ETV Bharat / bharat

Russia-Ukraine Conflict: କେଉଁ ଦେଶ କାହା ସପକ୍ଷରେ ଯିବ ? ଭାରତ ଉପରେ ବିଶ୍ବର ନଜର - ଋଷ ୟୁକ୍ରେନ ଲଢେଇ କାହାକୁ ସମର୍ଥନ ଦେବ ପଶ୍ଚିମ ରାଷ୍ଟ୍ର

ଋଷର ପ୍ରଚଣ୍ଡ ଆକ୍ରମଣରେ ଦୋହଲି ଗଲାଣି ୟୁକ୍ରେନ ସ୍ଥିତି । ନିଜ ଅସ୍ତିତ୍ବ ବଞ୍ଚାଇବା ପାଇଁ ପଶ୍ଚିମ ରାଷ୍ଟ୍ରମାନଙ୍କ ସହ ନାଟୋର ସହାୟତା ବାରମ୍ବାର ମାଗି ଥକିଗଲାଣି ୟୁକ୍ରେନ । ଉଭୟ ଦେଶର ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଛି । ଫଳରେ ଉଭୟ ଦେଶର ମିତ୍ର ରାଷ୍ଟ୍ର ଏବେ ବଡ ସଂକଟରେ ପଡିଯାଇଛନ୍ତି । କିଏ କାହା ବିରୋଧରେ କରିବେ ଯୁଦ୍ଧ ? କିଏ କାହାକୁ କରିବ ସମର୍ଥନ ? କେଉଁ ରାଷ୍ଟ୍ର ଋଷ ସହ ଅଛି? କେଉଁ ରାଷ୍ଟ୍ର ୟୁକ୍ରେନକୁ ସମର୍ଥନ କରୁଛି? ଅଧିକ ପଢନ୍ତୁ

Russia Ukraine Conflict
Russia Ukraine Conflict
author img

By

Published : Feb 24, 2022, 9:27 PM IST

କିଭ: ଋଷର ପ୍ରଚଣ୍ଡ ଆକ୍ରମଣରେ ଦୋହଲି ଗଲାଣି ୟୁକ୍ରେନ ସ୍ଥିତି । ନିଜ ଅସ୍ତିତ୍ବ ବଞ୍ଚାଇବା ପାଇଁ ପଶ୍ଚିମ ରାଷ୍ଟ୍ରମାନଙ୍କ ସହ ନାଟୋର ସହାୟତା ବାରମ୍ବାର ମାଗି ଥକିଗଲାଣି ୟୁକ୍ରେନ । ଉଭୟ ଦେଶର ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଛି । ଫଳରେ ଉଭୟ ଦେଶର ମିତ୍ର ରାଷ୍ଟ୍ର ଏବେ ବଡ ସଂକଟରେ ପଡିଯାଇଛନ୍ତି । କିଏ କାହା ବିରୋଧରେ କରିବେ ଯୁଦ୍ଧ ? କିଏ କାହାକୁ କରିବ ସମର୍ଥନ ? କେଉଁ ରାଷ୍ଟ୍ର ଋଷ ସହ ଅଛି ? କେଉଁ ରାଷ୍ଟ୍ର ୟୁକ୍ରେନକୁ ସମର୍ଥନ କରୁଛି ? ଯଦି ଆଗକୁ ଆହୁରି ଯୁଦ୍ଧ ଜାରି ରୁହେ ତେବେ କାହାକୁ କିଏ କରିବ ସମର୍ଥନ? ଏହାସହ ବିଶ୍ବଶାନ୍ତି ପାଇଁ ନିଜ ଉଦ୍ୟମ ଜାରି ରଖିଥିବା ତଥା ଏସିଆର ଅନ୍ୟତମ ଶକ୍ତିଶାଳୀ ଭାରତର କାହା ସପକ୍ଷରେ ଯିବ? ପରମ ମିତ୍ର ଋଷ ସହ ଭାରତ ଯିବ ନା ଅସହାୟ ୟୁକ୍ରେନକୁ ସମର୍ଥନ ଯୋଗାଇବ ? ନା ନିରପେକ୍ଷ ଭୂମିକା ତୁଳାଇ ଅନ୍ୟ କୌଣସି ପନ୍ଥା ଆପଣାଇବ ?

ଋଷ -ୟୁକ୍ରେନ ଲଢେଇରେ କଣ ରହିବ ପ୍ରମୁଖ ରାଷ୍ଟ୍ରଙ୍କ ଭୂମିକା ?

ଭାରତ- ଭାରତ ଉଭୟ ଋଷ ଓ ଆମେରିକାର ବନ୍ଧୁ ରାଷ୍ଟ୍ର । ଆମେରିକା ଚାହିଁବ ଭାରତ ତାଙ୍କୁ ସମର୍ଥନ କରୁ । କିନ୍ତୁ ରଣନୀତି ଓ ସାମରିକ ବୁଝାମଣା ଅନୁସାରେ ଭାରତର ବିଶ୍ବସ୍ତ ହେଉଛି ଋଷ । ଦେଶରେ ସାମରିକ ଉପକରଣ ଆଧୁନିକ ଅସ୍ତ୍ର ଶସ୍ତ୍ର ପାଇଁ ଭାରତ ସର୍ବାଧିକ ଋଷ ଉପରେ ନିର୍ଭରଶୀଳ । ଆଉ ବର୍ତ୍ତମାନର ପରିବର୍ତ୍ତିତ ସ୍ଥିତି ଓ ବ୍ୟବସାୟ, ସାମରିକ, ଶିକ୍ଷା, ସ୍ବାସ୍ଥ୍ୟ, ଗବେଷଣା ଦୃଷ୍ଟିରୁ ଆମେରିକା ମଧ୍ୟ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ । ତେଣୁ ଭାରତ କାହା ସହ ଯିବ ତାହା ନିର୍ଣ୍ଣୟ କରିବା କାଠିକର ହେବ ନିଶ୍ଚିତ । ଭାରତ ଶାନ୍ତି ଓ ଆଲୋଚନାକୁ ସର୍ବାଧିକ ଗୁରୁତ୍ବ ଦେବା ଥୟ ।

ଆମେରିକା- ଆମେରିକା ୟୁକ୍ରେନ ଉପରେ ଋଷର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ସହ ୟୁକ୍ରେନ ସପକ୍ଷରେ ରହିଛି । କିନ୍ତୁ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ପାରିନାହିଁ । ଆମେରିକା କେବଳ ଚେତାବାନୀ ଦେବା ସହ ଋଷର ପଦକ୍ଷେପକୁ ନିନ୍ଦା କରିଛି । ଏହାସହ ଋଷ ବିରୋଧରେ ଆର୍ଥିକ କଟକଣା ଲଗାଇବା ଆରମ୍ଭ କରିଛି । ଖାଲି ଏତିକି ନୁହେଁ ଋଷର ବିତ୍ତଶାଳୀ ନାଗରିକଙ୍କ ବିରୋଧରେ କଟକଣା ଲଗାଇବା ଆରମ୍ଭ କରିଛି । ଏହାସହ ୟୁକ୍ରେନକୁ ହତିଆର ଯୋଗାଇବାରେ ଲାଗିଛି ।

ୟୁରୋପିୟନ ୟୁନିୟନ- ୟୁରୋପିୟନ ପରିଷଦ ଅଧ୍ୟକ୍ଷ ଚାଲର୍ସ ମାଇକଲ କହିଛନ୍ତି ୟୁକ୍ରେନକୁ ଆକ୍ରମଣ ମାନେ ପୁରା ୟୁରୋପ ପ୍ରତି ବିପଦ । ତେଣୁ ସମସ୍ତ ୟୁରୋପିଅ ରାଷ୍ଟ୍ର ୟୁକ୍ରେନକୁ ସମର୍ଥନ କରିବା ଜରୁରୀ ବୋଲି କହିଛନ୍ତି । ଅର୍ଥାତ ୟୁରୋପିପ ରାଷ୍ଟ୍ର ୟୁକ୍ରେନ ପ୍ରତି ସମର୍ଥନ ଜାରି ରଖିଛନ୍ତି ।

ବ୍ରିଟେନ- ବ୍ରିଟେନ ଋଷର ସାମରିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛି । ସ୍ଥିତି ଚିନ୍ତା ଜନକ । ଆଲୋଚନା ମାଧ୍ୟମରେ ସବୁ ସମାଧାନ ହୋଇପାରିବ । ଏହାସହ ଋଷ ବିରୋଧରେ ଆର୍ଥିକ କଟକଣା ଲଗାଇବା ଆରମ୍ଭ କରିଛି ବ୍ରିଟେନ । ଋଷର 6 ଟି ବ୍ୟାଙ୍କ ଉପରେ କଟକଣା ଲଗାଇବା ସହ ଋଷ ବିତ୍ତଶାଳୀ ନାଗରିକଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିଦେଇଛି । ଅର୍ଥାତ ବ୍ରିଟେନ ମଧ୍ୟ ଋଷ ବିରୋଧରେ ଅଛି ।

ଚୀନ- ପରିବର୍ତ୍ତିତ ପରିସ୍ଥିତିରେ ଚୀନ ଓ ଋଷ ସମ୍ପର୍କ ବେଶ ସୁଦୃଢ ହୋଇଛି । ଆଉ ବେଜିଂ ୱାସିଂଟନ ମଧ୍ୟରେ ଦୂରତା ବଢିବାରେ ଲାଗିଛି । କିଛି ଦିନ ପୂର୍ବେ ଋଷର ସୁରକ୍ଷା ନେଇ ଆମେରିକା ବୈଦେଶକ ମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିଥିଲେ । ଏହାସହ ଋଷ-ୟୁକ୍ରେନ ମଧ୍ୟରେ ବିବାଦର ସମାଧାନ ହେବା ଉଚିତ ବୋଲି କହିଥିଲେ । ୟୁକ୍ରେନ କେବେ ନାଟୋରେ ପ୍ରବେଶ କରୁ ତାହା ଚୀନ ଚାହୁଁନାହିଁ । କିନ୍ତୁ ଆମେରିକା, ପଶ୍ଚିମ ରାଷ୍ଟ୍ର ଓ ୟୁକ୍ରେନ ନାଟୋରେ ସାମିଲ ହେବାକୁ ଉଦ୍ୟମ କରୁଛନ୍ତି । ଯାହାକୁ ନେଇ ଏବେ ଚୀନ ଋଷ ନିକଟତର ହେବାକୁ ପଥ ପରିଷ୍କାର କରିଛି । କିନ୍ତୁ ଚୀନ ଖୋଲା ଖୋଲି ଋଷ ସମର୍ଥନରେ ଆସିନାହିଁ । ତଥା ଭାରତ ଭଳି ଚୀନ ମଧ୍ୟ ନିରପେକ୍ଷତା ଅବଲମ୍ବନ କରୁଛି ।

ଫ୍ରାନ୍ସ- ଫ୍ରାନ୍ସ କିନ୍ତୁ ଋଷ ବିରୋଧରେ ଆସିଯାଇଛି। ଋଷର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ସହ ଆର୍ଥିକ କଟକଣା ଲଗାଇବା ଆରମ୍ଭ କରିଛି । ଏହାସହ ଋଷ ବିରୋଧରେ ଥିବା ପୁରା ସଂକେତ ଦେଇଛି । ଏହାସହ ୟୁରୋପିଅ ୟୁନିୟନ ଋଷ ବିରୋଧରେ ଲଗାଇଥିବା ଆର୍ଥିକ କଟକଣାକୁ ସମର୍ଥନ କରିଛି।

ଜର୍ମାନୀ- ଜର୍ମାନୀ ମଧ୍ୟ ଋଷ ବିରୋଧରେ ରହିଛି । ଏହାସହ ନିଜ ଦେଶରୁ ଋଷକୁ ଯୋଗାଣ ହେଉଥିବା ଗ୍ୟାସକୁ ପାଇପ ଲାଇନ କାମକୁ ରଦ୍ଦ କରିଦେଇଛି । ଏହି ନାର୍ଡୋ ଷ୍ଟ୍ରିମ 2 ଜରିଆରେ ଜର୍ମାନୀରୁ ଋଷକୁ ଗ୍ୟାସ ଯୋଗାଣ ହୋଇଥାନ୍ତା । ଜର୍ମାନୀ ୟୁକ୍ରେନ ସହ ଥିବା କହିଛି ।

ବେଲାଋଷ- ବେଲାଋଷ ହେଉଛି ଋଷର ମିତ୍ର ରାଷ୍ଟ୍ର । ଏପରି ସ୍ଥିତିରେ ଋଷ ସହ ପୁରା ଶକ୍ତିର ସହ ଛିଡା ହୋଇଛି ବେଲାଋଷ ।

ଇଟାଲୀ: ଇଟାଲୀ ମଧ୍ୟ ସ୍ଥିତିକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛି। ଉଭୟ ଦେଶ ନିଜନିଜ ସାର୍ବଭୌମତ୍ବକୁ ସମ୍ମାନ ଦେବା ଉଚିତ ବୋଲି କହିଛି । ଏହାସହ ନାଟୋ ଧର୍ମ ପାଳନ କରିବ ବୋଲି କହିଛି । ତଥା ଇଟାଲି ମଧ୍ୟ ଏକ ପ୍ରକାର ୟୁକ୍ରେନ ସପକ୍ଷରେ ରହିଛି ।

ଜାପାନ- ଜାପାନ କହିଛି ଯଦି ୟୁକ୍ରେନ ସୁରକ୍ଷା ପାଇଁ ଆମେରିକା ଆଗକୁ ଆସେ, ତେବେ ସେ ଆମେରିକାର ସାଥ ଦେବ । ଏହାସହ ଋଷ ବିରୋଧରେ ମନ୍ତବ୍ୟ ଦେଇ କହିଛି ଋଷର କାର୍ଯ୍ୟାନୁଷ୍ଠାନ ନନ୍ଦନୀୟ । ଋଷର କାର୍ଯ୍ୟାନୁଷ୍ଠାନ ୟୁକ୍ରେନର ସାର୍ବଭୌମତ୍ବର ଉଲ୍ଲଙ୍ଘନ ବୋଲ କହିଛି ।

କ୍ରୋଏସିୟା- କ୍ରୋଏସିୟା ମଧ୍ୟ ଖୋଲା ଖୋଲି ଋଷ ପକ୍ଷରେ ରହିଛି । କ୍ରୋଏସଶିୟା କହିଛି ଋଷର ସୁରକ୍ଷା କୁ ନେଇ ଯେଉଁ ସ୍ଥିତି ଉପୁଜିଛି ତାହା ଚିନ୍ତା ଜନକ । ଯଦି ଋଷ ସମର୍ଥନ ମାଗେ ଆମେ ଋଷ ସହ ଯିବୁ ବୋଲି କହିଛି କ୍ରୋଏସିୟା ।

ମଧ୍ୟ ପୂର୍ବ ଦେଶ- ମଧ୍ୟ ପୂର୍ବ ଦେଶ ଗୁଡିକ ମଧ୍ୟ ଉଭୟ ଦେଶ ନିଜ ନିଜ ସାର୍ବଭୌମତ୍ବ କୁ ସମ୍ମାନ ଦେବା ଉଚିତ ବୋଲି କହିଛନ୍ତି । ଅର୍ଥାତ ମଧ୍ୟ ପୂର୍ବ ଦେଶ ଗୁଡିକ ମଧ୍ୟ ନରିପେକ୍ଷତା ଅବଲମ୍ବନ କରୁଛନ୍ତି ।

ଇସ୍ରାଏଲ- ଇସ୍ରାଏଲ ୟୁକ୍ରେନ ଋଷ ଲଢେଇ ମଧ୍ୟରେ ନିଜକୁ ଯଥା ସମ୍ଭବ ଦୂରେଇ ରଖିଛି । କାରଣ ଇସ୍ରାଏଲ ବର୍ତ୍ତମାନ ନିଜକୁ ନିରପେକ୍ଷ ରଖିବା ଉଚିତ ମଣିଛି ।

ଏପରି ସ୍ଥିତିରେ ପୁରା ବିଶ୍ବ ଏବେ ଦୁଇଭାଗରେ ଭାଗ ହୋଇଯିବା ଏକ ପ୍ରକାର ଥୟ । ଯାହାର ପ୍ରଭାବ ବିଶ୍ବବ୍ୟାପୀ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.