ETV Bharat / bharat

ଖଡଗେ ନୁହନ୍ତି ରାହୁଲ ଗାନ୍ଧୀ ଆମର ମୁଖ୍ୟ ନେତା: ସଲମାନ ଖୁର୍ସିଦ୍ଦ

ଖଡଗେଙ୍କୁ କଂଗ୍ରେସ ବସ ଭାବେ ଗ୍ରହଣ କରିପାରୁନାହିଁ କି ଦଳ ? ବରିଷ୍ଠ ନେତା ସଲମାନ ଖୁର୍ସିଦ୍ଦ କହିଲେ ଖଡଗେଜୀ ଆମ ଅଧ୍ୟକ୍ଷ କିନ୍ତୁ ମୁଖ୍ୟନେତା ରାହୁଲ ଗାନ୍ଧୀ (Salman Khurshid on his remarks of Rahul Gandhi)। ଅଧିକ ପଢନ୍ତୁ

author img

By

Published : Dec 29, 2022, 9:53 PM IST

ଖଡଗେ ନୁହନ୍ତି ରାହୁଲ ଗାନ୍ଧୀ ଆମର ମୁଖ୍ୟ ନେତା: ସଲମାନ ଖୁର୍ସିଦ୍ଦ
ଖଡଗେ ନୁହନ୍ତି ରାହୁଲ ଗାନ୍ଧୀ ଆମର ମୁଖ୍ୟ ନେତା: ସଲମାନ ଖୁର୍ସିଦ୍ଦ

ହାଇଦ୍ରାବାଦ: ସର୍ବପୁରାତନ ଜାତୀୟ ରାଜନୈତିକ ଦଳ କଂଗ୍ରେସର ସର୍ବୋଚ୍ଚ ନେତୃତ୍ବ ନେଇ ବିବାଦୀୟ ବୟାନ ଦେଇଛନ୍ତି ଦଳର ବରିଷ୍ଠ ନେତା ସଲମାନ ଖୁର୍ସିଦ୍ଦ । ଖୁର୍ସିଦ୍ଦ କହିଛନ୍ତି, ମଲ୍ଲିକାର୍ଜୁନ ଖଡଗେ ଆମ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ କିନ୍ତୁ ଆମର ମୁଖ୍ୟ ନେତା ଗାନ୍ଧୀ ପରିବାରରୁ । ଯଦି ଖଡଗେଜୀଙ୍କୁ ନେତା କୁହାଯିବ, ରାହୁଲ ଗାନ୍ଧୀଙ୍କୁ ନେତା ବୋଲି ବିଚାର କରାଯିବ ନାହିଁ, ତାହାଲେ ଏହା ଭୁଲ ହେବ । ଯିଏ ଖଡଗେଜୀଙ୍କର ନେତା, ସେ ଆମ ସମସ୍ତଙ୍କର ନେତା ବୋଲି ସଲମାନ ଖୁର୍ସିଦ୍ଦ କହିଛନ୍ତି (Salman Khurshid on his remarks of Rahul Gandhi)। ଏପରି ମନ୍ତବ୍ୟ ପରେ କଂଗ୍ରେସର ଦଳୀୟ ସମ୍ବିଧାନକୁ ନେଇ ବିରୋଧୀ କଟାକ୍ଷ କରିବା ଆରମ୍ଭ କରିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସଲମାନ ଖୁର୍ସିଦ୍ଦଙ୍କ ଏପରି ମନ୍ତବ୍ୟକୁ ଉପହାସ କରିଛନ୍ତି ।

  • #WATCH हमारे कई नेता हैं। मैं भी एक नेता हूं मगर हमारे मुख्य नेता गांधी परिवार से हैं, मल्लिकार्जुन खड़गे हमारे राष्ट्रीय अध्यक्ष है। अगर मैं कहूं कि खड़गे जी नेता हैं और राहुल गांधी नहीं तो ये गलत बात होगी। जो खड़गे जी का भी नेता है वो हमारा नेता है: कांग्रेस नेता सलमान खुर्शीद pic.twitter.com/7C6rVFDNxI

    — ANI_HindiNews (@AHindinews) December 29, 2022 " class="align-text-top noRightClick twitterSection" data=" ">

ତେବେ ଗାନ୍ଧୀ ପରିବାର ପ୍ରତି ଏପରି ଅତି ଆନୁଗତ୍ୟତାପୂର୍ଣ୍ଣ ମନ୍ତବ୍ୟ ରଖିବା ସଲମାନ ଖୁର୍ସିଦ୍ଦଙ୍କ କ୍ଷେତ୍ରରେ ପ୍ରଥମ ଘଟଣା ନୁହେଁ । ଏହା ପୂର୍ପରୁ ସେ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ପରୋକ୍ଷ ତୂଳନା କରିଥିଲେ । ମନ୍ତବ୍ୟକୁ ନେଇ ପରେ ବିବାଦ ଦେଖା ଦେବା ପରେ ଘଟଣାରେ ସଫେଇ ରଖିବା ସହ ମନ୍ତବ୍ୟକୁ ଭିନ୍ନ ଢଙ୍ଗରେ ଚିତ୍ରଣ କରି ବିବାଦକୁ ପ୍ରଶମିତ କରିବାକୁ ଚେଷ୍ଟା କରିଥିଲେ ଖୁର୍ସିଦ୍ଦ ।

ତେବେ ନିକଟରେ ଦୀର୍ଘ ବର୍ଷର ବ୍ୟବଧାନ ପରେ କଂଗ୍ରେସର ସର୍ବୋଚ୍ଚ ସାଙ୍ଗଠନିକ ଢାଞ୍ଚାରେ ପରିବର୍ତ୍ତନ ହୋଇଛି । ଗାନ୍ଧୀ ପରିବାର ପରିବର୍ତ୍ତେ ଜଣେ ଅଣଗାନ୍ଧୀ ହାଇକମାଣ୍ଡ ପଦବୀରେ ଅଛନ୍ତି । ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷା ପଦରେ ରହିଆସିଥିଲେ । ଚଳିତବର୍ଷ ଦଳର ସାଙ୍ଗଠନିକ ନିର୍ବାଚନ ହୋଇଥିଲା । ହେଲେ ଏଥିରେ ଗାନ୍ଧୀ ପରିବାରରୁ କେହି ପ୍ରତିଦ୍ବନ୍ଦ୍ବିତା କରିନଥିବା ବେଳେ ଦୁଇ ବରିଷ୍ଠ ନେତା ଶଶୀ ଥରୁର ଓ ମଲ୍ଲିକାର୍ଜୁନ ଖାଡଗେ ମଧ୍ୟରେ ମୁକାବିଲା ହୋଇଥିଲା । ଗାନ୍ଧୀ ପରିବାରର ବେଶ ନିକଟତର ବିଚାର କରାଯାଉଥିବା ମଲ୍ଲିକାର୍ଜୁନ ଖଡଗେ ବିପୁଳ ବ୍ୟବଧାନରେ ବିଜୟୀ ହୋଇ ହାଇକମାଣ୍ଡ ପଦବୀ ଗ୍ରହଣ କରିଥିଲେ । ହେଲେ ସଲମାନ ଖୁର୍ସିଦ୍ଦଙ୍କ ଏପରି ମନ୍ତବ୍ୟ ଅଣଗାନ୍ଧୀ ହାଇକମାଣ୍ଡଙ୍କୁ ନେଇ ଦଳରେ ଗ୍ରହଣୀୟତା ଉପରେ ପ୍ରଶ୍ନ ଛିଡା କରିଛି ।

  • #WATCH | Salman Khurshid today said that the Gandhi family is the supreme leader in Cong, & Kharge ji isn't the leader. The elections in Congress &talks of internal democracy were a drama. Khurshid Ji has confirmed that supreme power in Cong is with the Gandhis: Assam CM HB Sarma pic.twitter.com/QMeonnysBq

    — ANI (@ANI) December 29, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.