ପାଟନା: ରିକ୍ସା ଚାଳକରୁ ଷ୍ଟାର୍ଟଅପ୍ କମ୍ପାନୀ ମାଲିକ । ବିହାର ସହରସା ର ଦିଲଖୁସ୍ ଯିଏ କି ଦିଲ୍ଲୀ ରାସ୍ତାରେ ରିକ୍ସା ଟାଣୁଥିଲେ। କିନ୍ତୁ ଆଜି ତାଙ୍କର ନିଜର ଷ୍ଟାର୍ଟଅପ୍ କମ୍ପାନୀ ଅଛି । ସେ ସଫଳତାର ସହ ପାଟନାରେ ଏହି ଷ୍ଟାର୍ଟଅପ୍ କ୍ୟାବ କମ୍ପାନୀ ଚଳାଉଛନ୍ତି ।ଦିଲଖୁସଙ୍କ ସଫଳତାର କାହାଣୀ ଅତ୍ୟନ୍ତ ହୃଦୟସ୍ପର୍ଶୀ । ଦିଲଖୁସ୍ ବିହାରର ସହରସା ଜିଲ୍ଲାର ବାନଗାଁ ବାସିନ୍ଦା। ତେବେ ବର୍ତ୍ତମାନ ଦିଲଖୁସ୍ ଆପ୍ ଆଧାରିତ କ୍ୟାବ୍ କମ୍ପାନୀ ସହିତ 3200 ରୁ ଅଧିକ ଗାଡି ଯୋଡି ହୋଇଛି ।
୩୨୦୦ ଗାଡି ଦିଲଖୁସ୍ଙ୍କ କ୍ୟାବ କମ୍ପାନୀରେ ଯୋଡି ହୋଇଛନ୍ତି: ଦିଲଖୁସଙ୍କର କ୍ୟାବ କମ୍ପାନୀରେ ୩୨୦୦ ଗାଡି ବ୍ୟତୀତ ଅନେକ ଡ୍ରାଇଭର ମଧ୍ୟ ସେମାନଙ୍କ ସହ ଯୋଗ ଦେଇ ଆତ୍ମନିର୍ଭରଶୀଳ ହୋଇଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ସେ ନିଜ ନେଟୱାର୍କରେ 25,000 ଗାଡି ଯୋଡିବାର ଲକ୍ଷ୍ୟ ରଖିଛନ୍ତି। ଦିଲଖୁସ୍ କେବଳ ଇଣ୍ଟରମିଡିଏଟ ପର୍ଯ୍ୟନ୍ତ ଅଧ୍ୟୟନ କରିଛନ୍ତି । ତେବେ ତାଙ୍କର ପିତା ପୱନ ଖାନ ଜଣେ ବସ୍ ଡ୍ରାଇଭର ଥିବା ବେଳ ଗାଁର ଲୋକମାନେ ମଧ୍ୟ କହୁଥିଲେ ଯେ ବସ୍ ଡ୍ରାଇଭରଙ୍କ ପୁଅ ବସ୍ ଡ୍ରାଇଭର ହିଁ ହେବ, କିନ୍ତୁ ଦିଲଖୁସ୍ ବସ୍ ଡ୍ରାଇଭର ହେବା ମଧ୍ୟ ସହଜ ନଥିଲା । ଯେତେବେଳେ ଗାଁରେ ଏକ ନିଯୁକ୍ତି ଶିବିର ଆୟୋଜିତ ହୋଇଥିଲା, ସେତେବେଳେ ସେ ଏକ ଘରୋଇ ବିଦ୍ୟାଳୟରେ ପିଅନ୍ ପଦ ପାଇଁ ଆବେଦନ କରିଥିଲେ ହେଲେ ସେଠାରେ ମଧ୍ୟ ଚାକିରି ହୋଇ ନ ଥିଲା ।
ତେବେ ଦିଲଖୁସ୍ ରୋଜଗାର ପାଇଁ ଦିଲ୍ଲୀ ଆସିଥିବା ବେଳେ ବସ ଡ୍ରାଇଭର ଚାକିରି ମଧ୍ୟ ମିଳି ନ ଥିଲା । ସେଥି ପାଇଁ ସେ ବାଧ୍ୟ ହୋଇ ସେଠାରେ ରିକ୍ସା ଟାଣିଲେ । ଏହାରି ମଧ୍ୟରେ ଦେହ ଅସୁସ୍ଥ ହେବା କାରଣରୁ ସେ ଘରକୁ ଫେରି ଆସି ସେ କିଛି ଅଲଗା କରିବାକୁ ଚେଷ୍ଟା କରିଥିଲେ । ଏନେଇ ସେ ନିଜର ଷ୍ଟାର୍ଟଅପ୍ କମ୍ପାନୀ ପାଇଁ ସରକାରଙ୍କ ଫଣ୍ଡରୁ ସାଢେ ପାଞ୍ଚ ଲକ୍ଷ ଟଙ୍କାର ଲୋନ ନେଇଥିଲେ । ୨୦୧୬ ଅକ୍ଟୋବର ମାସରେ ଆର୍ୟାଗୋ ନାମରେ ନିଜର କ୍ୟାବ ସେବା ଆରମ୍ଭ କରିଥିଲେ । ସେହି ସମୟରେ ପ୍ରାୟ ୩୫୦ ଗାଡି ଯୋଡି ହୋଇଥିଲା । ତେବେ ଏଥିସହ ସହରସା ବ୍ୟତୀତ ପଡୋଶୀ ଜିଲ୍ଲା ସୁପୋଲ ଓ ଦରଭଙ୍ଗା ପର୍ଯ୍ୟନ୍ତ ଏହାର ନେଟଓ୍ବାର୍କ ଅଛି ।
ଦିଲଖୁସ୍ଙ୍କ ୨ଟି କମ୍ପାନୀ AryaGo ଓ RodBez: ସହରସା ର 29 ବର୍ଷିୟା ଦିଲଖୁସ୍ କୁମାର ଏପର୍ଯ୍ୟନ୍ତ ଦୁଇଟି କମ୍ପାନୀ ଆରମ୍ଭ କରିଛନ୍ତି । ସେ 2016 ରେ ଆର୍ୟାଗୋ ପ୍ରତିଷ୍ଠା କରିଥିଲେ । ଏହା ପରେ ରୋଡବେଜ ନାମକ ଏକ କ୍ୟାବ କମ୍ପାନୀ ମଧ୍ୟ ଖୋଲାଯାଇଥିଲା। ଆଜି ତାଙ୍କର ଏହି କମ୍ପାନୀ ନେଟଓ୍ବାର୍କରେ ପ୍ରାୟ ୪୦୦୦ କାର ରହିଛି । ଏହାରି ମାଧ୍ୟମରେ ସେ ପ୍ରାୟ 500 ଲୋକଙ୍କୁ ରୋଜଗାର ଯୋଗାଇଛନ୍ତି । ୬ ଜୁନ ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାର୍ଟଅପ ଇଣ୍ଡିଆ ମାଧ୍ୟମରେ ଯୁବକମାନଙ୍କ ସହିତ କଥାବାର୍ତ୍ତା କରିଥିଲେ । ଏଥିରେ ଦିଲଖୁସ୍ ମଧ୍ୟ ଉପସ୍ଥିତ ରହିଥିଲେ । ଅର୍ୟାଗୋ କମ୍ପାନୀର ରୋଜଗାର ବଢିବା ପରେ ସେ ଏହି କମ୍ପାନୀ ତାଙ୍କର ପତ୍ନୀ ଓ ଅନ୍ୟାନ୍ୟ କର୍ମୀଙ୍କୁ ସମ୍ଭାଳିବାକୁ ଦେଇ ରୋଡବେଜ ନାମକ ଆଉ ଏକ କମ୍ପାନୀ ଖୋଲିଥିଲେ । ଏହି ରୋଡବେଜ ମଧ୍ୟ ଆପ ମାଧ୍ୟମରେ ଲୋକଙ୍କୁ କ୍ୟାବ ସେବା ଯୋଗାଇଥାଏ । ଏହି କମ୍ପାନୀ ପାଟନାରେ ଚଳାଉଥିବା ବେଳେ ଏଥିରେ ୧୪ଜଣ ଲୋକ କାମ କରୁଛନ୍ତି । ଏହା ଓଲା ଓ ଉବର ଭଳି ରୋଡବେଜ ମଧ୍ୟ ଅନ୍ୟ ସହରକୁ ଯିବା ପାଇଁ କ୍ୟାବ ଉପଲବ୍ଧ ରହିଛି ।
ଏନେଇ ଦିଲଖୁଶ କହିଛନ୍ତି ଯେ,ଏହି ଆପ୍ ରେ କ୍ୟାବ ବୁକ କରାଇବା ଦ୍ବାରା ଆପଣ କ୍ୟାବ ବୁକିଂ ଭଡାରେ 40-60 ପ୍ରତିଶତ ପର୍ଯ୍ୟନ୍ତ ସଞ୍ଚୟ ଟଙ୍କା କରିପାରିବେ | କେବଳ ଏତିକି ନୁହେଁ, କ୍ୟାବ ଅପରେଟରମାନଙ୍କର ରୋଜଗାର ମଧ୍ୟ 10 ରୁ 15 ହଜାର ବୃଦ୍ଧି ପାଇପାରେ |
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ