ETV Bharat / bharat

ବାହାର ରାଜ୍ୟକୁ ଯାଉଛନ୍ତି କି ? ଆଉ କରିବାକୁ ପଡିବନି RTPCR ଟେଷ୍ଟ

author img

By

Published : May 11, 2021, 6:23 PM IST

ଯଦି କୌଣସି ବ୍ୟକ୍ତି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିଲା, ଏଥିପାଇଁ ଆରଟିପିସିଆର ଟେଷ୍ଟ କରିବା ବାଧ୍ୟତାମୂଳକ ଥିଲା । ତେବେ ବର୍ତ୍ତମାନଠାରୁ ଆଉ ବାହାର ରାଜ୍ୟକୁ ଗଲେ ଆରଟିପିସିଆର ଟେଷ୍ଟ କରିବାକୁ ପଡିବ ନାହିଁ । ଅଧିକ ପଢନ୍ତୁ...

ବାହାର ରାଜ୍ୟକୁ ଯାଉଛନ୍ତି କି ? ଆଉ କରିବାକୁ ପଡିବନି RTPCR ଟେଷ୍ଟ
ବାହାର ରାଜ୍ୟକୁ ଯାଉଛନ୍ତି କି ? ଆଉ କରିବାକୁ ପଡିବନି RTPCR ଟେଷ୍ଟ

ନୂଆଦିଲ୍ଲୀ: କୋଭିଡ ଯାଞ୍ଚ ପାଇଁ ହେଉଥିବା RTPCR ଟେଷ୍ଟ ଉପରେ ଗାଇଡଲାଇନ ଜାରି କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଏବେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ଆରଟିପିସିଆର ଟେଷ୍ଟ କରିବାର ଆବଶ୍ୟକତା ନାହିଁ ।

ଯଦି କୌଣସି ବ୍ୟକ୍ତି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିଲା, ଏଥିପାଇଁ ଆରଟିପିସିଆର ଟେଷ୍ଟ କରିବା ବାଧ୍ୟତାମୂଳକ ଥିଲା । ତେବେ ବର୍ତ୍ତମାନଠାରୁ ଆଉ ବାହାର ରାଜ୍ୟକୁ ଗଲେ ଆରଟିପିସିଆର ଟେଷ୍ଟ କରିବାକୁ ପଡିବ ନାହିଁ ।

ଏହିପରି ଯଦି କୌଣସି ବ୍ୟକ୍ତି ହସ୍ପିଟାଲରୁ ସୁସ୍ଥ ହୋଇ ଡିସଚାର୍ଜ ହେଉଛି, ତେବେ ତାକୁ ଆରଟିପିସିଆର ଟେଷ୍ଟ କରିବା ଦରକାର ନାହିଁ । ଅର୍ଥାତ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଆରଟିପିସିଆର ଟେଷ୍ଟର ଆଉ ଆବଶ୍ୟକ ପଡିବ ନାହିଁ ।

ଦେଶରେ ଜାରି ରହିଛି କୋରୋନା ଭାଇରସ ସଂକ୍ରମଣର ଦ୍ବିତୀୟ ଲହରୀ । ବର୍ତ୍ତମାନ ଦୈନିକ ରେକର୍ଡ ସଂଖ୍ୟକ ପଜିଟିଭ ମାମଲା ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଦେଶରେ କୋରୋନା ଭାଇରସ ଯାଞ୍ଚ ପାଇଁ ଟେଷ୍ଟିଂର ଗତି ବଢାଯାଇଛି । ଏହା ପୂର୍ବରୁ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ ମଙ୍ଗଳବାର କୋରୋନାର ଯାଞ୍ଚକୁ ନେଇ ନୂଆ ଆଡଭାଇଜରୀ ଜାରି କରିଥିଲା ।

ଆଇସିଏମଆର ଅନୁଯାୟୀ, ଲ୍ୟାବ ଉପରୁ ଚାପ ହ୍ରାସ ପାଇଁ ଆରଟି-ପିସିଆର ଯାଞ୍ଚ କମ୍‌ କରି ରାପିଡ୍‌ ଆଣ୍ଟିଜେନ ଟେଷ୍ଟ ବୃଦ୍ଧି କରିବାକୁ କୁହାଯାଇଥିଲା । ଦେଶରେ କୋରୋନା ଭୂତାଣୁ ସଂକ୍ରମଣର ପରୀକ୍ଷା କରୁଥିବା ଲାବ୍ରୋଟୋରୀଗୁଡିକ ପ୍ରଚୁର ଚାପ ଭିତରେ କାର୍ଯ୍ୟ କରୁଛନ୍ତି | ଏଭଳି ପରିସ୍ଥିତିରେ ବଢୁଥିବା କୋରୋନା ମାମଲାକୁ ଦୃଷ୍ଟିରେ ରଖି ଯାଞ୍ଚ ଲକ୍ଷ୍ୟ ପୂରଣ କରିବାରେ ଅସୁବିଧା ହେଉଛି । ଏପଟେ ଲାବ୍ରୋଟୋରୀର କିଛି କର୍ମଚାରୀ ମଧ୍ୟ ସଂକ୍ରମିତ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.