ଲକ୍ଷ୍ନୌ: କିସ କରିବାରୁ କନ୍ୟା ଭାଙ୍ଗିଦେଲା ବାହାଘର । କଥାଟି ଶୁଣିବାକୁ ଆଶ୍ଟର୍ଯ୍ୟ ହେଲେ ବି ସତ । ଯୌତୁକ କିମ୍ବା ପ୍ରେମ ସମ୍ପର୍କରେ ମନମାଳିନ ଯୋଗୁଁ ଆପଣ ବାହାଘର ଭାଙ୍ଗିଥିବା ଶୁଣିଥିବେ । କିନ୍ତୁ ଏଠାରେ ଷ୍ଟେଜ ଉପରେ ବର କନ୍ୟାକୁ କିସ କରିବାରୁ କନ୍ୟା ରାଗିଯାଇ ବାହାଘର ଭାଙ୍ଗିଦେଲେ । ତେବେ ଏଭଳି ମଜାଳିଆ ଘଟଣା ସାମ୍ନାକୁ ଆସିଛି ୟୁପିର ସଭଲ ଜିଲ୍ଲାରୁ ।
ସୂଚନା ମୁତାବକ, ବିଲ୍ସିର ଯୁବକଙ୍କ ସହିତ ବହଜୋଇ ଥାନା ନିକଟ ଏକ ଗାଁର ଝିଅ ସହ ଚାଲିଥିଲା । ଦୁଇ ପରିବାରର ସହମତି ଅନୁସାରେ ମଙ୍ଗଳବାର ଦିନ ବାହାଘର ଚାଲିଥିଲା । ତେବେ ଫୁଲମାଳ (ବରମାଳ) ପକାଇବା ସମୟରେ କନ୍ୟାକୁ କିସ୍ କରିବା ଭଳି ଅଶ୍ଳୀଳ ହରକତ କରିଥିଲେ । ଏହାକୁ ନେଇ ବିବାଦ ଦେଖିବାକୁ ମିଳିଥିଲା ।
ବରର ଏଭଳି ବାରମ୍ବାର ଅଶ୍ଳୀଳ ହରକତ ଦେଖି କନ୍ୟା ରାଗିଯାଇଥିବା ବେଳେ କନ୍ୟା ବାହାଘର ପାଇଁ ମନା କରିଦେଇଥିଲେ । ଏନେଇ ଉଭୟ ପକ୍ଷରେ ମତଭେଦ ଦେଖାଦେଇଥିବା ବେଳେ ଶେଷରେ ବର ଶିଶୁପାଳ ହୋଇ ଫେରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ