ETV Bharat / bharat

ଆଣବିକ ଅସ୍ତ୍ର ସହ ଲଢାଯିବ ତୃତୀୟ ବିଶ୍ବଯୁଦ୍ଧ, ଭୟଙ୍କର ହେବ ପରିଣାମ: ଋଷ - ଋଷର ୟୁକ୍ରେନ ଆକ୍ରମଣ

ଋଷର ଧମକ । ତୃତୀୟ ବିଶ୍ବଯୁଦ୍ଧ ସ୍ଥିତି ସୃଷ୍ଟି ହେଲେ ଭୟଙ୍କର ପରିଣାମ ହେବ । ଆଣବିକ ଅସ୍ତ୍ର ବ୍ୟବହାର କରିବା ନେଇ ଧମକ ଦେଲେ ଋଷ ବୈଦେଶିକ ମନ୍ତ୍ରୀ । ୟୁକ୍ରେନକୁ ଯୁଦ୍ଧାସ୍ତ୍ର ଯୋଗାଉଥିବା ନାଟୋ ଦେଶଙ୍କୁ ଦେଲେ ପରୋକ୍ଷ ଚେତାବନୀ । ଅଧିକ ପଢନ୍ତୁ

ଆଣବିକ ଅସ୍ତ୍ର ସହ ଳଢାଯିବ ତୃତୀୟ ବିଶ୍ବଯୁଦ୍ଧ, ଭୟଙ୍କର ହେବ ପରିଣାମ: ଋଷ

author img

By

Published : Mar 2, 2022, 10:52 PM IST

ନୂଆଦିଲ୍ଲୀ: ୟୁକ୍ରେନରେ ଋଷର ଆକ୍ରମଣ ଯେତିକି ତୀବ୍ର ହେବାରେ ଲାଗିଛି, ପଶ୍ଚିମ ତଥା ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ପକ୍ଷରୁ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ମଧ୍ୟ ଯୋଗାଯିବାରେ ଲାଗିଛି । ଯାହା ଋଷର କଠିନତାକୁ ଆହୁରି ବଢାଇଛି । ଏପରି ସ୍ଥଳେ ପରମାଣୁ ଯୁଦ୍ଧ ଚେତାବନୀ ଦେଇଛି ଋଷ ।

ଆଜି ଋଷର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ ଚେତାବନୀ ଦେଇଛନ୍ତି ଯେ ୟୁକ୍ରେନ ଉପରେ ଋଷର ଆକ୍ରମଣରେ ଅନ୍ୟମାନଙ୍କ ସମ୍ପୃକ୍ତି ଅତି ଭୟଙ୍କର ରୂପ ନେବାକୁ ଯାଉଛି । ଏପରି ସ୍ଥଳେ ଯଦି ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି ହୁଏ ତେବେ ଏବା ପରମାଣୁ ଶକ୍ତି ବ୍ୟବହାର ଫଳରେ ଏହା ପୂର୍ବାପେକ୍ଷା ଅଧିକ ଭୟଙ୍କର ହେବ । ସେ ପରୋକ୍ଷରେ ୟୁକ୍ରେନକୁ ସହାୟତା ଯୋଗାଇ ଋଷର ଚିନ୍ତା ବଢାଉଥିବା ନାଟୋ ସଦସ୍ୟ ରାଷ୍ଟ୍ରମାନଙ୍କୁ ଚେତାବନୀ ଦେଇଛନ୍ତି ।

ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ କହିଛନ୍ତି, ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ମସ୍କୋ ଦ୍ୱିତୀୟ ରାଉଣ୍ଡ ବୁଝାମଣା ପାଇଁ ମଧ୍ୟ ପ୍ରସ୍ତୁତ ରହିଛି । କିନ୍ତୁ ୟୁକ୍ରେନ ପକ୍ଷ ଆମେରିକୀୟଙ୍କ ନିର୍ଦ୍ଦେଶରେ ପରିଚାଳିତ ହେଉଛି ଓ ପ୍ରକ୍ରିୟାରେ ବିଳମ୍ବ କରୁଛି । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ପଶ୍ଚିମ ରାଷ୍ଟ୍ରର ଯୁଦ୍ଧାସ୍ତ୍ର ଯୋଗାଇବା ପରେ ମଧ୍ୟ ଋଷ କୌଣସି ପ୍ରକାର ଆଣବିକ ଅସ୍ତ୍ର ୟୁକ୍ରେନକୁ ହାସଲ କରିବାକୁ ଦେବ ନାହିଁ ।

ଅନ୍ୟପଟେ ଗୋଟିଏ ପରେ ଗୋଟିଏ ରାଷ୍ଟ୍ର ଠାରୁ ସାମରିକ ସହାୟତା ପାଇବାରେ ଲାଗିଥିବା ୟୁକ୍ରେନ ମଧ୍ୟ ଋଷ ସେନାର ଆକ୍ରମଣରେ ଆତ୍ମସମର୍ପଣ ନକରି କର ବା ମର ଲଢେଇ ଜାରି ରଖିବ ବୋଲି କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.