ETV Bharat / bharat

କ୍ରୁଜରକୁ ଧକ୍କା ଦେଲା ଟ୍ରକ୍: 7 ମୃତ, ୧୧ ଆହତ

author img

By

Published : Apr 23, 2022, 5:31 PM IST

ମୁମ୍ବାଇର ଲାଟୁର-ଅମ୍ବାଜୋଗାଇ ରାସ୍ତାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ସାତ ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

କ୍ରୁଜରକୁ ଧକ୍କା ଦେଲା ଟ୍ରକ, ସାତ ମୃତ. ୧୧ ଆହତ

ମୁମ୍ବାଇ: କ୍ରୁଜର(ଏକ ପ୍ରକାର କାର) ସହ ଏକ ଟ୍ରକର ମୁହାଁମୁହିଁ ଧକ୍କା ହୋଇ 7 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 11 ଜଣ ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ମୁମ୍ବାଇର ଲାଟୁର-ଅମ୍ବାଜୋଗାଇ ରାସ୍ତାରେ । ତେବେ ଏହି ଭୟଙ୍କର ଦୁର୍ଘଟଣାକୁ ଦେଖି ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଉଯାଇଛନ୍ତି । ଲାଟୁର ନିକଟସ୍ଥ ଆରଭିର କିଛି ଲୋକ ଏକ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଅମ୍ବାଜୋଗାଇ କ୍ରୁଜର ମାଧ୍ୟମରେ ଯାଉଥିଲେ ।

ସେହି ସମୟରେ ଏକ ଟ୍ରକ ହଠାତ ସାମ୍ନାକୁ ଆସି ଗାଡ଼ିକୁ ଏକ ଶକ୍ତ ଧକ୍କା ଦେଇଥିଲା । ଯେଉଁଥିରେ କି କ୍ରୁଜରେ ଥିବା ସାତ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ତେବେ ବାକି 11 ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଘଟଣାସ୍ଥଳରେ ମୃତ ବ୍ୟକ୍ତିଙ୍କର ଶରୀରର କିଛି ଅଂଶ ଖଣ୍ଡବିଖଣ୍ଡିତ ହୋଇ ରାସ୍ତାରେ ପଡ଼ିଥିଲା । ଏହି ଦୁର୍ଘଟଣାରେ କିଛି ମହିଳା ଏବଂ ଶିଶୁ ମଧ୍ୟ ଥିଲେ । ଅନ୍ୟପକ୍ଷରେ ଘଟଣାକୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ତୁରନ୍ତ ଖବର ଦେଇଥିଲେ । ଏହାସହ ଆହତଙ୍କୁ ନିକଟସ୍ଥ ଅମ୍ବାଜୋଗାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.