ETV Bharat / bharat

Roof collapse in Gurgaon: ଅଟ୍ଟାଳିକା ଛାତ ଭୁଶୁଡି ଜଣେ ମୃତ, ଜାରି ରହିଛି ଉଦ୍ଧାର କାର୍ଯ୍ୟ - ଅଟ୍ଟାଳିକା ଛାତ ଭୁଶୁଡି ଜଣେ ମୃତ

ଗୁରୁଗ୍ରାମରେ ଥିବା ଏକ ଅଟ୍ଟାଳିକାର ଛାତ ଭୁଶୁଡିଲା । ଜଣେ ମୃତ, ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଅଧିକ ପଢନ୍ତୁ

Roof collapse in Gurgaon: ଅଟ୍ଟାଳିକା ଛାତ ଭୁଶୁଡି ଜଣେ ମୃତ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

author img

By

Published : Feb 10, 2022, 10:53 PM IST

ଚଣ୍ଡିଗଡ: ଗୁରୁଗ୍ରାମରେ ଥିବା ଏକ ବହୁତଳ ଆପାର୍ଟମେଣ୍ଟରେ ଛାତ ଭୁଶୁଡ଼ି ପଡିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି । ଆଜି ସନ୍ଧ୍ୟାରେ ଏହି ଅଘଟଣ ଘଟିଥିବା ବେଳେ ବର୍ତ୍ତମାନ ମଧ୍ୟ କିଛି ଲୋକ ଉକ୍ତ ଆପାର୍ଟମେଣ୍ଟରେ ଫସି ରହିଥିବା ସନ୍ଦେହରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ କେତେ ଲୋକ ଉକ୍ତ ଅଟ୍ଟାଳିକାରେ ଫସି ରହିଛନ୍ତି ତାହା ଜଣାପଡି ନଥିବା ବେଳେ ଜଣଙ୍କର ମୃତ୍ୟୁ ସ୍ପଷ୍ଟ ହୋଇଛି ।

ସ୍ଥାନୀୟ ପୋଲିସର ସୂଚନାନୁସାରେ, ସନ୍ଧ୍ୟା ପ୍ରାୟ 6.30 ସମୟରେ ଏହି ଅଘଟଣ ଘଟିଛି । ଗୁରୁଗ୍ରାମ ସେକ୍ଟର-109 ଅଞ୍ଚଳରେ ଥିବା ଏକ ବହୁତଳ ଆପାର୍ଟମେଣ୍ଟର ଷଷ୍ଠ ମହଲାର ଛାତିଟି ଭୁଶୁଡି ପଡିଥିଲା । ଖବର ମିଳିବା ପରେ NDRF ଏବଂ SDRF ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.