ETV Bharat / bharat

ଭାରତରେ ଋଷ ବୈଦେଶିକ ମନ୍ତ୍ରୀ, ଆଜି ଜୟଶଙ୍କରଙ୍କୁ ଭେଟିବେ ସେରଗି

ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଋଷ ବୈଦେଶିକ ମନ୍ତ୍ରୀ ସେରଗି ଲୋଭ୍ରୋଭ । ଅଧିକ ପଢନ୍ତୁ

ଭାରତରେ ଋଷ ବୈଦେଶିକ ମନ୍ତ୍ରୀ
ଭାରତରେ ଋଷ ବୈଦେଶିକ ମନ୍ତ୍ରୀ
author img

By

Published : Apr 1, 2022, 10:41 AM IST

ନୂଆଦିଲ୍ଲୀ: ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି ଋଷ ବୈଦେଶିକ ମନ୍ତ୍ରୀ ସେରଗି ଲୋଭ୍ରୋଭ । ୟୁକ୍ରେନ- ଋଷ ଭିତରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତ ଆସିଛନ୍ତି ସେରଗି ଲୋଭ୍ରୋଭ । ଭାରତ ଉପରେ ସାରା ବିଶ୍ବର ନଜର ରହିଛି । ଆଜି ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ଭେଟିବେ ସେରଗି । ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତ ଗସ୍ତ ପରେ ଭାରତ ଆସିଛନ୍ତି ଋଷ ବୈଦେଶିକମନ୍ତ୍ରୀ ।

ଦୁଇ ଦିନିଆ ଚୀନ୍ ଗସ୍ତ ପରେ ଗୁରୁବାର ଭାରତରେ ପହଞ୍ଚିଛନ୍ତି ସେରସି । ବୁଧବାର ଚୀନ ପ୍ରତିପକ୍ଷ ୱାଙ୍ଗ ୟିଙ୍କ ସହ ଆଲୋଚନା କରିଥିଲେ ଲାଭ୍ରୋଭ ଏବଂ ଉଭୟ ଦ୍ବିପାକ୍ଷିକ ସମ୍ପର୍କକୁ ମଜବୁତ କରିବାକୁ ପ୍ରତିଶୃତି ଦେଇଛନ୍ତି । ଲଭ୍ରୋଭ ଋଷ-ୟୁକ୍ରେନ କଥାବାର୍ତ୍ତାର ଚୀନ୍ ପକ୍ଷକୁ ସୂଚନା ଦେଇ କହିଛନ୍ତି ଯେ ତିକ୍ତତାକୁ ଦୂର କରିବା ୟୁକ୍ରେନ ସହ ଶାନ୍ତି ପାଇଁ କଥାବାର୍ତ୍ତା ଜାରି ରଖିବା ଏବଂ ଆନ୍ତର୍ଜାତୀୟ ସମ୍ପ୍ରଦାୟ ସହ ଯୋଗାଯୋଗ ବଜାୟ ରଖିବା ପାଇଁ ଋଷ ପ୍ରତିବଦ୍ଧ ।

ଆଫଗାନିସ୍ତାନ ପ୍ରସଙ୍ଗରେ ଚୀନରେ ଆୟୋଜିତ ଦୁଇଦିନିଆ ଅନ୍ତର୍ଜାତୀୟ ବୈଠକରେ ଲାଭ୍ରୋଭଙ୍କ ସମେତ ପାକିସ୍ତାନ, ଇରାନ, ତାଜିକିସ୍ତାନ, ଉଜବେକିସ୍ତାନ, ତୁର୍କମେନିସ୍ତାନ ସାମିଲ ହୋଇଥିଲେ । ଏଥିରେ ଆଫଗାନିସ୍ତାନ ସ୍ଥିରତା ଓ ଅର୍ଥିକ ପ୍ରଗତି ଉପରେ ଗୁରୁତ୍ବ ଦିଆଯାଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.