ETV Bharat / bharat

CDS ଜେନେରାଲ ବିପିନ ରାଓ୍ବତଙ୍କ ନାମରେ ନାମିତ ହେଲା ଉତ୍ତର ପ୍ରଦେଶର ସୈନିକ ସ୍କୁଲ

author img

By

Published : Jan 7, 2022, 2:00 PM IST

CDS ଜେନେରାଲ ବିପିନ ରାଓ୍ବତ(CDS General Bipin Rawat)ଙ୍କ ନାମରେ ନାମିତ ହେଲା ଉତ୍ତର ପ୍ରଦେଶର ସୈନିକ ସ୍କୁଲ । ଅଧିକ ପଢନ୍ତୁ

CDS ଜେନେରାଲ ବିପିନ ରାଓ୍ବତଙ୍କ ନାମରେ ନାମିତହେଲା ଉତ୍ତରପ୍ରଦେଶର ସୈନିକ ସ୍କୁଲ

ଲକ୍ଷ୍ମୌ: ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ ଜେନେରାଲ ବିପିନ ରାଓ୍ବତ (CDS General Bipin Rawat)ଙ୍କ ନାମରେ ନାମିତ ହେଲା ଉତ୍ତରପ୍ରଦେଶର ସୈନିକ ସ୍କୁଲ । ଏନେଇ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦେଶ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଜେନେରାଲ ବିପିନ ରାଓ୍ବତଙ୍କୁ ଶ୍ରଦ୍ଧାଞ୍ଜଳି ସ୍ବରୂପ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ନିଷ୍ପତ୍ତି ନେଇଛନ୍ତି ।

ଗତକାଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଦେଶର ସେବାରେ ନିଜ ଜୀବନକୁ ସମର୍ପଣ କରିଥିବା ସିଡିଏସ ଜେନେରାଲ ବିପିନ ରାଓ୍ବତଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ମେନପୁରୀ ସୈନିକ ସ୍କୁଲ ବର୍ତ୍ତମାନ ଠାରୁ ଜେନେରାଲ ବିପିନ ରାଓ୍ବତ ସାଇନିକ ସ୍କୁଲ ଭାବରେ ପରିଚିତ ହେବ ।

ଏହି ମେନପୁରୀ ସୈନିକ ସ୍କୁଲ ୨୦୧୯ ଏପ୍ରିଲ୍ 1ରେ କାର୍ଯ୍ୟକ୍ଷମ ହୋଇଥିଲା, ଯାହାକି ଦେଶର ୩୩ ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ରହିଛି । ଗତ ବର୍ଷ ଡିସେମ୍ବର ୮ ରେ ତାମିଲନାଡୁର କୁନ୍ନୁର ନିକଟରେ ହେଲିକପ୍ଟର ଦୁର୍ଘଟଣା (Chopper crash)ରେ ସିଡିଏସ ଜେନେରାଲ ବିପିନ ରାଓ୍ବତ, ତାଙ୍କ ପତ୍ନି ସହ ମୋଟ ୧୩ଜଣ ପ୍ରାଣ ହରାଇଥିଲେ । ଭାରତୀୟ ବାୟୁସେନା (IAF) ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂ ଏହି ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ କିନ୍ତୁ ପରେ ଡିସେମ୍ବର ୧୫ ରେ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.