ETV Bharat / bharat

ହୋଟେଲରେ ଖାଦ୍ୟ ପରସୁଛି ରୋବର୍ଟ, ଗ୍ରାହକଙ୍କ ମଧ୍ୟରେ ଉତ୍ସାହ - robort service hotel in andhra pradesh

ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀର ଏକ ହୋଟେଲରେ ଖାଦ୍ୟ ପରସୁଛି ରୋବର୍ଟ । ଗ୍ରାହକଙ୍କ ମଧ୍ୟରେ ବଢୁଛି ଆଗ୍ରହ । ପଢନ୍ତୁ ଅଧିକ .....

ହୋଟେଲରେ ଖାଦ୍ୟ ପରସୁଛି ରୋବର୍ଟ, ଗ୍ରାହକଙ୍କ ମଧ୍ୟରେ ଉତ୍ସାହ

author img

By

Published : Nov 8, 2020, 9:25 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ଏଲୁରୁ ଆଦିତ୍ୟ ପ୍ରିନ୍ସରେ ନାମକ ଏକ ହୋଟେଲର ଗ୍ରାହକଙ୍କୁ ସେବା ଯୋଗାଉଛନ୍ତି ରୋବର୍ଟ । ଗ୍ରାହକଙ୍କୁ ଏକ ଭିନ୍ନ ଅନୁଭୂତି ଦେବା ପାଇଁ ହୋଟେଲ ତରଫରୁ ଆରମ୍ଭ କରାଯାଇଛି ଏପରି ଏକ ଅଭିନବ ପ୍ରୟାସ । ମନୁଷ୍ୟ କର୍ମଚାରୀଙ୍କ ବଦଳରେ ଗ୍ରାହକଙ୍କୁ ସେବା ଯୋଗାଉଛି ରୋବର୍ଟ । ରୋବଟମାନେ ଗ୍ରାହକଙ୍କୁ ଖାଦ୍ୟ ପରସୁଥିବା ଦେଖିବାକୁ ମିଳୁଛି । କେବଳ ସେତିକି ନୁହେଁ ଯେପରି ଓ୍ବେଟରମାନେ ଗ୍ରାହକ ମାନଙ୍କୁ ସ୍ବାଗତ କରିବା ସହ ଖାଦ୍ୟ ପାଇଁ ଅର୍ଡର ଗ୍ରହଣ କରନ୍ତି ଠିକ ସେହିପରି ଢଙ୍ଗରେ କାମ କରୁଛି ରୋବର୍ଟ ।

ହୋଟେଲରେ ଖାଦ୍ୟ ପରସୁଛି ରୋବର୍ଟ, ଗ୍ରାହକଙ୍କ ମଧ୍ୟରେ ଉତ୍ସାହ

ଏହି ସେବା ଫଳରେ ହୋଟେଲର ଲୋକପ୍ରିୟତା ମଧ୍ୟ ବଢିବାରେ ଲାଗିଛି । ଏପରି ଏକ ଅଭିନବ ସେବା ଫଳରେ ଗ୍ରାହକମାନେ ମଧ୍ୟ ଆକୃଷ୍ଟ ହେବାରେ ଲାଗିଛନ୍ତି । ଏହି ରୋବର୍ଟ ସେବାର ମଜା ଉଠାଇବା ପାଇଁ ଗ୍ରାହକଙ୍କ ଭିଡ ମଧ୍ୟ ବଢିବାରେ ଲାଗିଛି ।

ଏହି ରୋବର୍ଟ ସେବାର ସଫଳତା ପରେ ହୋଟେଲ ମାଲିକ ଖୁସି ପ୍ରକାଶ କରୁଥିବା ଦେଖିବାକୁ ମିଳିଛି । ଏହା ଆରମ୍ଭରୁ ଅଧିକ ଖର୍ଚ୍ଚ ସାପେକ୍ଷ ହୋଇଥିବା ବେଳେ ଆଗାମୀ ଦିନରେ ଏହା ହୋଟେଲର ବ୍ୟବସାୟକୁ ଏକ ନୂଆ ଦିଗ ଦେବ ବୋଲି ହୋଟେଲ ମାଲିକ କହିଛନ୍ତି । ସେହିପରି କରୋନା ସଂକ୍ରମଣ କାଳରେ ଏପରି ଏକ ଅଭିନବ ପ୍ରୟାସ ନିହାତି ଗ୍ରହଣୀୟ ବୋଲି ଗ୍ରାହକମାନେ ହୋଟେଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.