ETV Bharat / bharat

ଆଜିଠୁ ଜନସଭା ଆରମ୍ଭ କରିବେ ସଚିନ ପାଇଲଟ - ସଚିନ ପାଇଲଟଙ୍କ ରାଜନୈତିକ ଯାତ୍ରା ଆରମ୍ଭ

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଚଳିତ ମାସରେ କରିବାକୁ ଥିବା 3ଟି କାର୍ଯ୍ୟକ୍ରମ ମାଧ୍ୟମରେ ରାଜନୈତିକ ଯାତ୍ରାକୁ ଶୁକ୍ରବାର ଠାରୁ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

Sachin pilot's political tour started from today
ଆଜିଠୁ ସଚିନ ପାଇଲଟଙ୍କ ରାଜନୈତିକ ଯାତ୍ରା ଆରମ୍ଭ
author img

By

Published : Feb 5, 2021, 10:54 AM IST

ଜୟପୁର: ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମନ୍ତ୍ରୀ ପଦରୁ ହଟିବା ପରେ ଶୁକ୍ରବାର ପୂର୍ବ ରାଜସ୍ଥାନରୁ ତାଙ୍କର ପ୍ରଥମ ରାଜନୈତିକ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ପୂର୍ବ ରାଜସ୍ଥାନରେ ତାଙ୍କର ସର୍ବାଧିକ ସମର୍ଥନ ରହିଥିବାରୁ ଏଠାରେ ସେ ପ୍ରଥମେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିବା ପାଇଁ ଚୟନ କରିଛନ୍ତି । ଫେବୃଆରୀ ମାସରେ ପାଇଲଟଙ୍କ ହେବାକୁ ଥିବା 3ଟି କାର୍ଯ୍ୟକ୍ରମ ଏହି ବିଧାନସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

ଶୁକ୍ରବାର ଦୌସାଠାରେ ରହି ଆୟୋଜିତ ହେବାକୁ ଥିବା କିଷାନ ସମ୍ମଳନୀକୁ ସମ୍ବୋଧିତ କରିବେ । ଏହି ସମ୍ମିଳନୀ ପରେ ଫେବୃଆରୀ 9 ତାରିଖରେ ବାୟାନା ଠାରେ ରହିବେ । ତେବେ ବୟାନାଠାରେ ସେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏକ ଜନସଭାର ଆୟୋଜନ କରିବେ ବୋଲି ଜଣାପଡିଛି । ସଚିନଙ୍କ ଏହି କାର୍ଯ୍ୟକ୍ରମରେ ତାଙ୍କ ସମର୍ଥକ ତଥା ବୟାନାର ବିଧାୟକ ଅମର ସିଂହ ମଧ୍ୟ ସାମିଲ ହେବେ ।

ସଚିନଙ୍କ 3ୟ କାର୍ଯ୍ୟକ୍ରମ ଫେବୃଆରୀ 17 ତାରିଖରେ ଅନୁଷ୍ଠିତ ହେବ । ଚାକସୁ ଅଞ୍ଚଳର କୋଟଖାବଦାଠାରେ ସ୍ବର୍ଗୀୟ ରାଜେଶ ପାଇଲଟଙ୍କ ମୂର୍ତ୍ତିକୁ ଉଦଘାଟନ କରିବା ସହିତ ଭଗବାନ ଦେବନାରାୟଣଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ । ଏହିଠାରେ ମଧ୍ୟ ଏକ ଜନ ସଭା ହେବ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.