ETV Bharat / bharat

Opposition Meet: ମୁମ୍ବାଇରେ ବିରୋଧୀ ମିଳିତ ମେଣ୍ଟ ବୈଠକକୁ ସମ୍ବିତଙ୍କ କଟାକ୍ଷ, କହିଲେ ଅହଂକାରୀଙ୍କ ବୈଠକ

author img

By ETV Bharat Odisha Team

Published : Aug 31, 2023, 1:57 PM IST

ମୁମ୍ବାଇରେ ବସିବାକୁ ଥିବା ବିରୋଧୀ ମିଳିତ ମେଣ୍ଟ ଇଣ୍ଡିଆର ବୈଠକକୁ ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଅଧିକ ପଢନ୍ତୁ

Opposition Meet
sambit patra targets opposition

ନୂଆଦିଲ୍ଲୀ: କେନ୍ଦ୍ରରୁ ବିଜେପିକୁ ହଟାଇବାକୁ ଆଜି ପୁଣି ଏକାଠି ହେବାକୁ ଯାଉଛନ୍ତି ବିରୋଧୀ । ମିଳିତ ମେଣ୍ଟ 'ଇଣ୍ଡିଆ'ର ଆଜିଠୁ ଦୁଇଦିନିଆ ମହାମେଳି ହେବାକୁ ଯାଉଛି । ମୁମ୍ବାଇରେ ବିରୋଧୀ ମିଳିତ ମେଣ୍ଟ ଇଣ୍ଡିଆର ଆଜି ବୈଠକ ବସିବ । ବିଜେପି ବିରୋଧରେ ମୁମ୍ବାଇରେ ମାନସ ମନ୍ଥନ କରିବେ ମିଳିତ ବିରୋଧୀ ଦଳ । ଏହାକୁ ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ବିରୋଧୀଙ୍କ ବୈଠକକୁ କଟାକ୍ଷ କରି ମୁମ୍ବାଇରେ ବିରୋଧୀଙ୍କର ଅହଂକାରୀଙ୍କ ବୈଠକ (ଘମଣ୍ଡିଆ) ହେବ ବୋଲି କହିଛନ୍ତି ।

  • प्रधानमंत्री श्री @narendramodi जी के नेतृत्व में चल रही स्थिर और विकास युक्त सरकार को अस्थिर करने के लिए ‘घमंडिया गठबंधन’ की मुंबई में बैठक चल रही है। pic.twitter.com/RWPeiGopEh

    — Sambit Patra (@sambitswaraj) August 31, 2023 " class="align-text-top noRightClick twitterSection" data=" ">

ସମ୍ବିତ ପାତ୍ର କହିଛନ୍ତି, '' ଆଜି ତୁମେ ସମସ୍ତ ଜାଣିଛନ୍ତି କି ମୁମ୍ବାଇରେ ଆଜି ଜିଏମ ବୈଠକ ହେଉଛି । ଜିଏମ ବୈଠକମାନେ (ଘମଣ୍ଡିଆ ବୈଠକ) । ବିରୋଧୀଙ୍କ ଏହି ବୈଠକକୁ ନେଇ ଚର୍ଚ୍ଚା ହେଉଛି । ବାସ୍ତବରେ ଦେଖିବାକୁ ଗଲେ ବିରୋଧି ଦଳ ମଧ୍ୟରେ ଯେଉଁ ମ୍ୟୁଜିକାଲ ଚେୟାର ଖେଳ ଚାଲିଛି ସେହି ବିଷୟରେ ବିଶେଷ କିଛି କହିବାର ନାହିଁ । ଏହିପରି ବୈଠକ କିଛି ନୂଆ ନୁହେଁ । 2019ରେ ସେହି ଦଳ ନାମ ଅଲଗା ଅଲଗା ଥିଲା ଲୋକ ସେହିମାନେ ଥିଲେ ପାଟନା, ବେଙ୍ଗାଲୁରୁରେ ଏହି ପରି ବୈଠକ କରୁଥିଲେ । ଆଜି ପୁଣି ଅହଂକାରୀଙ୍କ ବୈଠକ (ଘମଣ୍ଡିଆ) ବସିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଚାଲିଥିବା ସ୍ଥିର ଏବଂ ବିକାଶଯୁକ୍ତ ସରକାରକୁ ଅସ୍ତିର କରିବାକୁ ମୁମ୍ବାଇରେ ଅହଂକାରୀ ବୈଠକ ବସୁଛି ।''

ନୂଆଦିଲ୍ଲୀରେ ବିଜେପି ହେଡକ୍ବାର୍ଟରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଆହୁରି କହିଛନ୍ତି,''ମୁମ୍ବାଇରେ ବୈଠକ କରୁଥିବା ଦଳ 20 କୋଟି ଟଙ୍କାର ଦୁର୍ନୀତି କରିଛନ୍ତି । ଏହା ଏକ ସ୍ବାର୍ଥପର ମେଣ୍ଟ । ସେମାନଙ୍କ ଏଜେଣ୍ଡା ହେଉଛି ଦୁର୍ନୀତିରୁ ଅଧିକରୁ ଅଧିକରୁ ଲାଭବାନ ହେବା । ସେମାନେ କେବେଳ ନିଜ ଭିତରେ ଲଢନ୍ତି । ଚନ୍ଦ୍ରଯାନ ସଫଳତାର ସହ ଲ୍ୟାଣ୍ଡ କଲା ମାତ୍ର ସେମାନେ କେବେ ବି ଉଡାଣ ଭରି ପାରିବେ ନାହିଁ ।''

ଏହା ବି ପଢନ୍ତୁ...Opposition Meet: ଆଜି ମୁମ୍ବାଇରେ ଇଣ୍ଡିଆ ମେଣ୍ଟ ବୈଠକ, ଯୋଗ ଦେବେ ୨୮ ଦଳ

ଆଜି ମୁମ୍ବାଇର ହୋଟେଲ ଗ୍ରାଣ୍ଡ ହାୟାତରେ ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହା ବୈଠକ ଦୁଇ ଦିନ ଧରି ଚାଲିବ । ୨୮ଟି ରାଜନୈତିକ ଦଳର ୬୩ ଜଣ ପ୍ରତିନିଧି ଯୋଗ ଦେବା ନେଇ ସୂଚନା ରହିଛି । ପୂର୍ବରୁ ପାଟନା ଓ ବେଙ୍ଗାଲୁରୁ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ବୈଠକ ବସିଥିଲା । ବୈଠକରେ ବିରୋଧୀ ମିିଳିତ ମେଣ୍ଟର ଲୋଗୋ ଉନ୍ମୋଚିତ ହୋଇପାରେ । ଏହା ସହି ଇଣ୍ଡିଆ ମେଣ୍ଟର ଆବାହକଙ୍କ ନାମ ମଧ୍ୟ ଘୋଷଣା ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.