ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମାଣଧୀନ ରାମ ମନ୍ଦିରରେ ଭକ୍ତଙ୍କ ସହଜ ପ୍ରବେଶ ସୁନିଶ୍ଚିତ କରିବା ପାଇଁ ଏକ ରୋପଓ୍ବେ ନିର୍ମାଣ କରାଯିବ । ଏନେଇ ମ୍ୟୁନସିପାଲ କର୍ତ୍ତୃପକ୍ଷ ଏକ ସୁଇଜରଲ୍ୟାଣ୍ଡ ଫାର୍ମ ସହ ଆଲୋଚନା କରୁଛନ୍ତି ବୋଲି ବୁଧବାର ସୂଚନା ମିଳିଛି ।
![ଅଯୋଧ୍ୟା ରାମ ମନ୍ଦିରରେ ଭକ୍ତ ସହଜ ଦର୍ଶନ ପାଇଁ ନିର୍ମାଣ ହେବ ରୋପଓ୍ବେ](https://etvbharatimages.akamaized.net/etvbharat/prod-images/up-ayo-01-rope-way-yojana-dry-7209346_09122020130110_0912f_1607499070_413.jpg)
ଅଯୋଧ୍ୟା ମ୍ୟୁନିସିପାଲ କର୍ପୋରେସନ କମିଶନର ବିଶାଲ ସିଂ କହିଛନ୍ତି, ରୋପଓ୍ବେର ଗୋଟିଏ ପଏଣ୍ଟ ମନ୍ଦିର ପରିସରରେ ରହିବ ଏବଂ ଅନ୍ୟ ପଏଣ୍ଟ ଭକ୍ତଙ୍କ ସୁବିଧା ପାଇଁ ସହରର ଏକ ଉପଯୁକ୍ତ ସ୍ଥାନରେ ରହିବ । ଖୁବଶୀଘ୍ର ଆଉଟ୍ ଷ୍ଟେସନ ତିଆରି ପାଇଁ ଏକ ଉପଯୁକ୍ତ ସ୍ଥାନ ଚୟନ କରାଯିବ । ତେବେ ପ୍ରଭୁ ରାମଚନ୍ଦ୍ରଙ୍କ ଦର୍ଶନ ପାଇଁ ଆସୁଥିବା ଶାରୀରିକ ଅକ୍ଷମ ବା ଦିବ୍ୟାଙ୍ଗଙ୍କ ପାଇଁ ଏହା ବେଶ୍ ଉପଯୋଗୀ ହେବ ।
ଶୁକ୍ରବାର ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ତିନୋଟି କ୍ରେନ, 10 ଟି ଟ୍ରକ ଏବଂ 50 ଜଣ ଶ୍ରମିକଙ୍କ ସହଯୋଗରେ ମାର୍ବଲଗୁଡିକୁ ମନ୍ଦିର ପରିସରକୁ ସ୍ଥାନାନ୍ତର କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମି ପୂଜନ ସମାରୋହ ସମାପନ ପରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ