ETV Bharat / bharat

ସଂସଦରେ ମର୍ଯ୍ୟାଦା ଉଲ୍ଲଂଘନ, ଶାସକ ଓ ବିରୋଧୀଙ୍କ ମଧ୍ୟରେ ମହାସଂଗ୍ରାମ - ରାଜ୍ୟସଭା

ମୌସୁମୀ ଅଧିବେଶନର ଶେଷ ଦିନରେ ସଂସଦରୁ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଛି, ତାକୁ ନେଇ ବିରୋଧୀ ଓ ଶାସକ ମଧ୍ୟରେ ଆରମ୍ଭ ହୋଇଯାଇଛି ମହାସଂଗ୍ରାମ । ଅଧିକ ପଢନ୍ତୁ...

ସଂସଦରେ ମର୍ଯ୍ୟାଦା ଉଲ୍ଲଂଘନ, ଶାସକ ଓ ବିରୋଧୀଙ୍କ ମଧ୍ୟରେ ମହାସଂଗ୍ରାମ

author img

By

Published : Aug 12, 2021, 5:54 PM IST

ନୂଆଦିଲ୍ଲୀ: ଗଣତନ୍ତ୍ର ମନ୍ଦିରରେ ମର୍ଯ୍ୟାଦା ଉଲ୍ଲଂଘନ । ସୀମା ଟପିଲେ ସାଂସଦ । ଫୋପଡାଫିଙ୍ଗା, ଭଙ୍ଗାରୁଜା, ଧସ୍ତାଧସ୍ତି ସାଙ୍ଗକୁ ଗର୍ଜନ ଚିତ୍କାର । ମାନ୍ୟବର ସାଂସଦଗଣଙ୍କ ଏଭଳି ଆଚରଣରେ ପଦ ଦଳିତ ହୋଇଛି କୋଟି କୋଟି ଜନସାଧାରଣଙ୍କ ଆଶା ଓ ବିଶ୍ବାସ । ମୌସୁମୀ ଅଧିବେଶନର ଶେଷ ଦିନରେ ସଂସଦରୁ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଛି, ତାକୁ ନେଇ ବିରୋଧୀ ଓ ଶାସକ ମଧ୍ୟରେ ଆରମ୍ଭ ହୋଇଯାଇଛି ମହାସଂଗ୍ରାମ ।

ଜୋରଦାର ହଙ୍ଗାମା ମଧ୍ୟରେ ବୁଧବାର ସମାପ୍ତ ହୋଇଥିଲା ସଂସଦର ମୌସୁମୀ ଅଧିବେଶନ । ଆଉ ଏହା ପରେ ସାମ୍ନାକୁ ଆସିଛି ସଂସଦ ଭିତରର ସିସିଟିଭି ଦୃଶ୍ୟ । ଗୋଟିଏ ପକ୍ଷେ ଶାସକ ଦଳ ମାର୍ଶାଲ ଡକାଇ ଅସଦାଚରଣ କରିଥିବା ବିରୋଧୀ ଅଭିଯୋଗ କରୁଥିବାବେଳେ ଅନ୍ୟପକ୍ଷେ ବିଶୃଙ୍ଖଳିତ ଆଚରଣ ଯୋଗୁଁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ସରକାର ।

ସଂସଦରେ ମର୍ଯ୍ୟାଦା ଉଲ୍ଲଂଘନ, ଶାସକ ଓ ବିରୋଧୀଙ୍କ ମଧ୍ୟରେ ମହାସଂଗ୍ରାମ
ସଂସଦରେ ମର୍ଯ୍ୟାଦା ଉଲ୍ଲଂଘନ, ଶାସକ ଓ ବିରୋଧୀଙ୍କ ମଧ୍ୟରେ ମହାସଂଗ୍ରାମ

ଗୁରୁବାର ପ୍ରଥମେ ବିରୋଧୀ ପଦଯାତ୍ରା କରି ସରକାରଙ୍କୁ କରିଥିଲେ ଟାର୍ଗେଟ । ଆଉ ଏହାପରେ ସରକାର କରିଛନ୍ତି ବିରୋଧୀଙ୍କୁ ପାଲଟା ଆକ୍ରମଣ । ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରି ଅଭିଯୁକ୍ତ ସାଂସଦଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ପ୍ରହ୍ଲାଦ ଜୋଶୀ, ମୁଖତାର ଅବାସ ନକବୀ, ଧର୍ମେନ୍ଦ୍ର ପ୍ରଧାନ, ଭୁପେନ୍ଦ୍ର ଯାଦବ, ଅନୁରାଗ ଠାକୁର, ଅର୍ଜୁନ ମେଘୱାଲ ଘଟଣାକୁ ନେଇ କରିଛନ୍ତି ସାମ୍ବାଦିକ ସମ୍ମିଳନୀ । ସଂସଦରୁ ସଡକ ପର୍ଯ୍ୟନ୍ତ ଯେଭଳି ଅରାଜକତା ସୃଷ୍ଟି କରାଯାଇଛି, ଏଥିପାଇଁ ବିରୋଧୀଙ୍କୁ ଜନସାଧାରଣଙ୍କ ସାମ୍ନାରେ କ୍ଷମା ମାଗିବାକୁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ବିରୋଧୀଙ୍କ ଅଭିଯୋଗ

ସଂସଦରୁ ବିଜୟ ଚୌକ ପର୍ଯ୍ୟନ୍ତ ପଦଯାତ୍ରା କରିଛନ୍ତି ବିରୋଧୀ । କେନ୍ଦ୍ରୀୟ କୃଷି ଆଇନ, ପେଗାସସ, ଆଉ କିଛି ପ୍ରସଙ୍ଗ ନେଇ ଆଜି ସଂସଦ ପରିସରରେ ରାଜ୍ୟସଭାରେ ବିରୋଧୀ ଦଳନେତା ମଲ୍ଲିକାର୍ଜୁନ ଖର୍ଗେ ବୈଠକ କରିଥିଲେ । ବୈଠକରେ କଂଗ୍ରେସ ସମତେ ଏକାଧିକ ରାଜନୈତିକ ଦଳର ନେତା ସାମିଲ ହୋଇଥିଲେ । ପରେ ବିରୋଧୀଙ୍କ ବାହାରିଥିଲା ପଦଯାତ୍ରା । ସଂସଦ ପରିସରରେ ମହିଳା ସାଂସଦଙ୍କୁ ଦୁର୍ବବ୍ୟବହାର ହୋଇଥିବା ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧୀ ।

ସେପଟେ ଏନସିପି ଅଧ୍ୟକ୍ଷ ଶରଦ ପାୱାର କହିଛନ୍ତି ଯେ ରାଜ୍ୟସଭାରେ ମହିଳା ସାଂସଦଙ୍କ ଉପରେ ଯେଉଁଭଳି ଆକ୍ରମଣ ହୋଇଛି, ତାହା ସେ 55 ବର୍ଷର ସଂସଦୀୟ କ୍ୟାରିୟରରେ କେବେ ଦେଖିନାହାଁନ୍ତି । 40ରୁ ଅଧିକ ପୁରୁଷ ଓ ମହିଳାଙ୍କୁ ବାହାରୁ ଗୃହ ଭିତରକୁ ଅଣାଯାଇଥିଲା । ଏହା ଯନ୍ତ୍ରଣାଦାୟକ ଅଟେ । ଏହା ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହିଛନ୍ତି ଶରଦ ।

ସରକାରଙ୍କ ଜବାବ

  • ପ୍ରଥମରୁ ଅଧିବେଶନ ଧୋଇବାର ଲକ୍ଷ୍ୟ ରଖିଥିଲେ ବିରୋଧୀ ।
  • କୋରୋନା, କୃଷି ବିଲ୍‌ ଉପରେ ସରକାର ଚର୍ଚ୍ଚା ପାଇଁ ଥିଲେ ପ୍ରସ୍ତୁତ । ହେଲେ ପେଗାସସ ଉପରେ ଚର୍ଚ୍ଚା ପାଇଁ ଅଡିବସିଲା ବିରୋଧୀ ।
  • ଯେଉଁ ୬ ସାଂସଦଙ୍କୁ ନିଲମ୍ବନ କରାଗଲା, ସେମାନେ କାଚ ଭାଙ୍ଗି ସଂସଦ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ମହିଳା ସାଂସଦ ଆହତ ହୋଇଛନ୍ତି ।
  • ଅଗଷ୍ଟ ୯ରେ ଟେବୁଲ ଉପରେ ଚଢି ହଙ୍ଗାମା କରାଯାଇଥିଲା । ରୁଲ ବୁକ୍‌ ଚେୟାର ଉପରକୁ ଫିଙ୍ଗାଯାଇଥିଲା । ଏହା ଏକ ଆକ୍ରମଣ ଥିଲା ।
  • ବିରୋଧୀ ମହିଳା ସାଂସଦମାନେ ଲେଡି ମାର୍ଶାଲଙ୍କ ସହ ଧସ୍ତାଧସ୍ତି କରିଥିଲେ ।
  • କୌଣସି ବାହାରର ସୁରକ୍ଷା କର୍ମୀ ସଂସଦ ଭିତରକୁ ଆସିନଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.