ETV Bharat / bharat

Ukraine War: ହାଇପରସୋନିକ ମିସାଇଲ ମାଡ କଲା ଋଷ, ୟୁକ୍ରେନର ଅଣ୍ଡରଗ୍ରାଉଣ୍ଡ ଅସ୍ତ୍ର ଭଣ୍ଡାର ଧ୍ବଂସ - ୟୁକ୍ରେନରେ ଋଷର ଆକ୍ରମଣ

ଋଷର ଦାବି, ହାଇପରସୋନିକ ମିସାଇଲ ମାଡରେ ଧ୍ବଂସ ହୋଇଛି ପଶ୍ଚିମ ୟୁକ୍ରେନରେ ଥିବା ଅଣ୍ଡରଗ୍ରାଉଣ୍ଡ ଷ୍ଟୋରେଜ । ଅଧିକ ପଢନ୍ତୁ

ହାଇପରସୋନିକ ମିସାଇଲ ମାଡରେ ୟୁକ୍ରେନର ଅଣ୍ଡର ଗ୍ରାଉଣ୍ଡ ଷ୍ଟୋରେଜକୁ ନଷ୍ଟ ହୋଇଥିବା ଋଷର ଦାବି

author img

By

Published : Mar 19, 2022, 6:15 PM IST

ମସ୍କୋ: ପଶ୍ଚିମ ୟୁକ୍ରେନରେ ଥିବା ବାୟୁସେନାର ଅଣ୍ତରଗ୍ରାଉଣ୍ଡ ଷ୍ଟୋରେଜ ଉପରେ ହାଇପରସୋନିକ ମିସାଇଲ ମାଡ କରି ସମ୍ପୂର୍ଣ୍ଣ ଧ୍ବଂସ କରାଯାଇଥିବା ଦାବି କରିଛି ଋଷ । ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏନେଇ ଦାବି କରିଥିବା ସ୍ଥାନୀୟ ଏକ ଗଣମାଧ୍ୟମ ‘ସ୍କାଏ ନ୍ୟୁଜ’ରେ ଖବର ପ୍ରସାରଣ ହୋଇଛି ।

ପଶ୍ଚିମ ୟୁକ୍ରେନରେ ଥିବା ଇଭାନୋ-ଫ୍ରାନକିଭିସ୍କ ଅଞ୍ଚଳରେ ଏହି ଅତ୍ୟାଧୁନିକ ମିସାଇଲ ମାଡ କରାଯାଇଥିବା କହିଛି ଋଷ । ଫଳରେ ଏହି ଷ୍ଟୋରେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ଧ୍ବଂସ ପାଇଛି । ତେବେ ଏହି ଅତ୍ୟାଧୁନିକ ମିସାଇଲର ଗତି ସାଧାରଣତଃ ଶବ୍ଦର ବେଗ ଠାରୁ ୫ ଗୁଣା ଅଧିକ । ଅନ୍ୟପଟେ ପୁଟିନ ପ୍ରଶାସନ ପକ୍ଷରୁ ଏହା ମଧ୍ୟ ଦାବି କରାଯାଇଛି, ୟୁକ୍ରେନର ପୋର୍ଟସିଟି ଓଡେଶାରେ ଥିବା ସାମରିକ ରେଡିଓ ଓ ଯୋଗାଯୋଗ ବ୍ୟବସ୍ଥାକୁ ସମ୍ପୂର୍ଣ ଅଚଳ କରି ଦିଆଯାଇଛି ।

ଓଡେଶାରେ ୟୁକ୍ରେନର ମିସାଇଲ ସିଷ୍ଟମ ରହିଥିବାବେଳେ ତାକୁ ଋଷ ପକ୍ଷରୁ ଟାର୍ଗେଟ କରାଯାଇଥିଲା । ଶୁକ୍ରବାର ଠାରୁ ଋଷ ସେନା ପଶ୍ଚିମ ୟୁକ୍ରେନୀୟ ସହରରେ ଆକ୍ରମଣ ଜାରି ରଖିଛି । ଏକାଧିକ ବିଲ୍ଡିଂରେ ଆକ୍ରମଣ ଫଳରେ ଲୋକମାନେ ସହର ଛାଡି ପଳାୟନ କରିବା ଆରମ୍ଭ କରିସାରିଲେଣି । ଅନ୍ତର୍ଜାତୀୟ ନ୍ୟାୟାଳୟର ଯୁଦ୍ଧ ବନ୍ଦ ନିର୍ଦ୍ଦେଶ ସତ୍ତ୍ବେ ମଧ୍ୟ ଋଷ କୌଣସି ପ୍ରକାର ଯୁଦ୍ଧ ବନ୍ଦ ନେଇ ଆଗ୍ରହ ପ୍ରକାଶ କରୁନଥିବା ସହ ସମସ୍ତ ଅନ୍ତର୍ଜାତୀୟ କଟକଣା ଓ ନିର୍ଦ୍ଦେଶକୁ ମଧ୍ୟ ଅବମାନନା କରିବାରେ ଲାଗିଥିବା ଅଭିଯୋଗ କରିଛି ୟୁକ୍ରେନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.