ଚଣ୍ଡିଗଡ: ଡ୍ରଗ୍ସ କେସରେ ଛନ୍ଦି ହୋଇଥିବା ଶିରୋମଣୀ ଅକାଳୀ ଦଳ(SAD) ନେତା ବିକ୍ରମ ସିଂ ମାଜିଥିଆଙ୍କୁ ମିଳିଲା ମଧ୍ୟବର୍ତ୍ତୀକାଳୀନ ଜାମିନ । ଆଜି (ସୋମବାର) ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ଦ୍ବାରା ମାଜିଥିଆଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି । ପଞ୍ଜାବ ପୋଲିସ ଏକ ଡ୍ରଗ୍ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ମାଜିଥିଆଙ୍କୁ ବୁକ୍ କରିଥିଲା ।
ତେବେ ଏହାକୁ ମାଜିଥିଆଙ୍କ ବିରୋଧରେ ରାଜନୈତିକ ଷଡଯନ୍ତ୍ର ବୋଲି ଦାବି କରିଆସୁଛି ଅକାଳୀ ଦଳ । ତେବେ ଏହି ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇବା ପରେ ସେ ପୋଲିସକୁ ତଦନ୍ତରେ ସହଯୋଗ କରିବେ । ସ୍ପେଶାଲ ଟାସ୍କ ଫୋର୍ସ ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟ ଆଧାରରେ ମାଜତିଆଙ୍କୁ ନାର୍କୋଟିକ୍ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ ଆକ୍ଟ (NDPS) ଅଧିନିୟମର ଧାରା 25/27A /29 ଅନୁଯାୟୀ ବୁକ୍ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ