ETV Bharat / bharat

Focus In Cleanliness: କୁକୁରକୁ ବାହାରେ ମଳତ୍ୟାଗ କରାଉଥିଲେ ସାବଧାନ, ଏହି ରାଜ୍ୟବାସୀ ଗଣିବେ ତଣ୍ଡ - ସାଗର ମହାନଗର ନିଗମ

କୁକୁରକୁ ବାହାରେ ମଳ ତ୍ୟାଗ ପାଇଁ ଛାଡୁଥିଲେ ସାବଧାନ । ଏଣିକି ଏହି ରାଜ୍ୟରେ ଲୋକେ ଗଣିବେ ତଣ୍ଡ । ଏହାସହିତ ପୋଷା କୁକୁର ଲାଗି ଟ୍ୟାକ୍ସ ମଧ୍ୟ ଗଣିବେ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

tax for pet dog
tax for pet dog
author img

By

Published : Jan 16, 2023, 7:07 AM IST

ଭୋପାଳ: ଏଣିକି ମଧ୍ୟପ୍ରଦେଶରେ ପୋଷା କୁକୁର ରଖିଥିଲେ ଟିକସ ଦେବେ ମାଲିକ । ପ୍ରଥମ ଥର ଲାଗି ରାଜ୍ୟରେ ଏପରି ଟ୍ୟାକ୍ସ ଭରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ୪୦ ଜଣ କାଉନସିଲରଙ୍କ ମିଳିତ ବୈଠକରେ ରାଜ୍ୟର ସୁରକ୍ଷା ଓ ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ନିଆଯାଇଛି ନିଷ୍ପତ୍ତି । ଆଇନ ବିଶେଷଜ୍ଞଙ୍କ ସହିତ ଆଲୋଚନା କରିବା ପରେ ସାଗର ମହାନଗର ନିଗମ ଦ୍ବାରା ଏପରି ଏକ ଆଇନ ଆସନ୍ତା ଏପ୍ରିଲ ଶେଷ ସୁଦ୍ଧା ଲାଗୁ ହେବ ବୋଲି ଜଣାପଡ଼ିଛି ।

ସାଗର ମହାନଗର ନିଗମ ଚେୟାରମ୍ୟାନ ବୃନ୍ଦାବନ ଅହିରୱାର କହିଛନ୍ତି ଯେ, ରାଜ୍ୟରେ ବୁଲା କୁକୁରଙ୍କ ଆକ୍ରମଣ ସଂଖ୍ୟା ବଢିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । " ସହରରେ ବୁଲା କୁକୁରଙ୍କ ସଂଖ୍ୟା ମାତ୍ରାଧିକ ବୃଦ୍ଧି ପାଇବାରେ ଲାଗିଛି । ଏମାନେ ଜନଗହଳି ପୂର୍ଣ୍ଣ ସ୍ଥାନରେ ମଳତ୍ୟାଗ କରି ପରିବେଶକୁ ଅପରିଷ୍କାର କରୁଛନ୍ତି । ତେବେ ଯେଉଁ ଲୋକ ପୋଷା କୁକୁର ପାଳୁଛନ୍ତି ସେମାନେ ନୂଆ ଆଇନ ଅନୁସାରେ ରେଜିଷ୍ଟ୍ରେସନ କରାଇବେ । ଏହି ନିୟମ ଚଳିତ ବର୍ଷ ଏପ୍ରିଲ ସୁଦ୍ଧା ଲାଗୁ ହେବାକୁ ଥିବା ବେଳେ ଏହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କୁକୁର ପାଳୁଥିବା ବ୍ୟକ୍ତି ପଞ୍ଜୀକରଣ କରାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହାପରେ କୁକୁର ପାଳୁଥିବା ବ୍ୟକ୍ତି ଟ୍ୟାକ୍ସ ଭରିବେ ।"

ଏହା ବି ପଢନ୍ତୁ- Old Woman Raped: ୯୨ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଏହି ନୂଆ ଆଇନ ଲାଗୁ ହେବା ପରେ ସହରରେ ଏକ ସର୍ଭେ କରାଯିବ । ଯେଉଁମାନେ ନିଜ ଘରେ ପୋଷା କୁକୁର ପାଳୁଛନ୍ତି ସେମାନଙ୍କୁ ତାଲିକାଭୁକ୍ତ କରାଯିବ । ଏହାପରେ ସେମାନେ ଟ୍ୟାକ୍ସ ଭରିବା ସହିତ କୁକୁରକୁ ବାହାରେ ମଳତ୍ୟାଗ କରାଇଲେ ତଣ୍ଡ ଗଣିବେ । ଏପ୍ରିଲ ୧ ତାରିଖରୁ ଏହି ନୂଆ ନିୟମ ଲାଗୁ ହେବ । ଏଭଳି ନିଷ୍ପତ୍ତି ନିଆଯାଇଥିବା ବେଳେ କୁକୁର ମାଲିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପାଳିତ କୁକୁରଙ୍କୁ ପାଇଁ ଟ୍ୟାକ୍ସ ଦେବା ଏକ ଅବୈଧ ନିଷ୍ପତ୍ତି । ଅନ୍ୟ କିଛି ମାଲିକ କହିଛନ୍ତି ଯେ ଯଦି ପ୍ରଶାସନ ଏହି ଟ୍ୟାକ୍ସ ଅର୍ଥକୁ କୁକୁରଙ୍କ ଲାଗି ସ୍ବତନ୍ତ୍ର ସୁବିଧା ଯୋଗାଇବା ଦିଗରେ ବିନିଯୋଗ କରିବ ତେବେ ସେମାନେ ଟ୍ୟାକ୍ସ ଭରିବାକୁ ପ୍ରସ୍ତୁତ ।

ଏହି ଟ୍ୟାକ୍ସ ଅର୍ଥକୁ ନେଇ ପ୍ରଶାସନ କୁକୁରଙ୍କ ହିତଅର୍ଥେ ବିନିଯୋଗ କରିବା ପାଇଁ କିଛି ମତବ୍ୟକ୍ତ କରିଛନ୍ତି । ଏହାସହ କୁକୁରଙ୍କୁ ଚାଲିବା ଲାଗି ଏକ ଭିନ୍ନ ରାସ୍ତା ସ୍ଥାନ ଚୟନ କରିବା ଲାଗି ମଧ୍ୟ କିଛି ମତ ରଖିଛନ୍ତି । ସ୍ବଚ୍ଛତା ଓ ସୁରକ୍ଷା ଦିଗରୁ କିଛି ଏହି ନିଷ୍ପତ୍ତିକୁ ସ୍ବାଗତ କରିଥିବା ବେଳେ ଅନ୍ୟ କିଛି ଟ୍ୟାକ୍ସକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.