ETV Bharat / bharat

ବଢୁଛି ବିହାର ଡିଜେ ବିବାଦ, ଗିରଫ ଯୁବକଙ୍କ ମୃତ୍ୟୁ ପରେ ଥାନାରେ ନିଆଁ ଲଗାଇଲେ ଗ୍ରାମବାସୀ - death of youth in police custody

ପୋଲିସ ମାଡରେ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଉତ୍ୟକ୍ତ ଲୋକ ଥାନାରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ଅଧିକ ପଢନ୍ତୁ

Ruckus in Bettiah over dying in custody Update news

author img

By

Published : Mar 20, 2022, 10:35 AM IST

Updated : Mar 20, 2022, 11:06 AM IST

ପାଟଣା: ବିହାର ବୋତିଆରେ ଡିଜେ ବଜାଇବାକୁ ନେଇ ହୋଇଥିବା ବିବାଦ ବଢିବାରେ ଲାଗିଛି । ଏହି ଘଟଣାରେ ଗିରଫ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ପୋଲିସ ମାଡ କାରଣରୁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଉତ୍ୟକ୍ତ ଲୋକ ଥାନାରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ସେପଟେ ଗ୍ରାମବାସୀଙ୍କ ପାଲଟା ଆକ୍ରମଣରେ ଜଣେ ହାବିଲଦାରଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ପୋଲିସ ଅଧିକାରୀ ଗୁରୁତର ହୋଇଛନ୍ତି ।

ବଢୁଛି ବିହାର ଡିଜେ ବିବାଦ

ସୂଚନାଅନୁସାରେ, ବାଲଥର ପୋଲିସ୍ ଷ୍ଟେସନ ଆର୍ଜନାଗର ଗାଁ ହୋଲିରେ ଡିଜେ ବଜାଇ ଉତ୍ସବ ପାଳନ କରାଯାଉଥିଲା । ଏହାପରେ ସିକଟା ବିଡିଏ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡିଜେ ନ ବଜାଇବାକୁ କହି ଡିଜେ ବଜାଉଥିବା ଯୁବକଙ୍କୁ ପୋଲିସ ଷ୍ଟେସନକୁ ନେଇଯାଇଥିଲେ । ଯେଉଁଠାରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ନାମ ଅନିରୁଦ୍ଧ ଯାଦବ । ପୋଲିସ ମାଡ ମାରିବାକୁ ଅନିରୁଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ମାତ୍ର ଗ୍ରାମବାସୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି ପୋଲିସ ।

ଅନିରୁଦ୍ଧଙ୍କୁ ମହୁମାଛି କାମୁଡିଥିଲା ତାଙ୍କୁ ଚିକିତ୍ସା ପାଇଁ ନେବାବେଳେ ବାଟରେ ତାଙ୍କ ମୃତ୍ୟୁ ହୋଇଥିବା କହିଛି ପୋଲିସ । ଅନିରୁଦ୍ଧଙ୍କ ମୃତ୍ୟୁ ପରେ ଉତ୍ୟକ୍ତ ହୋଇଉଠିଥିଲେ ଗ୍ରାମବାସୀ । ଥାନାରେ ନିଆଁ ଲଗାଇବା ସହିତ ପୋଲିସକୁ ଆକ୍ରମଣ କରିଥିଲେ ।

ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି । ଗାଁରେ ପୋଲିସ ଛାଉଣି ଲଗାଯାଇଛି । ଘଟଣାର ତଦନ୍ତ ଚାଲିଛି । ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ । ଦରକାର ପଡିଲେ ସିସିଟିଭି ଫୁଟେଜ ଯାଞ୍ଚ ମଧ୍ୟ କରାଯିବ ବୋଲି କହିଛି ପୋଲିସ ।

Last Updated : Mar 20, 2022, 11:06 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.