ETV Bharat / bharat

ରବର୍ଟ ଭଦ୍ରାଙ୍କୁ କୋରୋନା, ଆଇସୋଲେସନରେ ପ୍ରିୟଙ୍କା - priyanka gandhi

ଶୁକ୍ରବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରା ମହାମାରୀ କୋରୋନାରେ ହୋଇଛନ୍ତି ଆକ୍ରାନ୍ତ । ଏନେଇ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି ପ୍ରିୟଙ୍କା । ଅଧିକ ପଢନ୍ତୁ...

କଂଗ୍ରେସକୁ ଝଟକା; ରବର୍ଟ ଭଦ୍ରାଙ୍କୁ କୋରୋନା, ଆଇସୋଲେସନରେ ପ୍ରିୟଙ୍କା

author img

By

Published : Apr 2, 2021, 3:37 PM IST

ନୂଆଦିଲ୍ଲୀ: ଦେଶରେ 4 ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ମଧ୍ୟରେ କଂଗ୍ରେସକୁ ବଡ ଝଟକା । ଶୁକ୍ରବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରା ମହାମାରୀ କୋରୋନାରେ ହୋଇଛନ୍ତି ଆକ୍ରାନ୍ତ । ଏନେଇ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି ପ୍ରିୟଙ୍କା ।

ପ୍ରିୟଙ୍କା ଗାନ୍ଧୀ କୋରୋନା ନେଗେଟିଭ ଚିହ୍ନଟ ହୋଇଛନ୍ତି । ହେଲେ ରବର୍ଟ ଭଦ୍ରା କୋରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରିୟଙ୍କା ନିଜକୁ ଆଇସୋଲେସନ କରିଛନ୍ତି । ଯାହା ଫଳରେ ତାଙ୍କର ଆସାମ ଗସ୍ତ ରଦ୍ଦ ହୋଇଛି ।

ପ୍ରିୟଙ୍କା ଟ୍ବିଟ କରି କହିଛନ୍ତି, କୋରୋନା ପଜିଟିଭ ସଂସ୍ପର୍ଶରେ ଆସିଥିବାରୁ ମୋତେ ଆସାମ, ତାମିଲନାଡୁ ଏବଂ କେରଳ ଗସ୍ତ ବାତିଲ କରିବାକୁ ପଡିବ । ମୋର ରିପୋର୍ଟ ନେଗେଟିଭ ଆସିଛି , କିନ୍ତୁ ଡାକ୍ତରଙ୍କ ପରାମର୍ଶରେ ମୁଁ ଆଗାମୀ କିଛି ଦିନ ପାଇଁ ଆଇସୋଲେସନରେ ରହିବି। ତେବେ କଂଗ୍ରେସର ବିଜୟ ପାଇଁ ପ୍ରାର୍ଥନା କରିଛନ୍ତି ପ୍ରିୟଙ୍କା ।

ଦେଶରେ ବିଧାନସଭା ନିର୍ବାଚନ ଜାରି ରହିଥିବା ବେଳେ ଆସାମ ଓ ତାମିଲନାଡୁ କଂଗ୍ରେସ ପାଇଁ ବେଶ ମହତ୍ବ ରଖୁଛି । ଏହି ଦୁଇଟି ଆସନ କଂଗ୍ରେସର ଫୋକସରେ ରହିଥିବା ବେଳେ ଏହି ସମୟରେ ପ୍ରିୟଙ୍କାଙ୍କ ଆଇସୋଲେସନରେ ରହିଥିବା ଦଳ ପାଇଁ କୌଣସି ବଡ କ୍ଷତିରୁ କମ ନୁହେଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.