ହାଇଦ୍ରାବାଦ: କୋରାନା ପ୍ରଭାବ ସବୁଠି ପଡିଛି । ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତଙ୍କ ନୂଆବର୍ଷ ପାଳନକୁ ଫିକା ପକାଇଦେଇଛି । କିନ୍ତୁ ଅବକାରୀ ବିଭାଗ ଉପରେ କୋରୋନା ପ୍ରଭାବ ଆଦୌ ପଡିନାହିଁ । କାରଣ ଗୋଟିଏ ଦିନରେ ତେଲେଙ୍ଗାନାରେ ବିକ୍ରି ହୋଇଛି ୧୭୨ କୋଟିର ମଦ(Telengana Record On Liquor Sale) । କେବଳ ଡିସେମ୍ବର ୩୧ ଅର୍ଥାତ ୨୦୨୧ର ଶେଷ ଦିନରେ ୧୭୨ କୋଟିର ମଦ ବିକ୍ରି ହୋଇଛି ତେଲେଙ୍ଗାନାରେ ।
ଅବକାରୀ ବିଭାଗ ଅନୁଯାୟୀ, 1.76 ଲକ୍ଷ କଟନ୍ ମଦ ଏବଂ 1.66 ଲକ୍ଷ ବିୟର କଟନ୍ ବିକ୍ରି ହୋଇଛି । ରଙ୍ଗାରେଡି ଜିଲ୍ଲାରେ ସର୍ବାଧିକ ବିକ୍ରି 42.26 କୋଟି ମଦ ବିକ୍ରି ହୋଇଛି । ସେହିପରି ୱାରାଙ୍ଗଲ ଜିଲ୍ଲାରେ 24.78 କୋଟି ଏବଂ ହାଇଦ୍ରାବାଦରେ 23.13 କୋଟିର ମଦ ବିକ୍ରି ହୋଇଛି । ଆଦିଲାବାଦ ଏବଂ ନିଜାମାବାଦ ବ୍ୟତୀତ ସମସ୍ତ ଜିଲ୍ଲାରେ 2.5 କୋଟିର ମଦ ବିକ୍ରି ହୋଇଛି । ତେବେ ସବୁଠି କୋରୋନାର ପ୍ରଭାବ ପଡିଥିଲେ ମଧ୍ୟ ଅବକାରୀ ବିଭାଗ ଉପରେ ପ୍ରଭାବ ପଡିନଥିବା ଏହି ରିପୋର୍ଟ ସ୍ପଷ୍ଟ କରୁଛି ।
ଡିସେମ୍ବରରେ ମଦ ବିକ୍ରି ରେକର୍ଡ ସର୍ବାଧିକ 3,459 କୋଟି ଥିବା ତେଲେଙ୍ଗାନା ଅବକାରୀ ବିଭାଗ କହିଛି । ଡିସେମ୍ବର ମାସରେ 40.48 ଲକ୍ଷ କଟନ୍(ବାକ୍ସ) ମଦ ଏବଂ 34 ଲକ୍ଷରୁ ଅଧିକ କଟନ୍ ବିୟର ବିକ୍ରି ହୋଇଥିଲା । ଅନ୍ୟପଟେ କେବଳ ତେଲେଙ୍ଗାନାରେ 2021 ମସିହାରେ 30,222 କୋଟି ମଦ ବିକ୍ରି ହୋଇଥିବା ରିପୋର୍ଟ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ