ETV Bharat / bharat

ଆନ୍ଧ୍ରପ୍ରଦେଶରେ ସଡକ ଦୁର୍ଘଟଣା, ଚାରି ଶିଶୁ ମୃତ

author img

By

Published : Dec 15, 2020, 9:28 AM IST

ଆନ୍ଧ୍ରପ୍ରଦେଶର କୁରନୁଲ ଜିଲ୍ଲାରେ ସଡକ ଦୁର୍ଘଟଣା । ଅକାଳରେ ଚାଲିଗଲା ଚାରି ଶିଶୁଙ୍କ ଜୀବନ । ଅଧିକ ପଢନ୍ତୁ...

ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଆମରାବତୀ: ଆନ୍ଧ୍ରପ୍ରଦେଶର କୁରନୁଲ ଜିଲ୍ଲାରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଚାରିଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ 15ଜଣ ଆହତ ହୋଇଛନ୍ତି ।

ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ସୂଚନାଅନୁସାରେ, ଗୋଟିଏ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଗୋଟିଏ ଟ୍ରକରେ ୟାରାଗୁଣ୍ଟାଲା ଠାରୁ ଯାତ୍ରା ଆରମ୍ଭ କରିଥିଲେ । କିଏ ଜାଣିଥିଲା ଏ ଯାତ୍ରା ସେମାନଙ୍କ ଶେଷ ଯାତ୍ରା ହେବ ବୋଲି । ଟ୍ରକଟି ଭୋର 4ଟା 30 ସୁଦ୍ଧା ଦୁର୍ଘଟଣାଗସ୍ତ ହେବା ଫଳରେ ଭୟଙ୍କର ସଡକ ଦୁର୍ଘଟଣା ହୋଇଥିଲା ।

ଦୁର୍ଘଟଣାରେ ଚାରିଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ 15ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ନନ୍ଦୟାଲ ସାରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଆବସ୍ଥା ସଂଙ୍କଟାପନ୍ନ ଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.