୀରେ ସମୀର ୱାଙ୍ଖଡେଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ୱାଙ୍ଖଡେ ଚର୍ଚ୍ଚାରେ ରହିବା ସହ ଅର୍ଥ ହଡପ ପାଇଁ ମିଛ ମାମଲା ରୁଜୁ କରନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ମୁମ୍ବାଇ NCB କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ କର୍ମଚାରୀ ତାଙ୍କ ନାମ ଗୁପ୍ତ ରଖି ଏପରି କହିଥିବା ନବାବ କହିଛନ୍ତି ।

ସେ ଅଭିଯୋଗ କରି କହିଛନ୍ତି ଯେ, ୱାଙ୍ଖଡେଙ୍କ ବିରୋଧରେ ଏହିପରି ୨୫ ରୁ ଅଧିକ ମାମଲା ରହିଛି । ସେ ନିର୍ଦ୍ଦୋଷଙ୍କୁ ଫସାଇବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଛନ୍ତି । ସର୍ଚ୍ଚ କରିବା ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ କିଛି ଡ୍ରଗ୍ସ ରଖିଦିଅନ୍ତି ଓ ସେମାନଙ୍କୁ ଗିରଫ କରନ୍ତି । କମ୍ ଡ୍ରଗ୍ସ ଜବତ ହୋଇଥିଲେ ମଧ୍ୟ ଅଧିକ ପରିମାଣ ଦର୍ଶାଇ ଜେଲ୍ ପଠାନ୍ତି । ସେହିପରି ଡ୍ରଗ୍ସ ମାମଲାରେ ଜବତ ଟଙ୍କାର କିଛି ଭାଗ ସରକାରଙ୍କ ରାଜକୋଷକୁ ପଠାଇ ଆଉ ନିଜ ମଧ୍ୟରେ ବାଣ୍ଟିନିଅନ୍ତି ।

ସେହିପରି ବେଆଇନ ଭାବେ ୱାଙ୍ଖଡେ ଅନ୍ୟମାନଙ୍କ ମୋବାଇଲ ଟ୍ରାପ କରନ୍ତି ବୋଲି ନବାବ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ମୋ ଜ୍ବାଇଁ ଜେଲରେ ଅଛନ୍ତି । ତାଙ୍କ କେସ୍ ବିଚରାଧୀନ ଅଛି । ଏପରି ସମୟରେ ୱାଙ୍ଖଡେ ମୁମ୍ବାଇ ପୋଲିସକୁ ମୋ ଝିଅର କଲ୍ ରେକର୍ଡ ଡିଟେଲ୍ସ(CDR) ମାଗିଛନ୍ତି । ଏହା କଣ ଠିକ୍ ? ମୋ ଜ୍ବାଇଁ ଗିରଫ ହୋଇ ଜେଲରେ ଅଛନ୍ତି ତା'ର ଅର୍ଥ କଣ ମୋ ଝିଅ ଦୋଷୀ ବୋଲି ଉତ୍ତ୍ୟକ୍ତ ହୋଇ ପ୍ରଶ୍ନ କରିଛନ୍ତି ନବାବ । ସେପଟେ ଦିଲ୍ଲୀ ଗସ୍ତରେ ଥିବା ସମୀର ୱାଙ୍ଖଡେ ଏନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, 'ସମସ୍ତ ଭିତ୍ତିହୀନ ଅଭିଯୋଗ କରୁଛନ୍ତି ମନ୍ତ୍ରୀ ନବାବ । ତାଙ୍କର ଯାହା କରିବାର ଇଚ୍ଛା କରନ୍ତୁ ।'

ଅନ୍ୟପଟେ ଗତକାଲି ନବାବ ମଲିକଙ୍କ ଅଭିଯୋଗର କଡା ପ୍ରତିକ୍ରିୟା ରଖିଛନ୍ତି ସମୀର ୱାଙ୍ଖଡେଙ୍କ ବାପା ଦ୍ୟାନଦେବ ୱାଙ୍ଖଡେ। ସେ କହିଛନ୍ତି ଯେ, 'ନବାବ ନିମ୍ନସ୍ତରର ରାଜନୀତି କରୁଛନ୍ତି । ମୋ ନାମ ଦାଉଦି ନୁହେଁ, ଦ୍ୟାନଦେବ ୱାଙ୍ଖଡେ, ତାହା ପୁଣି ଜନ୍ମରୁ ରହିଆସିଛି । ମୋ ପୁଅର ଜନ୍ମ ପ୍ରମାଣପତ୍ର ଦେଖାଇ ଆମକୁ ବଦନାମ କରୁଛନ୍ତି । ଏହା ପଛରେ ମଲିକଙ୍କ କିଛି ଖରାପ ଉଦ୍ଦେଶ୍ୟ ରହିଛି ।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.