ମୁମ୍ବାଇ: ପତଞ୍ଜଳୀ ଦ୍ବାରା ପ୍ରସ୍ତୁତ କୋରୋନିଲକୁ ମହାରାଷ୍ଟ୍ରରେ ପ୍ରବେଶ ପାଇ ଅନୁମତି ଦିଆଯିବ ନାହିଁ । ଏନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ସୂଚନା ଦେଇଛନ୍ତି । ଏନେଇ ଦେଶମୁଖ ଟ୍ବିଟ କରିଥିବା ଦେଖିବାକୁ ମିଳିଛି । ଅନିଲ କହିଛନ୍ତି କୋରୋନିଲ ଔଷଧ ପରୀକ୍ଷା ଏପର୍ଯ୍ୟନ୍ତ ସଠିକ୍ ଭାବରେ କରାଯାଇ ନାହିଁ । ଏହି ଔଷଧକୁ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ (ଆଇଏମଏ)ପ୍ରଶ୍ନ ଉଠାଇଛି ।
ସେହିପରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ମଧ୍ୟ ଏହାକୁ ଅନୁମତି ଦେବାକୁ ମନା କରିଦେଇଛି । ତେଣୁ ଏହାକୁ ମହାରାଷ୍ଟ୍ରରେ ପ୍ରବେଶ ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି ଦେଶମୁଖ । ଏହାର ଅର୍ଥ ଯଦି WHO ଏବଂ IMA ସମେତ ଅନ୍ୟ ସଂସ୍ଥାଗୁଡ଼ିକରୁ ଉପଯୁକ୍ତ ପ୍ରମାଣପତ୍ର ଗ୍ରହଣ ନ କରନ୍ତି, ତେବେ କୋରୋନିଲକୁ ଅନୁମତି ଦିଆଯିବ ନାହିଁ ବୋଲି ଦେଶମୁଖ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ