ETV Bharat / bharat

ଦିଲ୍ଲୀରେ ମାସ୍କ ନ ପିନ୍ଧିଲେ 2 ହଜାର ଫାଇନ - Delhi govt action

ଦିଲ୍ଲୀରେ ମାସ୍କ ପିନ୍ଧିବାକୁ କଡାକଡି କଲେ କେଜ୍ରିଓ୍ବାଲ ସରକାର । ଏଣିକି ମାସ୍କ ନ ପିନ୍ଧିଲେ ଦେବାକୁ ପଡିବ 2000 ଟଙ୍କାର ଜରିମାନା। ପଢନ୍ତୁ ଅଧିକ....

ମାସ୍କ ନପିନ୍ଧିଲେ 2 ହଜାର ଫାଇନ
ମାସ୍କ ନପିନ୍ଧିଲେ 2 ହଜାର ଫାଇନ
author img

By

Published : Nov 19, 2020, 3:42 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ମାସ୍କ ପିନ୍ଧିବାକୁ କଡାକଡି କଲେ କେଜ୍ରିଓ୍ବାଲ ସରକାର । ଏଣିକି ମାସ୍କ ନପିନ୍ଧିଲେ ଗଣିବାକୁ ପଡିବ 2000 ଟଙ୍କାର ଜରିମାନା । ପୂର୍ବରୁ ଓ ଏହି ଜୋରିମାନା ରାଶି 5 ଶହ ଟଙ୍କା ଥିବାବେଳେ ଏବେ ତାକୁ ପ୍ରାୟ 4 ଗୁଣା ବୃଦ୍ଧି କରାଯାଇଛି । ଆଜି ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନିଜେ ଘୋଷଣା କରିଛନ୍ତି ।

ସେ କହିଛନ୍ତି ଯେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧି ନଥିବା ବ୍ୟକ୍ତିଙ୍କ ଉପରେ 2000 ଟଙ୍କା ଜୋରିମାନା ଲାଗୁ ଏକ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ଦିଲ୍ଲୀର ସଂକ୍ରମଣ ପରିସ୍ଥିତିକୁ ନଜରରେ ରଖି ସେ ସମସ୍ତ ଦଳର ସହଯୋଗ ଲୋଡିଥିବା କହିଛନ୍ତି । ଏହା ରାଜନୀତି କରିବା ସମୟ ନୁହେଁ ବରଂ ଏକାଠି ହୋଇ ଲଢିବାର ସମୟ ବୋଲି କହିଛନ୍ତି କେଜ୍ରିଓ୍ବାଲ ।

ଦିଲ୍ଲୀରେ ସଂକ୍ରମଣ ବଢୁଥିବାବେଳେ ବାୟୁ ପ୍ରଦୁଷଣ ମଧ୍ୟ ଚିନ୍ତା ବଢାଇବାରେ ଲାଗିଛି । ଦୀପାବଳି ପରେ ଦିଲ୍ଲୀ ବାୟୁ ମଣ୍ଡଳରେ ବିଷାକ୍ତ କଣିକା ଅହେତୁକ ଭାବେ ବୃଦ୍ଧି ହୋଇଥିବାରୁ ଶ୍ୟାସକ୍ରିୟା ଜନିତ ସମସ୍ୟା ମଧ୍ୟ ଦେଖାଦେଲାଣି । ତେଣୁ ବର୍ତ୍ତମାନ ସମୟରେ ମାସ୍କ ପିନ୍ଧିବା ଅତି ଜରୁରୀ ହୋଇ ପଡିଥିବା କହିଛନ୍ତି କେଜ୍ରିଓ୍ବାଲ ।

ଛଟ ପୂଜା ଉପରେ କେଜ୍ରିୱାଲ କହିଛନ୍ତି ଯେ ସରକାର ଏହି ଉତ୍ସବକୁ ବିରୋଧ କରୁନାହାଁନ୍ତି । କିନ୍ତୁ ସର୍ବସାଧାରଣ ସ୍ଥାନରେ ପର୍ବ ପାଳନ କଲେ ସଂକ୍ରମଣର ବିଶେଷ ଆଶଙ୍କା ଥିବାରୁ ଏହା ଉପରେ ସରକାର ନିଷେଧାଦେଶ ଜାରି କରିଥିବା ସେ ସ୍ପଷ୍ଟ କରିଛନ୍ତି । ଛଟ ପୂଜା ପାଳନ ଅନୁସାରେ ଯଦି ଅନେକ ଲୋକ ଏକାଥରେ ପାଣିରେ ପ୍ରବେଶ କରନ୍ତି, ତେବେ ତାହା ଭାଇରସ ବ୍ୟାପିବାରେ ସାହାଯ୍ୟ କରିବ ବୋଲି ମଧ୍ୟ ପୂର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇ ସାରିଥିବା ସ୍ପଷ୍ଟ କରିଛନ୍ତି କେଜ୍ରିଓ୍ବାଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.