ଡେରାଡୁନ: ସ୍ବାମୀ ମୁକ୍ତାନନ୍ଦ ମହାରାଜଙ୍କ ସ୍ମୃତିରେ ହରିଦ୍ବାରରେ ପତଞ୍ଜଳୀ ବିଶ୍ବବିଦ୍ୟାଳୟରେ ଏକ ସଭା ଆୟୋଜିତ ହୋଇଛି । ସଭାରେ ସ୍ବାମୀ ମୁକ୍ତାନନ୍ଦ ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ସନାତନ ସଂସ୍କୃତି ସହ ଯୋଡା ହୋଇଥିବା ଦେଶର ସନ୍ଥଗଣ ସ୍ବାମୀ ମୁକ୍ତାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ସ୍ବାମୀ ରାମଦେବ କହିଛନ୍ତି, "ମୁକ୍ତାନନ୍ଦ ମହାରାଜ ଜଣେ ସତ୍ୟ ସନ୍ଥ ଓ ପତଞ୍ଜଳୀର ଆଲୋକ ଥିଲେ ।"
ସେ ଆହୁରି କହିଛନ୍ତି, "ସ୍ବାମୀ ମୁକ୍ତାନନ୍ଦ ଜଣେ ଜୀବନମକ୍ତ ମହାପୁରୁଷ ଥିଲେ । ପ୍ରକୃତି ପ୍ରେମୀ, ବିଦ୍ବାନ, ଯୋଗୀ ମହାତ୍ମା ସନ୍ୟାସୀ ଥିଲେ । ତାଙ୍କ ପ୍ରତି କୃତଜ୍ଞତା, ତାଙ୍କ ଉପକାରର ସ୍ମରଣ କରି ଏ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ସ୍ବାମୀ ମୁକ୍ତାନନ୍ଦଙ୍କ ମହାପ୍ରଣାୟରେ ପତଞ୍ଜଳୀ ଯୋଗପୀଠ ପରିବାର ସହିତ ସମଗ୍ର ସନ୍ଥ ସମାଜ ଶୋକରେ ବୁଡିଛି ।" ସ୍ବାମୀ ମୁକ୍ତାନନ୍ଦ ରାମଦେବଙ୍କ ଘନିଷ୍ଠ ସହଯୋଗୀ ଥିଲେ । ୩୫ ବର୍ଷ ଧରି ଉଭୟଙ୍କ ମଧ୍ୟରେ ସୁମ୍ପର୍କ ଥିଲା । ଜଡିବୁଟିର ସମସ୍ତ ସୂଚନା ତାଙ୍କ ପାଖରେ ଥିଲା । ବିଜ୍ଞାନରେ ସ୍ନାତ୍ତକ ଓ ସଂସ୍କୃତରେ ପୋଷ୍ଟ ଗ୍ରାଜୁଏଟ ହାସଲ କରିଛନ୍ତି । ମଇ ୧୪ରେ ହୃଦଘାତ କାରଣରୁ ତାଙ୍କର ଦେହାନ୍ତ ହୋଇଛି ।
ଏ ସଭା ଅବସରରେ ବାବା ରାମଦେବ ଏକ ବଡ ଘୋଷଣା କରିଛନ୍ତି । ପତଞ୍ଜଳୀ ଉତ୍ତରାଧିକାରୀ କୌଣସି ପାରିବାରିକ କିମ୍ବା ସାଂସାରିକ ବ୍ୟକ୍ତିଙ୍କୁ ନ କରିବାକୁ ନିଷ୍ପତ୍ତି ହୋଇଛି । ଜଣେ ସନ୍ଥ ହିଁ ପଜଞ୍ଜଳୀ ମୁଖ୍ୟ ହେବେ । ବାବା ରାମଦେବ ବିବାହ କରି ନାହାନ୍ତି । ଆଚାର୍ଯ୍ୟ ବାଳକୃଷ୍ଣ ମଧ୍ୟ ଗୃହସ୍ଥ ଆଶ୍ରମରୁ ଦୂରରେ ଅଛନ୍ତି । ସ୍ବାମୀ ମୁକ୍ତିକାନ୍ତ ସାଂସାରିକ ବ୍ୟକ୍ତି ନଥିଲେ । ଏ ୩ଜଣ ଯୋଗ ଓ ଆୟୁର୍ବେଦକୁ ଜୀବନ ସମର୍ପିତ କରିଛନ୍ତି ।