ETV Bharat / bharat

ଭାରତରେ ଅଛି ଆଉ ଏକ ଶାନ୍ତ ମହାମାରୀ: ପ୍ରତିରକ୍ଷା ମନ୍ତ୍ରୀ - ଶାନ୍ତ ମହାମାରୀ

ବିଶ୍ବରେ ହେଉଥିବା ସଡ଼କ ଦୁର୍ଘଟଣାର 11 ପ୍ରତିଶତ କେବଳ ଭାରତରେ ହେବାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଏହା ଏକ ମହାମାରୀ ସଦୃଶ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅଧିକ ପଢ଼ନ୍ତୁ...

Road Accident in India, Road accidents are like silent pandemic, silent pandemic, defence minister rajnath singh, BRO, ବିଆରଓ, ଶାନ୍ତ ମହାମାରୀ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଶାନ୍ତ ମହାମାରୀ, ସଡ଼କ ଦୁର୍ଘଟଣା
ଭାରତରେ ଅଛି ଆଉ ଏକ ଶାନ୍ତ ମହାମାରୀ: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ
author img

By

Published : Jun 11, 2021, 5:30 PM IST

ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ ଘଟୁଥିବା ସଡ଼କ ଦୁର୍ଘଟଣା ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଶୁକ୍ରବାର ରାଜନାଥ କହିଛନ୍ତି ଯେ ସାରା ବିଶ୍ବରେ ହେଉଥିବା ସଡ଼କ ଦୁର୍ଘଟଣାର 11 ପ୍ରତିଶତ ସଡ଼କ ଦୁର୍ଘଟଣା କେବଳ ଭାରତରେ ହୋଇଥାଏ ଆଉ ଏହା କୌଣସି ଶାନ୍ତ ମହାମାରୀ ଠାରୁ କମ୍‌ ନୁହେଁ ।

ଭିସି ଯୋଗେ ସୀମା ସଡ଼କ ସଂସ୍ଥା ବା BRO ର କର୍ମଯୋଗୀ ମାନଙ୍କୁ ସମ୍ବୋଧିତ କରି ରାଜନାଥ ସିଂହ କହିଛନ୍ତି ଯେ, ‘‘ରାସ୍ତାରେ ଘଟୁଥିବା ଦୁର୍ଘଟଣା ବର୍ତ୍ତମାନ ଆମ ପାଇଁ ଆଜି ଏକ ବଡ଼ ଚିନ୍ତାର ବିଷୟ ଅଟେ । ଏହା ଆଶ୍ଚର୍ଯ୍ୟର କଥା ଯେ ସାରା ବିଶ୍ବରେ ଥିବା ଯାନବାହାନର କେବଳ ତିନି ପ୍ରତିଶତ ଭାରତରେ ରହିଛି କିନ୍ତୁ ସାରା ବିଶ୍ବରେ ହେଉଥିବା ସଡ଼କ ଦୁର୍ଘଟଣାର 11 ପ୍ରତିଶତ କେବଳ ଭାରତରେ ହିଁ ହେଉଛି । ପ୍ରତିବର୍ଷ ପାଖାପାଖି ସାଢ଼େ ଚାରି ଲକ୍ଷରୁ ପାଞ୍ଚ ଲକ୍ଷ ସଡ଼କ ଦୁର୍ଘଟଣା ଭାରତରେ ହେବା ସହ ପ୍ରାୟ ଦେଢ଼ ଲକ୍ଷ ଦୁର୍ଭାଗ୍ୟପୂର୍ଣ୍ଣ ମୃତ୍ୟୁ ହୋଇଥାଏ । ଏହା କୌଣସି ମହାମାରୀ ଠାରୁ କମ୍‌ ନୁହେଁ ।’’

‘‘ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ମାନ ନେଇଛନ୍ତି । ଯେପରିକି ‘ଜାତୀୟ ସଡ଼କ ସୁରକ୍ଷା ପଲିସି, ମୋଟର ଯାନ ଆଇନ 2020, ଜାତୀୟ ରାଜପଥରେ କଳା ଦାଗ ସବୁକୁ ଚିହ୍ନଟ କରିବା ଇତ୍ୟାଦି ।’’

ଶୁକ୍ରବାର କାର୍ଯ୍ୟ ପରିଚାଳନା, ସଡ଼କ ଭିତ୍ତିଭୂମି ଡିଜିଟାଲାଇଜେସନ, ମାନବ ସମ୍ବଳ ପରିଚାଳନା ଓ ନିଯୁକ୍ତି ପରିଚାଳନା ପାଇଁ BRO 4 ଟି ନୂଆ ସଫ୍ଟୱେର ଲଞ୍ଚ କରିଛି ।

ଏନେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ‘‘ ଲଞ୍ଚ ହୋଇଥିବା ଏହି 4ଟି ସଫ୍ଟୱେର ଏହି ସଂସ୍ଥାର କାର୍ଯ୍ୟ କ୍ଷମତାକୁ ତ୍ବରାନ୍ବିତ କରିବା ସହ ସେମାନଙ୍କ ସମୟ ମଧ୍ୟ ବଞ୍ଚାଇବ । ସେମାନଙ୍କ ସୃଜନଶୀଳତା ‘ଆତ୍ମନିର୍ଭର ଭାରତ’ ଓ ‘ଡିଜିଟାଲ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରୋତ୍ସାହିତ କରୁଛି ।’’

ପ୍ରଥମ ଦିନରୁ ହିଁ BRO ରାସ୍ତା, ଟନେଲ ସହ ଦୁର୍ଗମ ଅଞ୍ଚଳ ଗୁଡ଼ିକରେ ବିଭିନ୍ନ ଭିତ୍ତିଭୂମିର ନିର୍ମାଣ କାର୍ଯ୍ୟ କରି ଦେଶର ବିକାଶ ଦିଗରେ ସହାୟକ ହେଉଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯୋଗାଯୋଗ । ଯୋଗାଯୋଗ ପାଇଁ ଆମ BRO କର୍ମଚାରୀ ଖରା, ବର୍ଷା, ଶୀତ ସହ ବରଫପାତ ସହି ଅକ୍ଲାନ୍ତ କାର୍ଯ୍ୟ କରୁଛନ୍ତି । ଗତ 5-7 ବର୍ଷ ମଧ୍ୟରେ BRO ଅନେକ ଉଲ୍ଲେଖଯୋଗ୍ୟ କାର୍ଯ୍ୟମାନ କରିଛି ବୋଲି କହିଲେ ରାଜନାଥ ସିଂହ ।

‘ସାବଧାନୀ ହଟି, ଦୁର୍ଘଟନା ଘଟି’ ଭଳି ସ୍ଲୋଗାନ ମଧ୍ୟ ସଡ଼କ ସୁରକ୍ଷା କ୍ଷେତ୍ରରେ ସଚେତନତା ସୃଷ୍ଟି କରୁଥିବା କଥା କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.