ETV Bharat / bharat

Road Mishap: ଟ୍ରକକୁ ପିଟିଲା କ୍ରୁଜର, ଗୋଟିଏ ପରିବାରର 5 ମୃତ - ହରିୟାଣା ଦୁର୍ଘଟଣା

ହରିୟାଣା ରେୱାଡି ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ସହ କ୍ରୁଜର ଧକ୍କା ହେବା ଫଳରେ 5 ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

Road Mishap: ହରିୟାଣାରେ ଭୟଙ୍କର ଦୁର୍ଘଟଣା, 5 ମୃତ

author img

By

Published : May 17, 2022, 9:27 AM IST

ଚଣ୍ଡୀଗଡ: ହରିୟାଣା ରେୱାଡି(Rewari) ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକକୁ ପିଟିଲା କ୍ରୁଜର(Cruiser) । ଦୁର୍ଘଟଣାରେ 5 ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ 10ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ମୃତକ ଗୋଟିଏ ପରିବାରର ସଦସ୍ୟ ହୋଇଥିବା ଜଣାପଡିଛି । ଆଜି(ମଙ୍ଗଳବାର) ସକାଳ 5ଟା ସମୟରେ ରେୱାଡି ଜିଲ୍ଲାର ଦିଲ୍ଲୀ-ଜୟପୁର ଜାତୀୟ ରାଜପଥରେ ଏହି ଅଘଟଣ ଘଟିଛି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଗତକାଲି(ସୋମବାର) ରାଜସ୍ଥାନ ଜୟପୁରର ଏକ ପରିବାର ଅସ୍ଥି ବିସର୍ଜନ ପାଇଁ ଗୋଟିଏ କ୍ରୁଜର ଯୋଗେ ହରିଦ୍ବାର ଯାଇଥିଲେ । କ୍ରୁଜରରେ ସମ୍ପୃକ୍ତ ପରିବାର ଏବଂ ତାଙ୍କ ସମ୍ପର୍କୀୟଙ୍କ ମିଶାଇ ମୋଟ 17 ଜଣ ଥିଲେ । ଅସ୍ଥି ବିସର୍ଜନ କରି ଫେରୁଥିବା ସମୟରେ ଆଜି ସକାଳେ ଦିଲ୍ଲୀ-ଜୟପୁର ରାଜପଥରେ ଗାଡିଟି ରାସ୍ତାକଡରେ ଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା । ଫଳରେ 5 ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ 2 ଜଣ ମହିଳା ରହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.