ETV Bharat / bharat

ଧର୍ମ ସଂସଦରେ ଦିଆଯାଉଥିବା ବୟାନ ହିନ୍ଦୁଙ୍କ ଶଦ୍ଦ ନୁହେଁ: RSS ମୁଖ୍ୟ - ରାଷ୍ଟ୍ରୀୟ ସ୍ବଂୟସେବକ ସଂଘର ମୁଖ୍ୟଙ୍କ ଖବର

ହିନ୍ଦୁତ୍ବ ପାଳନ କରୁଥିବା ଲୋକ କେବେହେଲେ ଏହା ସପକ୍ଷରେ ଯିବେ ନାହିଁ ବୋଲି ନାଗପୁର ସଂସ୍କରଣର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଯୋଗ ଦେଇ ହିନ୍ଦୁତ୍ବ ଓ ରାଷ୍ଟ୍ରୀୟ ଏକୀକରଣ ବିଷୟ ଉପରେ କହିଛନ୍ତି RSS ମୁଖ୍ୟ । ଅଧିକ ପଢନ୍ତୁ

RSS CHIEF MOHAN BHAGWAT
RSS CHIEF MOHAN BHAGWAT
author img

By

Published : Feb 7, 2022, 6:08 PM IST

ନାଗପୁର: ହିନ୍ଦୁତ୍ବକୁ ନେଇ କିଛି ବୟାନ ଦେଇଛନ୍ତି ରାଷ୍ଟ୍ରୀୟ ସ୍ବଂୟସେବକ ସଂଘର ମୁଖ୍ୟ ମୋହନ ଭାଗବତ । ନିକଟରେ ଧର୍ମ ସଂସଦ ନାମକ କାର୍ଯ୍ୟକ୍ରମରେ ଦିଆଯାଇଥିବା କିଛି ବୟାନ ହିନ୍ଦୁଙ୍କ ଶଦ୍ଦ ନୁହେଁ ବୋଲି କହିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ହିନ୍ଦୁତ୍ବ ପାଳନ କରୁଥିବା ଲୋକ କେବେହେଲେ ଏହା ସପକ୍ଷରେ ଯିବେ ନାହିଁ ବୋଲି ନାଗପୁର ସଂସ୍କରଣର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଯୋଗ ଦେଇ ହିନ୍ଦୁତ୍ବ ଓ ରାଷ୍ଟ୍ରୀୟ ଏକୀକରଣ ବିଷୟ ଉପରେ କହିଛନ୍ତି ଆରଏସଏସ ମୁଖ୍ୟ ।

ସେ ଆହୁରି କହିଛନ୍ତି ଧର୍ମ ସଂସଦରେ ଦିଆଯାଇଥିବା ବୟାନ ହିନ୍ଦୁଙ୍କ ଶଦ୍ଦ ନୁହେଁ । ଭଗବାନ କହିଛନ୍ତି ଯଦି ‘ମୁଁ କେବେ କିଛି ରାଗିକି କୁହେ ତେବେ ତାହା ହିନ୍ଦୁତ୍ବ ନୁହେଁ । ବୀର ସାବରକର କହିଛନ୍ତି ଯେ ଯଦି ହିନ୍ଦୁ ସମ୍ପ୍ରଦାୟ ଏକଜୁଟ ହୁଏ ତେବେ ସେ ଭଗବଦ୍ ଗୀତା ବିଷୟରେ କହିବେ ଏବଂ କାହାକୁ କ୍ଷତି ପହଞ୍ଚାଇବା ଭଳି କଥା କହିବେ ନାହିଁ’ ।

ଦେଶରେ ହିନ୍ଦୁ ରାଷ୍ଟ୍ର ତିଆରି ପଥ ଅନୁସରଣକୁ ନେଇ ଭାଗବତ କହିଛନ୍ତି ଯେ ଏହା ଏକ ହିନ୍ଦୁ ରାଷ୍ଟ୍ର ତିଆରି କରିବା ବିଷୟରେ ନୁହେଁ। ଏହାକୁ ବିଶ୍ବାସ କର କି ନକର ଏହା ଏକ ହିନ୍ଦୁ ରାଷ୍ଟ୍ର । ସଂଗଠନ ଲୋକଙ୍କୁ ବିଭାଜନ କରେ ନାହିଁ ହୋଇଥିବା ମତଭେଦ ସମାଧାନ କରେ। ଆମେ ଏହି ହିନ୍ଦୁତ୍ବକୁ ଅନୁସରଣ କରୁ ବୋଲି କହିଛନ୍ତି ଆରଏସଏସ ମୁଖ୍ୟ ।

ଏହା ସହିତ ମୋହନ ଭାଗବତ ଆହୁରି କହିଛନ୍ତି 2018 ମସିହାରେ ନାଗପୁରରେ ଆୟୋଜିତ ସଂଗଠନର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରିବାକୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭେଟିବାକୁ ଯାଇଥିଲେ, ସେତେବେଳେ ସେ ଅନେକ ପ୍ରସ୍ତୁତି କରିଥିଲେ। ଘର ବାପସି ମୁଦ୍ଦା ଉପରେ ପ୍ରସ୍ତୁତି କରି ଯାଇଥିଲେ । ସେହ ସମୟରେ ଘର ବାପସି ପ୍ରସଙ୍ଗରେ ସଂସଦରେ ହଙ୍ଗାମା ହୋଇଥିଲା ।

ଭାଗବତ କହିଛନ୍ତି ଯେ ଯେତେବେଳେ ସେ ମୁଖାର୍ଜୀଙ୍କୁ ଭେଟିବାକୁ ଯାଇଥିଲେ, ସେତେବେଳେ ସେ ଏହି ପ୍ରଶ୍ନର ଉତ୍ତର ଦେବା ଆବଶ୍ୟକ କରୁନଥିଲେ କାରଣ ସେ ନିଜେ କହିଥିଲେ ଯେ ଯଦି ଆପଣ (ଆରଏସଏସ) ଘର ୱାପସି କାମ କରି ନଥାନ୍ତା ତେବେ ଦେଶର ୩୦ ପ୍ରତିଶତ ଲୋକ ଚାଲି ଯାଇଥାନ୍ତେ ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.