ETV Bharat / bharat

ଅଳ୍ପ ମାତ୍ରାର ମଦ ଔଷଧ ଭଳି କାମ ଦେଇଥାଏ: ସ୍ବାଧୀ ପ୍ରଜ୍ଞା - ମଦକୁ ନେଇ ପ୍ରଜ୍ଞା ଠାକୁରଙ୍କ ମତ

ମଦକୁ ନେଇ ବିଜେପି ସାଂସଦ ସ୍ବାଧୀ ପ୍ରଜ୍ଞା ଠାକୁରଙ୍କ ଅଜବ ବୟାନ । କମ ପରିମାଣର ମଦପାନ କଲେ ଏହା ଔଷଧ ଭଳି କାମ ଦେବ । କିନ୍ତୁ ଯଦି ଏହାକୁ ଅତ୍ୟଧିକ ମାତ୍ରାରେ ପିଇଲେ ଏହା ବିଷ ଭଳି କାମ ଦେବ ବେଲି କହିଲେ ପ୍ରଜ୍ଞା ଠାକୁର । ଅଧିକ ପଢନ୍ତୁ

ଅଳ୍ପ ମାତ୍ରାର ମଦ ଔଷଧ ଭଳି କାମ ଦେଇଥାଏ : ବିଜେପି ସାଂସଦ

author img

By

Published : Jan 21, 2022, 11:29 AM IST

ଭୋପାଳ: ମଦକୁ ନେଇ ମଧ୍ୟପ୍ରଦେଶରେ ଜାରି ରହିଛି ରାଜନୀତି । ଗୋଟିଏ ପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ନିଷେଧାଦେଶ କହୁଥିବାବେଳେ ଅନ୍ୟ ପଟେ ବିଜେପି ନେତାମାନେ ମଦ ବିକ୍ରିକୁ ସମର୍ଥନ କରୁଛନ୍ତି । ତେବେ ମଦକୁ ନେଇ ଏବେ ଅଜବ ବୟାନ ଦେଇଛନ୍ତି ବିଜେପି ସାଂସଦ ସ୍ବାଧୀ ପ୍ରଜ୍ଞା ଠାକୁର (Sadhvi Pragya said on liquor) । ସେ ମଦ ନିଷେଧକୁ ସମର୍ଥନ କରିବା ସହ ମଦ୍ୟପାନକୁ ନେଇ ପରାମର୍ଶ ମଧ୍ୟ ଦେଇଛନ୍ତି । ଯଦି ମଦ୍ୟ ପାନ ଅଳ୍ପ ପରିମାଣରେ କରନ୍ତି ତେବେ ଏହା ଔଷଧ ଭଳି କାମ ଦେବ । କିନ୍ତୁ ଯଦି ଏହାକୁ ଅତ୍ୟଧିକ ମାତ୍ରାରେ ପିଇବେ ତେବେ ଏହା ବିଷ ଭଳି କାମ ଦେବ ବେଲି କହିଛନ୍ତି ପ୍ରଜ୍ଞା ଠାକୁର ।

ମଦ ନିଷେଧକୁ ସମର୍ଥନ କରି ସେ କହିଛନ୍ତି ଯେ ମଦକୁ ନିଷେଧ କରାଯିବା ଉଚିତ । କାହିଁକିନା ଘରେ ହେଉଥିବା କଳହର ଏହା ଏକ ମଖ୍ୟ କାରଣ । ମଦ୍ୟପାନ ଘରକୁ ନଷ୍ଟ କରିଥାଏ, ତେଣୁ ଏଥିପାଇଁ ଅନେକ ଲୋକଙ୍କ ଜୀବନ ଯାଇଛି, କିଛି ଲୋକ ଡିପ୍ରେସନକୁ ମଧ୍ୟ ଚାଲିଯାଉଛନ୍ତି, ମଦ ଯୋଗୁଁ ମହିଳାଙ୍କ ପ୍ରତି ଅତ୍ୟାଚାର ମଧ୍ୟ ବଢିଛି । ତେଣୁ ଏହାକୁ ନିଷେଧ କରାଯିବା ଉଚିତ । ମଦ୍ୟପାନ ଶସ୍ତା କି ମହଙ୍ଗା ତାହା ମୁଖ୍ୟ ପ୍ରସଙ୍କ ନୁହେଁ ବରଂ ସମସ୍ତେ ବୁଝିବା ଉଚିତ ଯେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ ।

ତେବେ ମଦକୁ ନେଇ କଂଗ୍ରେସ ଆଣିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ କାହା ଉପରେ ଦୋଷ ଲଦିବା ପାଇଁ କଂଗ୍ରେସ ଯୋଗ୍ୟ ନୁହେଁ। ଯେତେବେଳେ ସେ ସରକାରରେ ଥିଲେ, ଘରକୁ ଘର ବୁଲି ମଦ ବିକ୍ରି ପାଇଁ ନୀତି ପ୍ରସ୍ତୁତ କରୁଥିଲେ। କଂଗ୍ରେସ ସବୁଦିନ ଅନୈତିକ କାର୍ଯ୍ୟକଳାପ ସହ ଅନୈତିକ ମନ୍ତବ୍ୟ ମଧ୍ୟ ଦେଇ ଆସୁଛି । ଏନେଇ ରାଜ୍ୟ କଂଗ୍ରେସ ମୁଖପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି ଯେ ସାଂସଦ ମଦ୍ୟପାନ ନୁହେଁ ଏହାର ପରିମାଣକୁ ବିରୋଧ କରୁଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.