ETV Bharat / bharat

ଉତ୍ତରପ୍ରଦେଶରେ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ: ୬ ମୃତ, ୪ଗୁରୁତର - ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବରଯାତ୍ରୀ ବୋଲେରୋ ସହ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି । ୬ ମୃତ, ୪ ଗୁରୁତର । ଅଧିକ ପଢନ୍ତୁ

ଉତ୍ତରପ୍ରଦେଶରେ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ:  ୬ମୃତ, ୪ଗୁରୁତର

author img

By

Published : Apr 18, 2022, 12:52 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବରଯାତ୍ରୀ ବୋଲେରୋ ସହ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଉତ୍ତରପ୍ରଦେଶର ଅମେଠି ଜିଲ୍ଲାରେ ରବିବାର ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ଉତ୍ତରପ୍ରଦେଶରେ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ: ୬ମୃତ, ୪ଗୁରୁତର

ସୂଚନାଅନୁସାରେ, ଏକ ବରଯାତ୍ରୀ ଗାଡିରେ ୧୦ଜଣ ରାୟବରେଲୀ ଜିଲ୍ଲା ନସିରାବାଦ ଅଞ୍ଚଳକୁ ଯାଉଥିବା ସମୟରେ ଗୌରୀଗଞ୍ଜ ଥାନା ଅଞ୍ଚଳର ବାବୁଗଞ୍ଜ ନିକଟରେ ପହଞ୍ଚିବାବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ସୂଚନା ରହିଛି । ତେବେ ବର୍ତ୍ତମାନ ୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାରୁ ଲକ୍ଷ୍ନୌକୁ ସ୍ଥାନାନ୍ତର କରାଯାଇଛି ।

ଖବରପାଇ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ମୃତକଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଆହତମାନେ ହେଲେ ମୁକେଶ, ଅନୁଜ, ଅନିଲ ଏବଂ ଲବକୁଶ । ମୃତ୍ୟୁ ହୋଇଥିବା ୬ଜଣଙ୍କ ମଧ୍ୟରୁ ୪ଜଣ ଆମେଠି ଜିଲ୍ଲାର କୋତବାଲୀ ଅନ୍ତର୍ଗତ ଗୁଙ୍ଗୱାଚ୍ ବାସିନ୍ଦା ହୋଇଥିବା ନେଇ ସୂଚନା ରହିଛି । ୪ ଗୁରୁତରଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସମସ୍ତ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.