ETV Bharat / bharat

1945ରୁ ୟୁରୋପର ବିଶାଳ ଯୁଦ୍ଧ ଚାହିଁ ଆସିଛି ଋଷ: UK PM

author img

By

Published : Feb 20, 2022, 9:02 PM IST

ଗୁଇନ୍ଦା ତଥ୍ୟରେ ଋଷ- ୟୁକ୍ରେନ ବିବାଦ ନେଇ ସାଙ୍ଘାତିକ ସୂଚନା । ୟୁକ୍ରେନ ରାଜଧାନୀ କିବ ଉପରେ ଆକ୍ରମଣ କରିବା ପାଇଁ ଋଷ ଜାରି ରଖିଛି ପ୍ରସ୍ତୁତି । ଅଧିକ ପଢନ୍ତୁ

1945 ରୁ ୟୁରୋପର ବିଶାଳ ଯୁଦ୍ଧ ଚାହିଁ ଆସିଛି ଋଷ: UK PM

ଲଣ୍ଡନ: ୧୯୪୫ ମସିହା ପର ଠାରୁ ୟୁରୋପରେ ବିଶାଳ ଯୁଦ୍ଧ ପାଇଁ ପ୍ରୟାସ କରିଆସିଛି ଋଷ । ୟୁକ୍ରେନ-ଋଷ ମଧ୍ୟରେ ଜାରି ରହିଥିବା ସଂଘର୍ଷ ମଧ୍ୟରେ ଏପରି ଏକ ସାଙ୍ଘାତିକ ବୟାନ ଦେଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ । ବର୍ତ୍ତମାନ ପରିସ୍ଥିତିରେ ଋଷ କାର୍ଯ୍ୟକଳାପରୁ ପୂର୍ବ ଯୋଜନାରେ ସେ ଆଗକୁ ବଢୁଥିବା ପ୍ରମାଣିତ ହେଉଛି ବୋଲି ମଧ୍ୟ ବୋରିଶ କହିଛନ୍ତି । ଆଜି ଜାତୀୟ ଗଣମାଧ୍ୟମ BBCକୁ ଦେଇଥିବା ସାକ୍ଷାତକାରରେ ସେ ଏପରି ମତ ରଖିଥିବା ଦେଖିବାକୁ ମିଳିଛି । ବୋରିଶଙ୍କ ଏପରି ମନ୍ତବ୍ୟ ଆନ୍ତର୍ଜାତୀୟ ରଣନୀତି ଓ ୟୁକ୍ରେନ ସଙ୍କଟରେ ଉଷ୍ମତା ବଢିଛି ।

ବୋରିଶ କହିଛନ୍ତି, ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସଙ୍କଟକୁ ନେଇ ସାରା ବିଶ୍ବର ନଜର ଥିବାବେଳେ ଗୁଇନ୍ଦା ତଥ୍ୟରେ ଏକ ସାଙ୍ଘାତିକ ସୂଚନା ସାମ୍ନାକୁ ଆସିଛି । କୌଣସି ମୁହୂର୍ତ୍ତରେ ୟୁକ୍ରେନ ରାଜଧାନୀ କିବ ଉପରେ ଆକ୍ରମଣ କରିପାରେ । ୧୯୪୫ ମହିସା ପର ଠାରୁ ଋଷ କ୍ରମାଗତ ଭାବେ ୟୁରୋପରେ ଏକ ବଡ ଯୁଦ୍ଧ ସୃଷ୍ଚି କରିବା ଦିଗରେ ପ୍ରୟାସ ଜାରି ରଖିଛି । ବର୍ତ୍ତମାନ ପରିସ୍ଥିତକୁ ନଜର ପକାଇଲେ ଋଷ ତାର ପୂର୍ବ ଯୋଜନାନୁସାରେ ଆଗକୁ ବଢୁଥିବା ପରି ଦୃଷ୍ଟିଗୋଚର ହେଉଥିବା କହିଛନ୍ତି ଜନସନ ।

ଜନସନ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନର ସଙ୍କଟ ମଧ୍ୟରେ ମିଳିଥିବା ସୂଚନା ଅନୁସାରେ, ୟୁକ୍ରେନ ସୀମାରେ ଏବେ ମଧ୍ୟ ପ୍ରାୟ 169,000 ରୁ 190,000 ପର୍ଯ୍ୟନ୍ତ ଋଷ ସୈନ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ରହିଛନ୍ତି । ଯାହା ଋଷର ଉଦ୍ଦେଶ୍ୟକୁ ସ୍ପଷ୍ଟ କରୁଛି । ବର୍ତ୍ତମାନ ସମୟରେ ବିଶ୍ବବାସୀ ମାନବ ଜୀବନର ମୂଲ୍ୟ ବୁଝିବାର ଆବଶ୍ୟକତା ଥିବା ମଧ୍ୟ କହିଛନ୍ତି ଜନସନ ।

ତେବେ ଋଷର ଏପରି ଆଭିମୁଖ୍ୟ ବିରୋଧରେ ୟୁକେ ଓ ୟୁଏସ ମଧ୍ୟ ସେମାନଙ୍କ ଅଭିଯାନ ଜାରି ରହିଥିବା ସେ ସ୍ପଷ୍ଟ କରିଛନ୍ତି । ଦୁଇ ଦେଶ ବ୍ରିଟେନ ଓ ଆମେରିକା ମଧ୍ୟ ଋଷ କମ୍ପାନୀଗୁଡିକରେ ପାଉଣ୍ଡ ଓ ଡଲାରର ବ୍ୟବହାର ଉପରେ ରୋକ ଲଗାଇବେ । ଏପରି କରିବା ଦ୍ବାରା ଋଷ ଉପରେ ବ୍ୟାପକ ଅର୍ଥନୈତିକ ପ୍ରଭାବ ପଡିବ । ସେହିପରି ପଶ୍ଚିମ ଦେଶମାନଙ୍କର ଏପରି ଯୁଦ୍ଧଖୋର ଉଦ୍ଦେଶ୍ୟ ଅଭିଯୋଗକୁ ପୂର୍ବରୁ ମଧ୍ୟ ଋଷ ମଧ୍ୟ ଖଣ୍ଡନ କରିଆସିଥିବାବେଳେ ବର୍ତ୍ତମାନ ମଧ୍ୟ ଯୁଦ୍ଧ ଚାହୁଁ ନଥିବା କହି ଚାଲିଛିି ।

ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଋଷର ସୈନ୍ୟ ପ୍ରତ୍ୟାହାର ନେଇ ସନ୍ଦେହ ପ୍ରକାଶ କରିଆସିଥିବା ବେଳେ ନିକଟ ଭବିଷ୍ୟତରେ ୟୁକ୍ରେନ ଉପରେ ଋଷ ଆକ୍ରମଣ ମଧ୍ୟ କରିପାରେ ବୋଲି ଆଶଙ୍କା ପ୍ରକାଶ କରିଥିଲେ । ସେହିପରି ଭାରତ ନିଜର ଆଭିମୁଖ୍ୟରେ କୌଣସି ନିର୍ଦ୍ଦିଷ୍ଟ ପକ୍ଷକୁ ସମର୍ଥନ କରିନଥିବା ବେଳେ ଭାରସାମ୍ୟ ରକ୍ଷାପୂର୍ବକ ମନ୍ତବ୍ୟ ରଖିଆସିଛି । ଦୁଇ ଦେଶକୁ ଉତ୍ତେଜନା ହ୍ରାସ କରିବା ସହ କଥାବାର୍ତ୍ତା ମାଧ୍ୟମରେ ସମାଧାନ ଦିଗରେ ବଢିବା ପାଇଁ ପରାମର୍ଶ ମଧ୍ୟ ଦେଇଥିଲା ଭାରତ ।

(IANS)

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.