ETV Bharat / bharat

ପ୍ରତି ତିରିଶ ମିନିଟରେ ୟୁକ୍ରେନ ଉପରେ ବୋମା ପକାଉଛି ଋଷ - ଭୟଙ୍କର ହେଉଛି ଋଷ-ୟୁକ୍ରେନ ଯୁଦ୍ଧ

ଦିନକୁ ଦିନ ଭୟଙ୍କର ହେଉଛି ଋଷ-ୟୁକ୍ରେନ ଯୁଦ୍ଧ । ଚାରିପଟୁ ଶୁଭୁଛି କେବଳ ବୋମା ବିସ୍ଫୋରଣର ଶବ୍ଦ । ପ୍ରତି ୩୦ ମିନିଟରେ ୟୁକ୍ରେନ ସହର ଉପରେ ବୋମା ପକାଉଛି ଋଷ । ଅଧିକ ପଢ଼ନ୍ତୁ

Russia shells Mariupol every thirty minutes

author img

By

Published : Mar 11, 2022, 3:49 PM IST

କିଭ: ଦିନକୁ ଦିନ ଭୟଙ୍କର ହେଉଛି ଋଷ-ୟୁକ୍ରେନ ଯୁଦ୍ଧ । ଚାରିପଟୁ ଶୁଭୁଛି କେବଳ ବୋମା ବିସ୍ଫୋରଣର ଶବ୍ଦ । ନା ଦିନରେ ଶାନ୍ତି ଅଛି ନା ରାତିରେ ଶୋଇ ହେଉଛି । ପ୍ରତି ୩୦ ମିନିଟରେ ୟୁକ୍ରେନ ସହର ଉପରେ ବୋମା ପକାଉଛି ଋଷ । ସ୍ଥାନୀୟ ବାସିନ୍ଦାଙ୍କ ଛାତି ଥରାଇ ଦେଉଛି ବୋମା ଏବଂ ମିସାଇଲ ମାଡ଼ । ଶବ୍ଦରେ ଅତିଷ୍ଟ ହୋଇପଡ଼ିଲେଣି ୟୁକ୍ରେନବାସୀ । ଏଭଳି ମନ୍ତବ୍ୟ ଦେଇଛନ୍ତି ମାରିଅପୋଲ ମେୟର ଭାଡିମ ବଏଚେଙ୍କୋ ।

ଏକ ସୋସିଆଲ ମିଡିଆ ପୋଷ୍ଟରେ ମେୟର ସ୍ବୀକାର କରିଛନ୍ତି ଯେ ଗତ କିଛିଦିନ ହେବ ଋଷ ରଣନୈତିକ ବନ୍ଦର ସହରରେ ନିର୍ଦ୍ଦୟ ଭାବରେ ଗୁଳି ଚଳାଇଥିଲା। ଯେଉଁଥିରେ ଯାଇଛି ଅନେକ ନୀରିହଙ୍କ ଜୀବନ । ଜାପୋରିଜିଆରୁ ମାରିଅପୋଲକୁ ମାନବିକ ସହାୟତା ପ୍ରଦାନରେ ଋଷ ବ୍ୟାଘାତ ସୃଷ୍ଟି କରିଥିବା ମେୟର ଅଭିଯୋଗ କରିଛନ୍ତି। ସାଧାରଣ ନାଗରିକଙ୍କ ସ୍ଥାନାନ୍ତର ପାଇଁ ବ୍ୟବହୃତ ହେଉଥିବା କନଭୋ ଏବଂ 'ସବୁଜ କରିଡର'କୁ ଋଷ ବାହିନୀ ଆକ୍ରମଣ କରିଛି ।

ମାରିଅପୋଲର ନଗର ପରିଷଦର ପ୍ରାଥମିକ ଆକଳନ ଅନୁଯାୟୀ, ଅବରୋଧିତ ହେବାର 10 ଦିନ ମଧ୍ୟରେ ପ୍ରାୟ 1300 ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଉକ୍ରାୟିନସ୍କା ପ୍ରଭଡା ଖବରକାଗଜ ରିପୋର୍ଟ ମୁତାବକ, ସାମୟିକ ଅକ୍ତିଆର ହୋଇଥିବା ଅଞ୍ଚଳର ପୁନନିର୍ମାଣ ମନ୍ତ୍ରୀ ଇରିନା ଭେରେସ୍କୁ ଗୁରୁବାର ଦିନ ଏକ ଭିଡିଓ ଜରିଆରେ କହିଛନ୍ତି ଯେ ଋଷର ସୈନ୍ୟବାହିନୀର କ୍ରମାଗତ ଗୁଳି ବିନିମୟ ହେତୁ ମାରିଅପୋଲରୁ ଜାପୋରିଜିଆ ପର୍ଯ୍ୟନ୍ତ ମାନବିକ କରିଡରରୁ କୌଣସି ଥଇଥାନ ହୋଇପାରିବ ନାହିଁ। ମ୍ୟାରିଆପୋଲର ପରିସ୍ଥିତି ଏକ ମାନବିକ ବିପର୍ଯ୍ୟୟ । ମନ୍ତ୍ରୀ ଭେରେସ୍କୁ ଆହୁରି ମଧ୍ୟ କହିଛନ୍ତି ଯେ ରଣନୈତିକ ଦକ୍ଷିଣ ବନ୍ଦର ସହରରୁ ସାଧାରଣ ନାଗରିକଙ୍କୁ ଯୋଜନାବଦ୍ଧ ସ୍ଥାନାନ୍ତର କରିବାରେ ଋଷ ବାଧା ସୃଷ୍ଟି କରୁଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.