କୋଲକାତା: ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ମୁଖ୍ୟ ମୋହନ ଭାଗବତ। ଆସନ୍ତକାଲି(ଶନିବାର) ମୋହନ ଭାଗବତ ପଶ୍ଚିମବଙ୍ଗରେ ପହଞ୍ଚିବେ ବୋଲି ସୂଚନା ମିଳିଛି। ଏହି ଗସ୍ତ ବେଳେ ସେ 7ଟି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ କାର୍ଯ୍ୟକ୍ରମ ରିହଛି। 2021ରେ ପଶ୍ଚମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ ମୋହନ ଭାଗବତ ପଶ୍ଚିମବଙ୍ଗ ରାଜନୀତିରେ ଆହୁରି ସରଗରମ କରିବ ବୋଲି ଚର୍ଚ୍ଚା ଜୋର ଧରିଛି।
ଏହି ଗସ୍ତ ବେଳେ ମୋହନ ଭାଗବତ ଡିସେମ୍ବର 13 ତାରିଖରେ ଆରଏସଏସ କାର୍ଯ୍ୟାଳୟ କେଶବ ଭବନରେ ସ୍ବୟଂସେବକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବେ। ଏହାଛଡ଼ା ଦକ୍ଷିଣ ଓ ଉତ୍ତର ପଶ୍ଚିମବଙ୍ଗରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସ୍ଥିତି ସମୀକ୍ଷା କରିବେ। ଏନେଇ ମୋହନ ଭାଗବତ ଆଇଏସଏସ ପ୍ରତିନିଧିଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏହାପରେ ସେହି ଦିନ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ ଓ ବିଶ୍ବ ହିନ୍ଦୁ ପରିଷଦ ଓ ବିଜେପି ସଧାରଣ ସଚିବ ଅମିତାଭ ଚକ୍ରବର୍ତ୍ତୀଙ୍କ ଆଲୋଚନା କରିବେ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଘ ମୁଖ୍ୟ। ଏନେଇ ବିଜେପିର ଜଣେ ସୂଚନା ଦେଇଛନ୍ତି।
ସେହି ଦିନ ଭାରତୀୟ ଚ୍ୟାମ୍ବର ଅଫ କମର୍ସ ପକ୍ଷରୁ ଏକ ପାର୍କ ସର୍କସ ହେବାକୁ ଥିବାରୁ, ସେହି କାର୍ଯ୍ୟକ୍ରମରେ ମଧ୍ୟ ମୋହନ ଭାଗବତ ଯୋଗ ଦେଇ ପାରନ୍ତି। ଏହାକୁ ନେଇ ଦକ୍ଷିଣ ପଶ୍ଚିମବଙ୍ଗର ଆରଏସଏସ ସାଧାରଣ ସମ୍ପାଦକ ଜିଶ୍ନୁ ବାସୁ କହିଛନ୍ତି ଯେ, " ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଅଧ୍ୟକ୍ଷଙ୍କ ଏହା ଏକ ରୋଟିନ ଗସ୍ତ। ସେ ମୁଖ୍ୟତଃ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବୈଠକ ପାଇଁ ଏହି ଗସ୍ତ କରୁଛନ୍ତି।"
2021ରେ ପଶ୍ଚମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଅଛି। ଏହାପୂର୍ବରୁ ବିଜେପି ପକ୍ଷରୁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଧାନସଭା ନିର୍ବାଚନ ପାଇଁ ସମସ୍ତ ପନ୍ଥା ଆପଣାଉଛି ବିଜେପି। ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଦୁଇ ଦିନିଆ କୋଲକାତା ଗସ୍ତ କରିଥିଲେ। ତେବେ ଡାଇମଣ୍ଡ ହାର୍ବରରେ ଏକ ସମ୍ମିଳନୀରେ ଯୋଗ ଦେବାକୁ ଯାଉଥିବା ବେଳେ ତାଙ୍କ କାର ଉପରକୁ ପଥର ମାଡ଼ ହୋଇଥିଲା। ତେବେ ଏଭଳି ଗସ୍ତ ଯୋଗୁଁ ଶାସକ ଦଳ ତୃଣମୂଳ କଂଗ୍ରେସ ଉପରେ ଚାପ ରହୁଥିବା ପ୍ରତୀତ ହୋଇଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ