ETV Bharat / bharat

ଥାନା ଭିତରେ ବିଜେପି ନେତାଙ୍କୁ ପିଟିଲେ ସମାଜବାଦୀ ପାର୍ଟି ବିଧାୟକ

author img

By

Published : May 10, 2023, 4:17 PM IST

ଉତ୍ତର ପ୍ରଦେଶରେ ଆମେଠିରେ ଥାନା ଭିତରେ ବିଜେପି ନେତ୍ରୀଙ୍କ ସ୍ବାମୀଙ୍କୁ ପିଟିଲେ ସମାଜବାଦୀ ପାର୍ଟି ବିଧାୟକ ଓ ତାଙ୍କ ସମର୍ଥକ । ଅଧିକ ପଢନ୍ତୁ

ଥାନା ଭିତରେ ବିଜେପି ନେତ୍ରୀଙ୍କ ସ୍ବାମୀଙ୍କୁ ପିଟିଲେ ସମାଜବାଦୀ ପାର୍ଟି ବିଧାୟକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଆମେଠିରେ ଥାନା ଭିତରେ ବିଜେପି ନେତ୍ରୀଙ୍କ ସ୍ବାମୀଙ୍କୁ ନିର୍ଧୁମ ମାଡ ମାରିଛନ୍ତି ବିରୋଧୀ ଦଳ ସମାଜବାଦୀ ପାର୍ଟିର ଜଣେ ବିଧାୟକ ଓ ତାଙ୍କ ସମର୍ଥକ । ସ୍ଥିତି ଏମିତି ଥିଲା ବିଧାୟକ ଓ ତାଙ୍କ ସମର୍ଥକଙ୍କ ସଙ୍ଘବଦ୍ଧ ଆକ୍ରମଣକୁ ଆୟତ କରିବା ଓ ସମ୍ପୃକ୍ତ ବିଜେପି ନେତାଙ୍କୁ ଉଦ୍ଧାର କରିବାରେ ପୋଲିସକୁ ମଧ୍ୟ କିଛି ସମୟ ଲାଗିଥିଲା । ସଂଘବଦ୍ଧ ମାଡରେ ବିଜେପି ନେତାଜଣଙ୍କ ଆହତ ହୋଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ସ୍ଥାନୀୟ ମହାନଗର ନିଗମ ନିର୍ବାଚନରେ ଭାରତୀୟ ଜନତା ପାର୍ଟିରୁ ପ୍ରାର୍ଥୀ ହୋଇଥିବା ରଶ୍ମୀ ସିଂଙ୍କ ସ୍ବାମୀ ଦୀପକ ସିଂଙ୍କୁ ଆକ୍ରମଣ କରିଛନ୍ତି ବିରୋଧୀ ସମାଜବାଦୀ ପାର୍ଟି ବିଧାୟକ ରାକେଶ ପ୍ରତାପ ସିଂ ଓ ତାଙ୍କ ସମର୍ଥକ । ଗୌରୀଗଞ୍ଜ ଥାନା ପରିସରରେ ଏହି ଆକ୍ରମଣ ହୋଇଛି । ଦୀପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଧାୟକ ରାକେଶ ପ୍ରତାପ ଓ ତାଙ୍କ ସମର୍ଥକ ଥାନା ପରିସରରେ ଧାରଣାରେ ବସିଥିଲେ । ବିଜେପି ନେତା ଦିପକ ସିଂ ସେଠାରେ ପହଞ୍ଚିବା ପରେ କୌଣସି କାରଣରୁ ତିକ୍ତତା ହୋଇଥିଲା । ତାଙ୍କୁ ବିଧାୟକ ଅତର୍କିତ ମାଡ ମାରିଥିଲେ । ବିଧାୟକଙ୍କ ପରେ ପୋଲିସ ଉପସ୍ଥିତିରେ ତାଙ୍କ ସମର୍ଥକମାନେ ମଧ୍ୟ ସଂଘବଦ୍ଧ ଆକ୍ରମଣ କରିଥିଲେ । ପୋଲିସ କର୍ମୀମାନେ ଦୀପକଙ୍କୁ ବିଧାୟକ ଓ ତାଙ୍କ ସମର୍ଥକଙ୍କ କବଳରୁ ଉଦ୍ଧାର କରି ଥାନା ଭିତରକୁ ନେଇଥିଲେ ।

ସମାଜବାଦୀ ବିଧାୟକ ରାକେଶ ପ୍ରତାପଙ୍କ ଅଭିଯୋଗ ଅନୁସାରେ, ଦୀପକ ସିଂ ଓ ତାଙ୍କର କିଛି ସମର୍ଥକ ବିଧାୟକଙ୍କ ସହଯୋଗୀଙ୍କୁ ଆକ୍ରମଣ କରିଥିଲେ । ଏହି ମାମଲା ଏବେ ଥାନାରେ ପହଞ୍ଚିଥିଲେ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ସେ ତା ବିରୋଧରେ ଥାନା ପରିସରରେ ଧାରଣା ଦେଇଥିଲେ । ହେଲେ ଏହି ସମୟରେ ଦୀପକ ସିଂ ସେଠାରେ ପହଞ୍ଚି କିଛି ଗାଳିଗୁଲଜ କରିଥିଲେ । ଏଥିରେ ତାଙ୍କ ଦଳର ଧାରଣା ଦେଇଥିବା କର୍ମୀ ଉତ୍ତେଜିତ ହୋଇପଡିଥିଲେ ।

ଥାନା ପରିସରରେ ଏପରି ପୋଲିସ ଉପସ୍ଥିତିରେ ଆକ୍ରମଣ ଘଟଣା ଆସିବା ପରେ ପୋଲିସର କାର୍ଯ୍ୟଶୈଳୀ ମଧ୍ୟ ପ୍ରଶ୍ନ ଉଠିଛି । ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି, ସ୍ଥିତି ଆୟତ କରିବା ପାଇଁ ପୋଲିସକୁ ସାମାନ୍ୟ ସମୟ ଲାଗିଥିଲା । ଏନେଇ ଏକ ମାମଲା ମଧ୍ୟ ଦାଖଲ ହୋଇଛି । ତଦନ୍ତ ଆରମ୍ଭ ହୋଇଛି । ଉଭୟ ପରସ୍ପର ବିରୋଧରେ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.