ETV Bharat / bharat

ଟୁଲକିଟ ମାମଲାରେ ପୁଣି ହାଜର ହେଲେନି ବିଜେପି ମୁଖପାତ୍ର ସମ୍ବିତ ପାତ୍ର

author img

By

Published : May 26, 2021, 11:38 PM IST

ଆଜି ମଧ୍ୟ ଟୁଲକିଟ ମାମଲାରେ ସମ୍ବିତ ପାତ୍ର ପୋଲିସ ପାଖରେ ହାଜର ହୋଇନାହାଁନ୍ତି । ଏ ନେଇ ସମ୍ବିତ ପାତ୍ରଙ୍କ ଓକିଲ ପୁଣି ଏକ ସପ୍ତାହ ସମୟ ମାଗିଛନ୍ତି । ଅଧିକ ପଢନ୍ତୁ...

sambit patra
ଟୁଲକିଟ ମାମଲାରେ ପୁଣି ହାଜର ହେଲେନି ବିଜେପି ମୁଖପାତ୍ର ସମ୍ବିତ ପାତ୍ର

ରାୟପୁର: ଟୁଲକିଟ ମାମଲାରେ ପୋଲିସରେ ହାଜର ହେଲେନି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଆଜି ସମ୍ବିତ ପାତ୍ରଙ୍କୁ ହାଜର ହେବା ପାଇଁ ନୋଟିସ କରିଥିଲା ଛତିଶଗଡ ପୋଲିସ । ଟୁଲକିଟ ମାମଲାରେ ତାଙ୍କୁ ପ୍ରଶ୍ନ ପଚାରିବା ପାଇଁ ସମୟ ଦେଇଥିଲା ପୋଲିସ । ଏ ନେଇ ସମ୍ବିତ ପାତ୍ରଙ୍କ ଓକିଲ ପୁଣି ଏକ ସପ୍ତାହ ସମୟ ମାଗିଥିବା ଜଣାପଡିଛି ।

ଟୁଲକିଟ ମାମଲା ଦେଶ ସହିତ ଛତିଶଗଡରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ମାମଲାରେ ଆଜି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ପଚରାଉଚୁରା କରିବା ପାଇଁ ନୋଟିସ ଜାରି କରିଥିଲା ଛତିଶଗଡ ପୋଲିସ । ଛତିଶଗଡର ରାୟପୁରରେ ସିଭିଲ ଲାଇନ ଥାନା ପକ୍ଷରୁ ଏନେଇ ନୋଟିସ ଜାରି କରାଯାଇଥିଲା । ନୋଟିସରେ ସମ୍ବିତ ପାତ୍ରଙ୍କୁ ବ୍ୟକ୍ତିଗତ କିମ୍ବା ଅନଲାଇନ ଭାବରେ ହାଜର ହେବା ପାଇଁ କୁହାଯାଇଥିଲା । କିନ୍ତୁ ଆଜି ମଧ୍ୟ ସେ ସାମିଲ ହୋଇନାହାଁନ୍ତି । ସେପଟେ ତାଙ୍କ ଓକିଲ ପୁଣି ଏକ ସପ୍ତାହ ସମୟ ମାଗିଛନ୍ତି । ସମ୍ବିତ ପାତ୍ରଙ୍କ ଓକିଲ ମେଲ ମାଧ୍ୟମରେ ପ୍ରଶ୍ନର ଜବାବ ରଖିବା ପାଇଁ ଅନୁରୋଧ କରିଛନ୍ତି ।

ସୂଚନାଥାଉକି ଟୁଲକିଟ ମାମଲାରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା । ମେ 19 ତାରିଖରେ ରାୟପୁରର ସିଭିଲ ଲାଇନ ଥାନାରେ ଏନଏସୟୁଆଇର ରାଜ୍ୟ ସଭାପତି ଆକାଶ ଶର୍ମା ଏହି ମାମଲା କରିଥିଲେ । ଏହି ମାମଲାର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ପୋଲିସ ପଚରାଉଚୁରା କରିଛି । ସେପଟେ ଏହି ମାମଲାରେ ଛତିଶଗଡ ଏନଏସୟୁଆଇ ସଭାପତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ରାଷ୍ଟ୍ରୀୟ ମହାମନ୍ତ୍ରୀ ବିଏମଲ ସନ୍ତୋଷଙ୍କ ନାମରେ ମଧ୍ୟ ରାଜ୍ୟ ବିଭିନ୍ନ ଥାନାରେ ମାମଲା ରୁଜୁ କରାଯାଇଛି ।

ଟୁଲକିଟ ମାମଲା କଣ ?

ଦେଶରେ କୌଣସି ଏକ ସମ୍ବେଦନଶୀଳ ସମସ୍ୟାକୁ ନେଇ ଜନସାଧାଣଙ୍କ ନିକଟରେ ପ୍ରଚାର ପ୍ରସାର କରି ଅନ୍ୟକୁ ଦୋଷୀ କରିବା ହେଉଛି ଟୁଲକିଟ ମାମଲା । ନିକଟରେ କଂଗ୍ରେସ ଏକ ପତ୍ରକୁ ନେଇ ସୋସିଆଲ ମିଡିଆରେ ପ୍ରଚାର ହୋଇଥିଲା ଏବଂ ଏହା ପରେ ଟୁଲକିଟ ମାମଲା ସାମ୍ନାକୁ ଆସିଛି । ଦେଶର କୋରୋନା ସ୍ଥିତିକୁ ନେଇ କଂଗ୍ରେସ ନିଜର ସ୍ବାର୍ଥ ରାଜନୀତି କରୁଥିବା ନେଇ ଏକ ପତ୍ର ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ଟ୍ବିଟ କରିଥିଲେ । ଏହାକୁ ନେଇ ପରେ ବିଜେପି ନେତାମାନେ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରିଥିଲେ । ଯାହାକୁ ନେଇ ପରେ କଂଗ୍ରେସ ବିଜେପି ଉପରେ ଅଭିଯୋଗ କରିଛି । ବିଜେପିର ଏହା ଏକ ମନଗଢା ଏବଂ ରାଜନୀତି କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏହାକୁ ନେଇ ପରେ ବିଜେପି ନେତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.